Advertisment

ଅଶାନ୍ତ JNU କ୍ୟାମ୍ପସ: ଆମିଷ ଖିଆକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଆମିଷ ଖିଆକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତକାଲି ଅପରାହ୍ଣରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଏହି ସଂଘର୍ଷ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Two Student Groups Clash In JNU

Two Student Groups Clash In JNU

ପୁଣି ଅଶାନ୍ତ ଜେଏନ୍‌ୟୁ କ୍ୟାମ୍ପସ୍। ଆମିଷ ଖିଆକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତକାଲି ଅପରାହ୍ଣରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଏହି ସଂଘର୍ଷ ହୋଇଛି। ଗତକାଲି ରାମନବମୀରେ କାବେରୀ ହଷ୍ଟେଲ୍‌ କ୍ୟାଣ୍ଟିନରେ ଆମିଷ ପରଷା ଯିବାକୁ ନେଇ ଗଣ୍ଡଗୋଳ ଘଟିଥିବା ସୂଚନା ମିଳିଛି। ଏଥିରେ ୬ ଜଣ ଛାତ୍ର ଆହତ ହୋଇଛନ୍ତି।  

Advertisment

ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ(JNUSU)ର ଅଭିଯୋଗ ଅନୁସାରେ, ରାମନବମୀରେ ହଷ୍ଟେଲରେ ଆମିଷ ଖିଆକୁ ବିରୋଧ କରି  ABVP ସଦସ୍ୟ, ମେସ୍‌ ସେକ୍ରେଟାରୀଙ୍କୁ ଆକ୍ରମଣ କରିବା ସହ ମାଂସ ପରଷାକୁ ନେଇ ଷ୍ଟାଫ୍‌ଙ୍କୁ ଅଟକାଇ ଥିଲେ।

ଅଭିଯୋଗର ପ୍ରତିକ୍ରିୟା ରଖି ABVP ଦାବି କରିଛି ଯେ, ବାମ ସମର୍ଥିତ ଛାତ୍ରଗୋଷ୍ଠୀର ସଦସ୍ୟ ହଷ୍ଟେଲରେ ଆୟୋଜିତ ପୂଜାପାଠକୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ। ଉଭୟ ଗୋଷ୍ଠୀ ଅଭିଯୋଗ ଆଣି ଥିବାବେଳେ ପଥରମାଡ଼ ସହ ୨ ଗୋଷ୍ଠୀର ସଦସ୍ୟମାନେ ଆହତ ହୋଇଛନ୍ତି। 

Advertisment

ରାମନବମୀରେ ହଷ୍ଟେଲରେ ଆମିଷ ଖିଆକୁ ବିରୋଧ କରାଯିବାରୁ ବିବାଦ ଉଗ୍ର ରୂପ ନେଇଥିବା କୁହାଯାଉଛି। ହେଲେ ଏଥିରେ କିଛି ଆମିଷ-ନିରାମିଷ କଥା ନାହିଁ ବୋଲି ABVPର ଜେଏନ୍‌ୟୁ ଓ୍ୱିଙ୍ଗ୍ ପ୍ରେସିଡେଣ୍ଟ କହିଛନ୍ତି। ଘଟଣାକୁ ନେଇ ସାଉଥ୍ ୱେଷ୍ଟ୍‌ ଦିଲ୍ଲୀ ଡିସିପି ମନୋଜ ସି. କହିଛନ୍ତି ଯେ, ଘଟଣାକୁ ନେଇ ଆନ୍ଦୋଳନ କରାଯାଇଥିଲା, ହେଲେ ଏବେ ସ୍ଥିତି ଶାନ୍ତ ରହିଛି।

ଅନ୍ୟପକ୍ଷେ, ଘଟଣାକୁ ନେଇ ଥାନାରେ ଏକାଧିକ ଛାତ୍ର ସଂଗଠନ ପକ୍ଷରୁ ଏତଲା ଦିଆଯାଇଛି। ଏତଲା ଆଧାରରେ ଗଣ୍ଡଗୋଳକୁ ନେଇ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି।  

JNU JNU Violence Group Clash In JNU
Advertisment
Advertisment