Advertisment

ଦେଖେଇ ଦେଖେଇ ହ୍ରିତିକଙ୍କ ଉପରେ ବର୍ଷୁଛନ୍ତି କଙ୍ଗନା ରାଣାୱତ

ପ୍ରତ୍ୟେକ ଝିଅ ବିବାହିତ ପୁରୁଷଙ୍କ ପ୍ରେମରେ ପଡ଼ନ୍ତି। ବୋଧହୁଏ ଏହା ହୋଇପାରେ ଯେ ବିବାହିତ ପୁରୁଷମାନେ ଦାୟୀତ୍ୱବାନ ଓ ସମ୍ବେଦନଶୀଳ ହୋଇଥାନ୍ତି। କିନ୍ତୁ ପରେ ବିବାହିତ ପୁରୁଷମାନେ ଏମିତି କାହାଣୀ ତିଆରି କରନ୍ତି ଯେ ଝିଅମାନେ ଫସି ଯାଆନ୍ତି।

author-image
Pramod Behera
Kangana Ranaut attacks on Hrithik Roshan

Kangana Ranaut attacks on Hrithik Roshan

ଆଜିକାଲି କଙ୍ଗନା ରାଣାୱତ ତାଙ୍କ ବିବାଦୀୟ ଶୋ ଲକ୍ଅପ୍‌ରେ ବୋବାଲ କରୁଛନ୍ତି। ପ୍ରଥମ ଦିନରୁ ଶୋ’ରେ ବିବାଦ ଦେଖାଯାଉଛି। କେତେବେଳେ ଜଣେ ପ୍ରତିଯୋଗୀ ତାଙ୍କ ସହ-ପ୍ରତିଯୋଗୀ ଉପରେ ଛେପ ପକାନ୍ତି ତ ପୁଣି କେତେବେଳେ କେହି କାହାକୁ ଆତଙ୍କବାଦୀ ବୋଲି କୁହନ୍ତି। ଏସବୁ ଭିତରେ ଏହି ଶୋ’ର ଏକ ପ୍ରୋମୋ ଏବେ ଆତଙ୍କ ସୃଷ୍ଟି କରିଛି। ଲକ୍‌ଅପ୍ ପ୍ରତିଯୋଗୀ ମୁନ୍‌ୱର୍ ଫାରୁଖୀ ଅଞ୍ଜଲି ଆରୋରାଙ୍କ ସହିତ ନିକଟତର ହେଉଥିବା ଦେଖାଯାଉଛି। ଯେତେବେଳେ କଙ୍ଗନା ଖବର ପାଇଲେ ଯେ ମୁନ୍‌ୱର୍ ବିବାହିତ, ସେ ତାଙ୍କୁ ଏନେଇ ପ୍ରଶ୍ନ କରିଛନ୍ତି।

Advertisment

କଙ୍ଗନାଙ୍କ ପ୍ରଶ୍ନ ଶୁଣି ମୁନ୍‌ୱର୍ ଉତ୍ତର ଦେବାକୁ ମନା କରିଦେଇଥିଲେ। ତା’ପରେ କଙ୍ଗନା କୁହନ୍ତି ଯେ “ପ୍ରତ୍ୟେକ ଝିଅ ବିବାହିତ ପୁରୁଷଙ୍କ ପ୍ରେମରେ ପଡ଼ନ୍ତି। ମୁଁ ତୁମ ବିଷୟରେ କହୁନାହିଁ, ମୁଁ ମୋର ବ୍ୟକ୍ତିଗତ ଅନୁଭୂତିରୁ କହୁଛି।” କଙ୍ଗନା ଆହୁରି କହିଛନ୍ତି ଯେ “ବୋଧହୁଏ ଏହା ହୋଇପାରେ ଯେ ବିବାହିତ ପୁରୁଷମାନେ ଦାୟୀତ୍ୱବାନ ଓ ସମ୍ବେଦନଶୀଳ ହୋଇଥାନ୍ତି। କିନ୍ତୁ ପରେ ବିବାହିତ ପୁରୁଷମାନେ ଏମିତି କାହାଣୀ ତିଆରି କରନ୍ତି ଯେ ଝିଅମାନେ ଫସି ଯାଆନ୍ତି।” କଙ୍ଗନା କହିଛନ୍ତି ଯେ “ସେହି ଝିଅମାନେ ନିଶ୍ଚିତ ଭାବରେ ମୋ ସହିତ ଏକମତ ହେବେ ଯିଏ ବିବାହିତ ପୁରୁଷଙ୍କ ସହ ସଂପର୍କରେ ଥିବେ।”

କଙ୍ଗନା ପୁରା ଭିଡିଓରେ କାହାର ନାଁ ନ ନେଇ ହ୍ରିତିକ ରୋଶନଙ୍କୁ ଟାର୍ଗେଟ କରୁଥିଲେ, କାରଣ ସେ ସବୁ କଥାକୁ ତାଙ୍କ ସହ ଯୋଡୁଥିଲେ। ଏହାପୂର୍ବରୁ କଙ୍ଗନା ତାଙ୍କର ଶୋ’ର ପ୍ରଥମ ଏପିସୋଡ୍‌ରେ ହ୍ରିତିକ ରୋଶନଙ୍କ ଉପରେ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ - ବର୍ତ୍ତମାନ ତ ଛଅ ଆଙ୍ଗୁଳୀ ବାଲାଙ୍କ ତଣ୍ଟି ବି ଶୁଖିଯାଉଛି। ସେ କହିଥିଲେ ଯେ ତାଙ୍କ ଏହି ଶୋ ଯୋଗୁଁ ଲୋକମାନେ ଡରି ଯାଇଛନ୍ତି ଯେ କାଳେ ତାଙ୍କର ବି ପର୍ଦାଫାସ୍ ହୋଇଯିବ।

Advertisment

ପ୍ରକାଶଥାଉ ଯେ ହ୍ରିତିକ ରୋଶନ ଓ କଙ୍ଗନା ରାଣାୱତଙ୍କ ମଧ୍ୟରେ ଅନେକ ବିବାଦ ଦେଖାଦେଇଛି। ଏକ ସମୟ ଥିଲା ଯେତେବେଳେ ଏହି ଦୁଇ ତାରକା ପରସ୍ପରର ଅତି ନିକଟତର ଥିଲେ। କଙ୍ଗନା ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ବି ଦିନେ ହ୍ରିତିକ ରୋଶନଙ୍କୁ ମଧ୍ୟ ପ୍ରେମ କରୁଥିଲେ। ଦୁହିଁଙ୍କ ରାସ୍ତା ଅଲଗା ହେବା ପରେ କଙ୍ଗନା ଅନେକ ସମୟରେ ହ୍ରିତିକଙ୍କୁ ଟାର୍ଗେଟ୍ କରୁଥିବା ଦେଖାଯାଏ।

Entertainment
Advertisment
Advertisment