• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଆସନ୍ତାକାଲି ମୋଦି-ବାଇଡେନ୍ ଭର୍ଚୁଆଲ୍ ବୈଠକ। ଭିଡିଓ କନ୍ଫରେନ୍ସ ଜରିଆରେ ପରସ୍ପରକୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଦୁଇ ରାଷ୍ଟ୍ରମୁଖ୍ୟ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବା ସହ ଦକ୍ଷିଣ ଏସିଆ, ଇଣ୍ଡୋ-ପାସିଫିକ୍ ଅଞ୍ଚଳ ଏବଂ ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମୋଦି-ବାଇଡେନ୍ ବୈଠକ, ଚତୁର୍ଥ ଭାରତ-ଆମେରିକା ଟୁ ପ୍ଲସ୍ ଟୁ ମନ୍ତ୍ରିସ୍ତରୀୟ ଆଲୋଚନା ପୂର୍ବରୁ ଅନୁଷ୍ଠିତ ହେବ। ଟୁ ପ୍ଲସ୍ ଟୁ ମନ୍ତ୍ରିସ୍ତରୀୟ ଆଲୋଚନାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରା ଏସ୍ ଜୟଶଙ୍କର ଏବଂ ଆମେରିକୀୟ ପ୍ରତିପକ୍ଷ ଲୋୟେଡ୍ ଅଷ୍ଟିନ୍ ଓ ଆଣ୍ଟୋନି ବ୍ଲିଙ୍କେନ୍ ନେତୃତ୍ୱ ନେବେ।

ସେପଟେ ହ୍ୱାଇଟହାଉସ ପକ୍ଷରୁ କୁହାଯାଇଛି ଯେ, ମୋଦି ଓ ବାଇଡେନ୍‌ଙ୍କ ମଧ୍ୟରେ କୋଭିଡ୍ ମହାମାରୀର ଅନ୍ତ ଘଟାଇବା, ଜଳବାୟୁ ପରିବର୍ତ୍ତନର ମୁକାବିଲା, ବିଶ୍ୱ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ମଜବୁତ କରିବା ଦିଗରେ ମଧ୍ୟ ଆଲୋଚନା ହେବ। ତେବେ ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତିରେ ଏହି ବୈଠକ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।