Advertisment

ଲାଭଦାୟକ ସର୍ବାଙ୍ଗାସନ; ରହିବ ନାହିଁ କୋଷ୍ଠକାଠିନ୍ୟ

ଅନେକ ରୋଗର ଆଶଙ୍କା ହ୍ରାସ କରିବା ସହିତ ଶରୀରର ଶକ୍ତି ବୃଦ୍ଧି, ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଦେବାରେ ଯୋଗ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ। ସର୍ବାଙ୍ଗାସନ ଏମିତି ଏକ ଆସନ ଯାହା ଶରୀରରେ ସକରାତ୍ମକ ଶକ୍ତିକୁ ବଢେଇବା ସହିତ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ।

author-image
Pramod Behera
ଅଦ୍ୟତନ ହୋଇଛି
Benefits of Sarvangasana

Benefits of Sarvangasana

କେବଳ ମାନସିକ ନୁହେଁ ବରଂ ସାମଗ୍ରିକ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ଯୋଗକୁ ସବୁଠାରୁ ପ୍ରଭାବଶାଳୀ ଉପାୟ ଭାବରେ ବିବେଚନା କରାଯାଏ। ଅନେକ ରୋଗର ଆଶଙ୍କା ହ୍ରାସ କରିବା ସହିତ ଶରୀରର ଶକ୍ତି ବୃଦ୍ଧି, ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଦେବାରେ ଯୋଗ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ। କିଛି ଯୋଗାସନର ଅଭ୍ୟାସ ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଭାବେ ଲାଭଦାୟକ ହୋଇଥାଏ।

Advertisment

ଏଭଳି ଏକ ଯୋଗାଭ୍ୟାସ ଭିତରେ ରହିଛି ସର୍ବାଙ୍ଗାସନ। ଶରୀରରେ ସକରାତ୍ମକ ଶକ୍ତିକୁ ବଢେଇବା ସହିତ ମାନସିକ ସ୍ୱାସ୍ଥ୍ୟର ଲକ୍ଷଣଗୁଡିକର ଉନ୍ନତି ପାଇଁ ଏହି ଆସନ ଅତ୍ୟନ୍ତ ଲାଭଦାୟକ। ଯୋଗ ବିଶେଷଜ୍ଞମାନେ ମଧ୍ୟ ସର୍ବାଙ୍ଗାସନକୁ 'ସର୍ବୋତ୍ତମ ଯୋଗାସନା' ବୋଲି ବିବେଚନା କରନ୍ତି।
ଏହା ଏପରି ଏକ ଆସନ ଯେଉଁଥିରେ ସମଗ୍ର ଶରୀରକୁ କାନ୍ଧ ଉପରେ ସନ୍ତୁଳିତ କରାଯାଏ। ଏହା ହେଉଛି ଏକ ସମ୍ପୂର୍ଣ୍ଣ ଶରୀରର ବ୍ୟାୟାମ ଯାହା ଏକାଧିକ ମାଂସପେଶୀ ଉପରେ ପ୍ରଭାବ ପକେଇଥାଏ ଏବଂ ଶାରିରୀକ ସନ୍ତୁଳନ ଆଣିବା ସହ ଶାନ୍ତି ଦେଇଥାଏ। ନିୟମିତ ଏହି ଆସନା ଅଭ୍ୟାସ ଦ୍ୱାରା ଶରୀର ଚମକିଥାଏ।

କିପରି କରିବେ ଅଭ୍ୟାସ?

ଯୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ଯେକୌସି ଆସାନରୁ ସର୍ବୋତ୍ତମ ଲାଭ ପାଇବାକୁ ହେଲେ ଏହାକୁ ଠିକ୍ ଭାବେ ଅଭ୍ୟାସ କରିବା ଆବଶ୍ୟକ। ସର୍ବାଙ୍ଗାସନ ଅଭ୍ୟାସ ଅପେକ୍ଷାକୃତ କଷ୍ଟସାଧ୍ୟ ହୋଇପାରେ, ତେଣୁ ଏହାର ଠିକ୍ ପଦ୍ଧତି ବିଷୟରେ ଜଣେ ଯୋଗ ବିଶେଷଜ୍ଞଙ୍କଠାରୁ ଜାଣିବା ଆବଶ୍ୟକ।
- ପିଠି ଉପରେ ଶୋଇଯାଆନ୍ତୁ

Advertisment

- ଗୋଡକୁ ୯୦ ଡିଗ୍ରୀ ପର୍ଯ୍ୟନ୍ତ ଉପରକୁ ଉଠାନ୍ତୁ

- ପାଦକୁ ମୁଣ୍ଡ ଉପରେ ସିଧା ରଖନ୍ତୁ

- ଶରୀରକୁ ଏପରି ସିଧା ରଖନ୍ତୁ ଯେପରି ଥୋଡି ଛାତିକୁ ଲାଗିବ

- ଏହି ଅବସ୍ଥାରେ କିଛି ସମୟ ରହିବା ପରେ ଧୀରେ ଧୀରେ ମୂଳ ସ୍ଥିତିକୁ ଫେରନ୍ତୁ

ଏହି ଅଭ୍ୟାସରୁ ଲାଭ:

- ଏହି ଅଭ୍ୟାସ ଶରୀରର ସମସ୍ତ ପ୍ରମୁଖ ମାଂସପେଶୀକୁ ସକ୍ରିୟ କରିବା ସହିତ ରକ୍ତ ସଞ୍ଚାଳନକୁ ବଢେଇଦିଏ।

- ଥାଇରଏଡ୍ ଓ ପାରାଥାଇରଏଡ୍ ଗ୍ରନ୍ଥିଗୁଡିକୁ ସକ୍ରିୟ କରେ ଏବଂ ସେଗୁଡିକର କାମରେ ଉନ୍ନତି ଆଣେ

- ବାହୁ ଏବଂ କାନ୍ଧକୁ ମଜବୁତ କରେ ଏବଂ ମେରୁଦଣ୍ଡକୁ ନମନୀୟ କରେ

- ମସ୍ତିଷ୍କକୁ ଅଧିକ ରକ୍ତ ପୋଷଣ କରେ

- ହୃଦୟରେ ରକ୍ତ ସଞ୍ଚାଳନ ବୃଦ୍ଧି କରି ଏହାର କାର୍ଯ୍ୟଦକ୍ଷତାକୁ ଉନ୍ନତ କରେ

- କୋଷ୍ଠକାଠିନ୍ୟ, ଅପଚ ଭଳି ହଜମଜନିତ ସମସ୍ୟାରୁ ମୁକ୍ତି ପାଇଁ ଏହା ଏକ ଉତ୍ତମ ଆସନ

- ଶରୀରକୁ ସ୍ନାୟୁକୁ ଆରାମ ଦେବାରେ ସାହାଯ୍ୟ କରେ

Yogasana Health
Advertisment
Advertisment