• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରସାମ୍ୟ ହୋଇ ଓଲଟିପଡ଼ିଲା ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥର ଗୁରାପଲ୍ଲୀ ଟୋଲ ଗେଟ ନିକଟରେ ଏକ କ୍ୟାମିକେଲ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି । ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜୟଶ୍ରୀ କେମିକାଲରୁ କେମିକାଲ ବୋଝେଇ କରି ଅନୁଗୁଳ ଅଭିମୁଖେ ଯାଉଥିବା ଟ୍ୟାଙ୍କରଟି ଗୁରାପଲ୍ଲୀ ଟୋଲ ଗେଟ ନିକଟରେ ଖୋଳା ଯାଇଥିବା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଟ୍ୟାଙ୍କରରୁ କେମିକାଲ ର୍ନିଗତ ହୋଇ ରାସ୍ତାରେ ବୋହି ଯାଉଥିବା ଦେଖିବାକୁ ମିଳିଛି । ତେବେ ଏଥିପାଇଁ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି ।

ସୂଚନାଯୋଗ୍ୟ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା କମ୍ପାନୀ ରାସ୍ତର ଉଭୟ ପାର୍ଶ୍ଵ ଖୋଳି ଦେଇଥିବା ବେଳେ ସେଠାରେ କୌଣସି ଇଣ୍ଡିକେଟର ନାହିଁ କିମ୍ବା କୌଣସି ବ୍ୟାରିକେଟ କରିନାହିଁ । ସେଥିପାଇଁ ଟ୍ରକ ଡ୍ରାଇଭର ଜାଣିପାରୁ ନଥିବାରୁ ଅନେକ ଦୁର୍ଘଟଣା ଘଟୁଛି । ଏହି କ୍ରମରେ ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଅନୁଗୁଳ ଅଭିମୁଖେ ଯାଉଥିବା ଟ୍ୟାଙ୍କଟି ଗୁରାପଲ୍ଲୀ ଟୋଲ ଗେଟ ନିକଟରେ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡିଥିଲା । ତେବେ ଦୁର୍ଘଟଣାଗ୍ରସ୍ତ ହୋଇ ଟ୍ୟାଙ୍କରରୁ କେମିକାଲ ନିର୍ଗତ ହେଉଥିବାରୁ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି ।

ଟ୍ୟାଙ୍କର ଡ୍ରାଇଭର ଅନୁଗୁଳର ରଞ୍ଜନ ସାହୁ ସାମାନ୍ୟ ଆହତ ହୋଇଥିବା ବେଳେ ଭେଜିପୁଟ ଫାଣ୍ତି ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ସକାଳୁ କମ୍ପାନୀ କର୍ତ୍ତୃପକ୍ଷ ଆସି ଟ୍ୟାଙ୍କରରୁ ନିର୍ଗତ ହେଉଥିବା କେମିକାଲକୁ ଅନ୍ୟ ଏକ ଟ୍ୟାଙ୍କର ନେବା ପାଇଁ ବନ୍ଦୋବସ୍ତ କରୁଛନ୍ତି ।

ସିଲୁ ବିଶ୍ୱାଳ, ଖଲ୍ଲିକୋର୍ଟ