Advertisment

ପାକ୍‌କୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ

ପାକ୍‌କୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀନବାବ ସରିଫଙ୍କ ଭାଇ ଶାହବାଜ ସରିଫ ହୋଇପାରନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ଆଜି ଆପରାହ୍ନରେ ନ୍ୟାସନାଲ ଆସେମ୍ଲିରେ ଭୋଟ୍ । ଭୋଟିଂ ପରେ ଚିତ୍ର ସ୍ପଷ୍ଟ ହେବ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ।

author-image
Pallipuspa Samal
shahbaz sharif and imran khan

shahbaz sharif and imran khan

ପାକିସ୍ତାନ ପାଓ୍ୱାର୍ ଗେମ୍‌ରେ ଇମ୍ରାନ୍ ଆଉଟ୍ । ଅନାସ୍ଥା ଭୋଟ୍‌ରେ ପରାଜୟ ପରେ ପ୍ରଧାନମନ୍ତ୍ରୀ ପଦ ହରାଇଛନ୍ତି କ୍ରିକେଟ୍ ପଡିଆରୁ ରାଜନୀତି ମୈଦାନକୁ ଆସିଥିବା ଇମ୍ରାନ୍ ଖାନ୍ । ବିରୋଧୀ ଦଳ ନେତା ଶାହବାଜ ଶରିଫ ଦେଶର ୨୩ ତମ ପ୍ରଧାନମନ୍ତ୍ରୀ ବନିବା ଏକ ପ୍ରକାର ସ୍ପଷ୍ଟ । ତାଙ୍କୁ ସମର୍ଥନ କରିଛନ୍ତି ମିଳିତ ବିରୋଧୀ ।

Advertisment

ସେପଟେ କ୍ଷମତା ବଞ୍ଚାଇବାକୁ ଇମ୍ରାନଙ୍କ ଶେଷ ମୁହୂର୍ତ୍ତର ନିଷ୍ଫଳ ଚେଷ୍ଟା ଯୋଗୁଁ ସାରା ଦୁନିଆ ଦେଖିଥିଲା । ଇସଲାମାବାଦର ମିଡ୍ନାଇଟ୍ ଡ୍ରାମା PML-N ଅଧ୍ୟକ୍ଷ ଶାହବାଜଙ୍କୁ ବିରୋଧୀ ଦଳମାନେ ପିଏମ୍ ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ତେବେ ତାଙ୍କ ବିପକ୍ଷରେ ଇମ୍ରାନଙ୍କ ଦଳ PTI ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଶାହ୍ ମହମୁଦ କୁରେସି ଆଜି ଦିନ ୨ଟା ବେଳେ ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ଭୋଟିଂ ପରେ ଚିତ୍ର ସ୍ପଷ୍ଟ ହେବ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ସେପଟେ ନୂଆ ସରକାର କୌଣସି ପ୍ରତିଶୋଧ ମୂଳକ ରାଜନୀତିରେ ସାମିଲ ହେବ ନାହିଁ ବୋଲି କହିଛନ୍ତି ଶାହବାଜ ।

Advertisment

ଏଥିସହ ନଓ୍ୱାଜ ଶରିଫଙ୍କ ବିରୋଧରେ ଆଇନ ଅନୁସାରେ ମାମଲା ଆଗେଇବ ଏବଂ କାଶ୍ମୀର ବିବାଦର ସମାଧାନ ନହେବା ଯାଏଁ ଭାରତ ସହ ସଂପର୍କ ସ୍ୱଭାବିକ ହେବ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଇମ୍ରାନ୍ ଟୁଇଟ୍ କରିଛନ୍ତି ଯେ, ୧୯୪୭ରେ ପାକିସ୍ତାନ ସ୍ୱାଧୀନ ହୋଇଥିଲା କିନ୍ତୁ ‌ଆଜି ଠାରୁ ପୁଣି ବିଦେଶୀ ଷଡ଼ଯନ୍ତ୍ର ବିରୋଧରେ ସ୍ୱାଧୀନତା ସଂଗ୍ରାମ ‌ଆରମ୍ଭ ହୋଇଛି ବୋଲି ଇମ୍ରାନ ଖାନ ଟ୍ୱିଟ୍ କରି କହିଛନ୍ତି।

Pakistan Imran Khan Shahbaz Sharif
Advertisment
Advertisment