Advertisment

କ୍ଷମତାରେ ରହିବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ଇମ୍ରାନ,ବାଜୱାଙ୍କୁ ବିଦା ପାଇଁ ଷଡ଼ଯନ୍ତ୍ର !

କ୍ଷମତାରେ ରହିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ପାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାକିସ୍ତାନର ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍‌ ବାଜୱାଙ୍କୁ ବିତାଡ଼ିତ କରିବାକୁ ଇମ୍ରାନ ଉଦ୍ୟମ କରିଥିଲେ ବୋଲି ଚର୍ଚ୍ଚା ହେଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Imran Khan try to sack Army chief General Bajwa

Imran Khan try to sack Army chief General Bajwa

କ୍ଷମତାରେ ରହିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ପାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାକିସ୍ତାନର ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍‌ ବାଜୱାଙ୍କୁ ବିତାଡ଼ିତ କରିବାକୁ ଇମ୍ରାନ ଉଦ୍ୟମ କରିଥିଲେ ବୋଲି ଚର୍ଚ୍ଚା ହେଉଛି। ସେନାର ଜଣେ ବରିଷ୍ଠ ଅଧିକାରୀଙ୍କୁ ବାହାର କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

Advertisment

ପାକିସ୍ତାନର ସେନାମୁଖ୍ୟ କମର ବାଜୱା ଇମ୍ରାନ ଖାନଙ୍କ ଇସଲାମାବାଦ ସ୍ଥିତ ଘରେ ଥିବାବେଳେ ଏପରି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ସେ ବରିଷ୍ଠ ଅଧିକାରୀଙ୍କ ଜଣଙ୍କ କମର ବାଜୱା ନା ଆଉ କିଏ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କମର ବାଜୱାଙ୍କୁ ବିତାଡ଼ିତ କରିବାକୁ ଇମ୍ରାନ ଉଦ୍ୟମ କରିଥିବା ନେଇ ପାକ୍ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। 

ଇମ୍ରାନ ଖାନଙ୍କ ବାସଭବନରେ ୨ଜଣ ଅତିଥି ପହଞ୍ଚି ପ୍ରାୟ ୧୫ ମିନିଟ ଧରି ଆଲୋଚନା କରିଥିଲେ। ଏଥିପାଇଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏପରିକି ଇମ୍ରାନଙ୍କ ଘର ଉପରେ ହେଲିକପ୍ଟର ପଇଁତରା ମାରୁଥିଲା। ଏହି ଆଲୋଚନାର ୧ ଘଣ୍ଟା ପୂର୍ବରୁ ପାକ୍ ପ୍ରଧାନମନ୍ତ୍ରୀ ଜଣେ ବରିଷ୍ଠ ସେନା ଅଧିକାରୀଙ୍କୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏନେଇ ପାକ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନଥିଲା।

Advertisment

ସେପଟେ ଏପରି ଖବରକୁ ପାକିସ୍ତାନ ସେନା ପକ୍ଷରୁ ଖଣ୍ଡନ କରାଯିବା ସହ ଏହାକୁ ଭିତ୍ତିହୀନ ବୋଲି ଦର୍ଶା ଯାଇଛି। ଏଥିରେ କୌଣସି ସତ୍ୟତା ନଥିବା କୁହାଯାଇଛି। 

Qamar Javed Bajwa Pakistan Political Crisis Imran Khan
Advertisment
Advertisment