Advertisment

ପରଦାରେ ରାମାୟଣ, ଦର୍ଶକ ଶିହରଣ

ପରଦାରେ ପ୍ରସାରଣ ହୋଇଚି ଅନେକ ରାମାୟଣ। ସତ-ମିଛର ଏହି ଯୁଦ୍ଧରେ ଉଭୟଙ୍କର ରାମ-ରାବଣଙ୍କ ନିଜସ୍ୱ ବିଚାର ଥିଲା, ଯେଉଁଥି ପାଇଁ ଯୁଦ୍ଧ ହୋଇଥିଲା। ତେବେ ଆସନ୍ତୁ ରାମଙ୍କ ସେହି କାହାଣୀ ବିଷୟରେ ଜାଣିବା ଯାହା ଛୋଟ ପରଦାରେ ଦେଖା ଦେଇଥିଲା ଏବଂ ଦର୍ଶକଙ୍କ କୌତୁହଳକୁ ଜାଗ୍ରତ କରିବାରେ ସଫଳ ହୋଇଥିଲା।

author-image
Pramod Behera
Ramayan on tele vision and Smriti Irani as sita

Ramayan on tele vision and Smriti Irani as sita

ଦୁଇ ବର୍ଷ ପୂର୍ବେ ଯେତେବେଳେ କରୋନା ମହାମାରୀ ହେତୁ ଦେଶରେ କର୍ଫ୍ୟୁ ଲାଗୁ ହୋଇଥିଲା, ଲୋକମାନେ ନିଜ ଘରେ ବନ୍ଦ ହୋଇଥିଲେ ଆଉ ରାମାନନ୍ଦ ସାଗରଙ୍କ ସିରିଏଲ 'ରାମାୟଣ'କୁ ବହୁତ ଉପଭୋଗ କରିଥିଲେ। କିନ୍ତୁ ଯେତେବେଳେ ଏହି ସିରିଏଲ୍ ପ୍ରଥମ ଥର ପାଇଁ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା, ସେତେବେଳେ ବିନା ଲକ୍‌ଡାଉନରେ ବି ସାରା ରାସ୍ତା କର୍ଫ୍ୟୁ ଭଳି ଅବସ୍ଥା ହୋଇଥିଲା।

Advertisment

ରବିବାର ସକାଳେ ଯେତେବେଳେ ଏହି ସିରିୟଲ ପ୍ରସାରଣ ହେଉଥିଲା ଦେଶର ସମସ୍ତ ଲୋକ ସକାଳୁ ସବୁକିଛି ଛାଡି ଏହାକୁ ଦେଖିବା ପାଇଁ ଟିଭି ସମ୍ନାରେ ବସିଯାଉଥିଲେ। ଆଗରୁ ଯେତେବି ରାମାୟଣ ସିରିୟଲ ଟିଭିରେ ପ୍ରସାରଣ ହୋଇଛି ଲୋନଙ୍କ ନଜର ରାମ ରାବଣ ଉପରେ ରହିଛି।

ସତ-ମିଛର ଏହି ଯୁଦ୍ଧରେ ଉଭୟଙ୍କର ନିଜସ୍ୱ ବିଚାର ଥିଲା, ଯେଉଁଥି ପାଇଁ ଯୁଦ୍ଧ ହୋଇଥିଲା ଏବଂ ରାମ ରାବଣକୁ ହତ୍ୟା କରିଥିଲେ। ତେବେ ଆସନ୍ତୁ ରାମଙ୍କ ସେହି କାହାଣୀ ବିଷୟରେ ଜାଣିବା ଯାହା ଛୋଟ ପରଦାରେ ଦେଖା ଦେଇଥିଲା ଏବଂ ଦର୍ଶକଙ୍କ କୌତୁହଳକୁ ଜାଗ୍ରତ କରିବାରେ ସଫଳ ହୋଇଥିଲା।

Advertisment

ରାମାୟଣ (୧୯୮୭)

ରାମାନନ୍ଦ ସାଗରଙ୍କ ଏହି ରାମାୟଣ ଆଜି ପର୍ଯ୍ୟନ୍ତ ଟିଭିରେ ପ୍ରସାରିତ ହୋଇଥିବା ରାମାୟଣ ମଧ୍ୟରୁ ଅନ୍ୟତମ। ଏହି ଶୋ’ରେ ଅରୁଣ ଗୋଭିଲ୍ ରାମ ଏବଂ ଅରବିନ୍ଦ ତ୍ରିବେଦୀଙ୍କ ରାବଣ ଚରିତ୍ର ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ସୀତା ଭୂମିକାରେ ଦୀପିକା ଚିଖଲିଆ, ଲକ୍ଷ୍ମଣ ସୁନୀଲ ଲହରୀ ଓ ହନୁମାନ ଭୂମିକାରେ ଦାରା ସିଂ ଅଭିନୟ କରିଥିଲେ। ଏହି ଶୋ’କୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ଥିଲା ଯେ ଏହାର ଟେଲିକାଷ୍ଟ୍‌ ସମୟରେ ରାସ୍ତାଗୁଡ଼ିକ ଶୂନ୍‌ଶାନ୍ ହେଉଯାଉଥିଲା।

ରାମାୟଣ (୨୦୦୧-୨୦୦୨)

ବଲଦେବ ରାଜ ଚୋପ୍ରା (ବି ଆର୍‌ ଚୋପ୍ରା) ଓ ରବି ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଶୋ’ରେ ନୀତୀଶ ଭରଦ୍ୱାଜ ରାମ ଏବଂ ସୁରିନ୍ଦର ପାଲ ରାବଣ ଭାବରେ ଅଭିନୟ କରିଥିଲେ। ଜି ଟିଭିର ଏହି ଶୋ’ରେ ସ୍ମୃତି ଇରାନୀ ସୀତାଙ୍କ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଗଜେନ୍ଦ୍ର ଚୌହାନ ଦଶରଥଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହା ପୂର୍ବ ରାମାୟଣ ପରି ଖ୍ୟାତି ଅର୍ଜନ କରିପାରିଲା ନାହିଁ।

ରାବଣ (୨୦୦୫)

ଏହି ଶୋ’ରେ ଦୀବାକର ପୁଣ୍ଡିର ରାମ ଚରିତ୍ରରେ ଅଭିନୟ କରିଥିଲେ ଏବଂ ନରେନ୍ଦ୍ର ଝାଙ୍କୁ ରାବଣ ରୂପେ ଦେଖିବାକୁ ମିଳିଥିଲା। ୨୦୦୬ ମସିହାରେ ଜି ଟିଭିରେ ଏହି ସିରିୟଲ ଆରମ୍ଭ ହୋଇଥିଲା। ଏହି ଶୋ ’ରାମାୟଣ ଉପରେ ଆଧାରିତ କିନ୍ତୁ ରାବଣର ଦୃଷ୍ଟିକୋଣରୁ କରାଯାଇଥିଲା। ଏହି ଶୋ’ରେ ରାବଣ କିପରି ଲଙ୍କାପତୀ ହୋଇଗଲେ ତାହା ଦେଖିବାକୁ ମିଳିଥିଲ।

ରାମାୟଣ (୨୦୦୮)

ଏହି ରାମାୟଣକୁ ଏକ ଭିନ୍ନ ଢଙ୍ଗରେ ଦେଖିବାକୁ ମିଳିଥିଲା। ଏଥିରେ ଗୁରୁମିତ ଚୈଧୁରୀ ରାମ ଭୂମିକାରେ ଅଭିନୟ କରିଥିବା ବେଳେ ଅଖିଳେଶ ମିଶ୍ର ରାବଣ ଭୂମିକାରେ ଅଭିନୟ କରିଥିଲେ। ଏହି ରାମାୟଣକୁ ରାମାନନ୍ଦ ସାଗରଙ୍କ ପୁଅ ଆନନ୍ଦ ସାଗର ତିଆରି କରିଥିଲେ। ଏହା ଲୋକେ ପସନ୍ଦ କରିଥିଲେ କିନ୍ତୁ ରାମାନନ୍ଦଙ୍କ ଦ୍ୱାରା ପ୍ରାପ୍ତ ଖ୍ୟାତି ତୁଳନାରେ ଏହି ରାମାୟଣ ସେତେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିପାରିଲା ନାହିଁ।

ରାମାୟଣ (୨୦୧୨)

୨୦୧୨ରେ ଜି ଟିଭିରେ ରାମାୟଣକୁ ପୁଣି ଥରେ ଲୋକଙ୍କ ସାମ୍ନାରେ ପରିବେଷଣ କରାଯାଇଥିଲା। ଏହି ଶୋ’ରୁ ଲୋକମାନେ ବହୁତ ଆଶା ରଖିଥିଲେ, ଯଦିଓ ଏଥର ଏହି ଶୋ’ ଲୋକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହି ଶୋ କେବେ ଆସିଲା ଏବଂ କେବେ ଚାଲିଗଲା ତାହା ଜଣା ପଡିଲା ନାହିଁ। ଏହି ରାମାୟଣରେ ରାମଙ୍କ ଚରିତ୍ରରେ ଗଗନ ମଲିକ ଓ ରାବଣର ଚରିତ୍ରରେ ସଚିନ ତ୍ୟାଗିଙ୍କୁ ଦେଖିବାକୁ ମିଳିଥିଲା।

ରାମ ସିୟା କେ ଲବକୁଶ (୨୦୧୯)

ଏହି ଶୋ’ରେ ମୁଖ୍ୟତଃ ରାମ ସୀତା ଓ ବଲ କୁଶଙ୍କୁ ଗୁରୁତ୍ୱ ଦିଆଯାଇଛି। ଏଥିରେ ରାମଙ୍କ ଚରିତ୍ର ହିମାଂଶୁ ସୋନି କରିଥିବାବେଳେ ଶାଲିନ୍ ଭାନୋଟ ରାବଣ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ ୫ ଅଗଷ୍ଟ ୨୦୧୯ରୁ ୧୦ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ କଲର୍ସ ଟିଭିରେ ପ୍ରସାରିତ ହୋଇଥିଲା।

Entertainment
Advertisment
Advertisment