Advertisment

ଜଗନ ମୋହନ ରେଡ୍ଡୀଙ୍କ ନୂତନ କ୍ୟାବିନେଟର ଆଜି ଶପଥ ଗ୍ରହଣ ଉତ୍ସବ

ଆଜି ନୂଆ କ୍ୟାବିନେଟ ଗଠନ କରିବେ ଜଗନ ମୋହନ ରେଡ୍ଡି ।

author-image
Prangyan Parimita
Chief Minister YS Jagan Mohan Reddy

Chief Minister YS Jagan Mohan Reddy

ଆଜି ଆନ୍ଧ୍ର କ୍ୟାବିନେଟର ଆମୂଳଚୂଳ ଅଦଳବଦଳ କରିବେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ନୂଆ କ୍ୟାବିନେଟରେ ପଛୁଆ ବର୍ଗଙ୍କୁ ବଡ଼ ଦାୟିତ୍ୱ ମିଳିପାରେ । ଏଥର ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟର ପ୍ରତିନିଧିତ୍ୱକୁ ୬୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ନୂଆ କ୍ୟାବିନେଟରେ ବରିଷ୍ଠ ଓ ଅଭିଜ୍ଞ ଏବଂ ଯୁବ ବର୍ଗଙ୍କୁ ସାମିଲ କରି ଏକ ସନ୍ତୁଳିତ ଶାସନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଜଗନ । ଏନେଇ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପାଖକୁ ୨୫ଜଣଙ୍କ ନାମ ପଠାଇଛନ୍ତି ଜଗନ୍ ।

Advertisment

ସେମାନଙ୍କ ମଧ୍ୟରୁ ୧୭ ଜଣ ଅନୁସୂଚିତ ଜାତି ଓ ଜନଜାତି , ସଂଖ୍ୟାଲଘୁ ଓ ପଛୁଆ ଶ୍ରେଣୀର । ରାଜ୍ୟ ଗୃହମନ୍ତ୍ରୀ ଏମ ସୁଚରିତା ପଦ ଛାଡିବା ପରେ ଏବେବି ୧୧ ସହଯୋଗୀ କ୍ୟାବିନେଟ ପାହ୍ୟା ବଜାୟ ରଖିଛନ୍ତି । ୨୦୧୯ରେ ଜଗନ ଦେଇଥିବା ପ୍ରତିଶ୍ରୁତି ଆଧାରରେ ଏହି ସଂପ୍ରସାରଣ କରୁଛନ୍ତି । ନାଗରୀ ବିଧାୟକ ତଥା ସିନେ କଳାକାର ଆର. କେ ରୋଜା ନୂଆ କ୍ୟାବିନେଟ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେଉଛି । ଆରମ୍ଭରୁ ହିଁ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱକୁ ପ୍ରାଥମିକତା ଦେଇ ଅଆସିଛନ୍ତି ଜଗନ ସରକାର ।

ଏହି ପରିବର୍ତ୍ତନ ସହ ଆସନ୍ତା ୨୦୨୪ ନିର୍ବାଚନ ପ୍ରସ୍ତୁତିର ମୂଳଦୁଆ ପକାଇବା ଛନ୍ତି ଜଗନ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ମନ୍ତ୍ରିମଣ୍ଡଳରେ ଜଗନ ରେଡ୍ଡି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ ୧୭ଜଣ ମନ୍ତ୍ରୀଙ୍କୁ ସାମିଲ କରୁଥିବା କୁହାଯାଉଛି। ପୂର୍ବ ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ୧୪ ଜଣ ନେତା ଥିଲେ। ତ ଡିସେମ୍ବରରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବାର ଥିଲା ।ହେଲେ କୋଭିଡ୍‌ ପାଇଁ ଏହା ସ୍ଥଗିତ ଥିଲା। ତେବେ ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇଜଣଙ୍କୁ ପୁଣି ଥରେ ସୁଯୋଗ ମିଳିପାରେ ।

Advertisment
CM Jagan New Andhra Cabinet
Advertisment
Advertisment