Advertisment

Elephant In NH: ହାତୀ ପାଇଁ ରାତିରେ ଘଣ୍ଟାଏ ଅଟକିଲା ରାଜପଥ !

ରାତି ପ୍ରାୟ ସାଢ଼େ ୧୨ଟା ହେବ। ଦନ୍ତା ହାତୀଟି ଜଙ୍ଗଲକୁ ନଯାଇ କାମାକ୍ଷାନଗର-ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥରର ମାଳପୁରାଠାରେ ଛିଡ଼ା ହୋଇଥିଲା। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ହାତୀଟି ରାସ୍ତା ମଝିରେ ଛିଡ଼ା ହୋଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Elepgant

Elepgant

ହାତୀ ପାଇଁ ଘଣ୍ଟାଏ ଅଟକିଲା ଜାତୀୟ ରାଜପଥ! ଆଉ ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଛିଡ଼ା ହୋଇ ରହିଥିଲା। ସେପଟେ ରାଜପଥରେ ହାତୀ ଛିଡ଼ା ହୋଇଥିବାରୁ ବିଜୁଳି କାଟିଦେଲେ ବିଦ୍ୟୁତ ବିଭାଗ। ତା’ପରେ ଅତି ସତର୍କତାର ସହ ବନ ବିଭାଗ ଦନ୍ତାହାତୀକୁ ଘଉଡାଇଥିଲା। ଶେଷରେ ହାତୀଟି ୬ ଫୁଟ ଉଚ୍ଚର ବ୍ୟାରିକେଡ୍‌ ଡେଇଁ ପଳାଇ ଯାଇଥିଲା। ଏପରି ଚିତ୍ର ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥରେ।

Advertisment

ବୁଧବାର ବିଳମ୍ୱିତ ରାତିରେ କନ୍ଧବୋଲ ଜଙ୍ଗଲରେ ରହୁଥିବା ଗୋଟିଏ ଗୋଠଛଡା ଦନ୍ତା ହାତୀ କାମାକ୍ଷାନଗର ସହର ନିକଟରେ ଥିବା ରାଜକୁଳା କାଟେଣୀ ଗାଁକୁ ଚାଲି ଆସିଥିଲା। ଗାଁରେ ପ୍ରାୟ ଅଧ ଘଣ୍ଟାଏ ଧରି ବୁଲିଥିଲା। ଦନ୍ତା ହାତୀ ଆସିଥିବା ଖବର ପ୍ରଚାରିତ ହେବା ପରେ ଗାଁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ଗାଁ ଲୋକେ ଏକତ୍ର ହୋଇ ହାତୀର ଗତିବିଧି ଉପରେ ନଜର ରଖିଥିଲେ। ଏଥିସହ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଦନ୍ତାଟିକୁ ଘଉଡ଼ାଇଥିଲା।

ଅଧିକ ପଢ଼ନ୍ତୁ: ଦିନେ ଦୋକାନରେ ଚପଲ ବିକୁଥିଲେ, ଆଜି ସ୍ମାର୍ଟ ସ୍କୁଲ ଟିଚର

ରାତି ପ୍ରାୟ ସାଢ଼େ ୧୨ଟା ହେବ। ଦନ୍ତା ହାତୀଟି ଜଙ୍ଗଲକୁ ନଯାଇ କାମାକ୍ଷାନଗର-ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥରର ମାଳପୁରାଠାରେ ଛିଡ଼ା ହୋଇଥିଲା। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ହାତୀଟି ରାସ୍ତା ମଝିରେ ଛିଡ଼ା ହୋଇଥିଲା। ମଝିରେ ମଝିରେ ଭୟ ସୃଷ୍ଟି କରିବା ପାଇଁ ନିଜ ଶୁଣ୍ଢ ହଲାଇଥିଲା। ଯାହାଫଳରେ ଉଭୟ ପାର୍ଶ୍ୱରୁ ରାଜପଥରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ହାତୀ ଥିବା କାରଣରୁ ବିଦ୍ୟୁତ ବିଭାଗ ବିଜୁଳି ବନ୍ଦ କରି ଦେଇଥିଲେ। ଯେଉଁଥିପାଇଁ କାମାକ୍ଷାନଗର ସହର ନିକଟରେ ଥିବା ଜିରିଡାମାଳି, ମାଳପୁରା, ବାଇଶିଙ୍ଗା, ନୀଳମାଧବପୁର ପ୍ରମୁଖ ଗାଁ ଗୁଡିକ ୩ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରରେ ରହିଥିଲା। ଅନେକ ପରିଶ୍ରମ ପରେ ବନବିଭାଗ ଦନ୍ତା ହାତୀଟିକୁ ଜାତୀୟ ରାଜପଥରୁ ଘଉଡ଼ାଇଥିଲା।

Advertisment

ଅଧିକ ପଢ଼ନ୍ତୁ:ମହାକୁମ୍ଭରେ ହଜିଗଲେ ଓଡ଼ିଆ ମହିଳା, ପରିବାର ସହ ଭେଟ କରାଇଲେ OSRTC କର୍ମଚାରୀ

ଦନ୍ତାଟି ରାଜପଥ ପାର୍ଶ୍ଵରେ ଥିବା ୬ ଫୁଟ ଉଚ୍ଚା ବ୍ୟାରିକେଡ୍‌ ଡେଇଁ ସ୍ଥାନୀୟ କନ୍ଦରସିଙ୍ଗା ଗାଁରେ ପଶି ଯାଇଥିଲା। ହାତୀଟି ଗାଁ ପାର୍ଶ୍ୱ ନଦୀ ପାର ହୋଇ ଜଙ୍ଗଲକୁ ପଳାଇ ଯାଇଥିଲା। ଏବେ ସେହି ଜଙ୍ଗଲରେ ହାତୀ ରହିଛି। ସଞ୍ଜ ନଇଁଲେ କେଉଁ ଗାଁକୁ ହାତୀଟି ଯିବ କାହାକୁ ଜଣାନାହିଁ। ସେଥିପାଇଁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ଅନ୍ୟପକ୍ଷରେ ହାତୀର ଗତିବିଧି ଉପରେ ବନ ବିଭାଗ ନଗର ରଖିଛି। ଯଦି ହାତୀଟି କୌଣସି ଗାଁରେ ପ୍ରବେଶ କରେ, ତାହାହେଲେ ଘଉଡାଇବାକୁ କର୍ମଚାରୀ ପୂରା ତୟାର ବୋଲି ବନ ବିଭାଗ କହିଛି।

Elephant Dhenkanal
Advertisment
Advertisment