କ୍ୟାମେରାରେ କଏଦ ହୋଇଛି ଏକ କୁକୁରର ସାହସୀକ କାମ। ଜଳୁଥିବା ଏକ ଘରୁ ରକ୍ଷା ପାଇବା ପାଇଁ କୁକୁରଟି ଝରକା ବାଟେ ଡେଇଁପଡିଥିବା ଦେଖାଯାଇଛି। ଭିଡିଓଟି ଇନଷ୍ଟାଗ୍ରାମରେ ଭାଇରାଲ୍ ହେବାରେ ଲାଗିଛି।
ଟିମ୍ ଇଣ୍ତିଆର ୱିକେଟ କିପର ବ୍ୟାଟର ରିଦ୍ଧିମାନ ସାହାଙ୍କୁ ଧମକ ଓ ଡରାଇବା ଭଳି ମେସେଜ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ। ତାଙ୍କୁ ବିସିସିଆଇ ପକ୍ଷରୁ ୨ ବର୍ଷ ପାଇଁ ବ୍ୟାନ୍ କରାଯାଇଛି।
ଡ୍ରୋନ୍ ଆକ୍ରମଣରେ ରୁଷୀୟ ପାଟ୍ରୋଲିଂ ବୋଟ୍ରେ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ୟୁକ୍ରେନ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି ।
ହନୁମାନ ଚାଳିଶା ବିବାଦ ଘଟଣାରେ ଗିରଫ ହୋଇ ଜେଲରେ ଥିବା ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଆଉ ଗୋଟିଏ ରାତି ଜେଲ୍ରେ କାଟିବାକୁ ପଡ଼ିବ।
ଯେଉଁ ଜମିର ଫସଲ ଉପରେ ରାତିରେ ଲାଇଟ୍ ପଡୁଛି, ସେହି ସ୍ଥାନରେ ନଷ୍ଟ ହେଉଛି ଧାନ ଗଛ । ବିଦ୍ୟୁତ ଖୁଣ୍ଟରୁ ପ୍ରାୟ ୧୫ ଫୁଟ୍ ଇଲାକାର ଚାଷ ପ୍ରଭାବିତ ହେଉଛି ।
ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଆରସିବି ଓ ଚେନ୍ନାଇ ମୁହାଁମୁହିଁ ହେଉଛନ୍ତି। ପ୍ରଥମ ମୁକାବିଲାରେ ଚେନ୍ନାଇ ବାଜିମାତ କରିଥିଲା। ତେଣୁ ଆରସିବି ପାଖରେ ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି।
ଯେଉଁମାନେ ୧୦ମ ପାସ୍ କରିଛନ୍ତି ଏବଂ ଲୋକ ସେବା ଆୟୋଗରେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେମାନେ ବି କରିପାରିବେ ସରକାରୀ ଚାକିରି।
"ଗୋଟିଏ ଦେଶ -ଏକ ପରୀକ୍ଷା" ଅନୁସାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ନାତକୋତ୍ତର ଆଡମିଶନ ପାଇଁ କମନ୍ ୟୁନିଭରସିଟି ପ୍ରବେଶିକ ପରୀକ୍ଷାରେ ଯୋଗଦେବାକୁ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।
RBI ରେପୋରେଟ୍ ବଢାଇବା ପରେ ସେନ୍ସେକ୍ସରେ ଉତ୍ସାହଜନକ ଭାବେ ବୃଦ୍ଧି ଘଟିଛି । ସେହିପରି କ୍ୟାସ ରିଜର୍ଭ ରେସିଓ ୫୦ ବେସିସ୍ ପଏଣ୍ଟକୁ ବୃଦ୍ଧି ପାଇଛି । ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ପରେ ଲୋକଙ୍କ ଉପରେ ଏବେ ଇଏମ୍ଆଇର ବୋଝ ବଢ଼ିପାରେ ।
ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ସଲମାନ ଖାନଙ୍କ ସହ ଇନ୍ଷ୍ଟାଗ୍ରାମରେ ଇଦ୍ ପାର୍ଟିର କିଛି ଆଭ୍ୟନ୍ତରୀଣ ଫଟୋ ଶେୟାର କରିଛନ୍ତି। ୯୦ ଦଶକର ଏହି ସୁପର୍ହିଟ୍ ଯୋଡିଙ୍କୁ ପୁଣି ଥରେ ଫଟୋରେ ଦେଖି ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି।
ଜୁନ୍ ୨ରୁ ୫ ତାରିଖ, ଏହି ୪ ଦିନ ମହାରାଣୀଙ୍କ ଉଦ୍ଦେଶ୍ୟରେ ବଡ଼ ଧୁମଧାମରେ ପାଳନ ହେବ ପ୍ଲାଟିନମ୍ ଜୁବଲି ଉତ୍ସବ
ନର୍ଲ୍ୟାଣ୍ଡ୍ କଲେଜରେ ଶିକ୍ଷାର୍ଥୀମାନଙ୍କୁ ଶିଶୁ ପାଳନ ଓ ଶିଶୁର ସାମଗ୍ରିକ ବିକାଶ ସମ୍ପର୍କିତ ବ୍ୟାପକ ପ୍ରଶିକ୍ଷଣ ଦିଆଯାଇଥାଏ। ସେମାନେ ଭବିଷ୍ୟତରେ ଯେଉଁ ପିଲାମାନଙ୍କର ଦାୟିତ୍ଵ ନେବେ, ସେମାନଙ୍କ ପାଇଁ କିଭଳି ଯଥାସମ୍ଭବ ଉପଯୋଗୀ ସାବ୍ୟସ୍ତ ହୋଇପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏ।
ସାଂସଦ ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ଜାମିନ୍ ପ୍ରଦାନ କରାଯାଇଛି ।
ରାଜ୍ ଠାକ୍ରେଙ୍କ ବାସଭବନ ସାମ୍ନାରେ ଏକତ୍ରିତ ହୋଇଥିବା ଦଳୀୟ କର୍ମୀଙ୍କୁ ମୁମ୍ବାଇ ପୋଲିସ୍ ଉଠାଇ ନେଇଛି। ପ୍ରାୟ ୨୬୦ ଏମ୍ଏନ୍ଏସ୍ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍ ଉଠାଇ ନେଇଥିବା ଜଣାପଡ଼ିଛି।
ଘୋଷଣା ହୋଇଛି ଦାଦାସାହେବ ଫାଲ୍କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ । ଫର୍ହାନ୍ ଅଖ୍ତର୍ଙ୍କୁ ଫିଲ୍ମ ‘ତୁଫାନ’ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର, ସୂର୍ଯ୍ୟାଙ୍କ ଫିଲ୍ମ ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ।
ମହିଳା ଅଧିକାରୀଙ୍କ ହଙ୍ଗାମା ଦେଖି ତାଜୁବ ହୋଇଗଲେ ଲୋକେ। ପୁଲିସ୍ ଯେତେ ବୁଝାସୁଝା କରି ଘରକୁ ପଠାଇଲେ ବି ଘରକୁ ଯିବାକୁ ନାରାଜ ଏହି ଅଧିକାରୀ ।
ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପ୍ରକାର ଆକଳନ କରାଯାଇ ନାହିଁ। ଲଘୁଚାପ କ୍ଷେତ୍ର ହେଲା ପରେ ଏନେଇ ସଠିକ ଆକଳନ କରିହେବ।
ଷ୍ଟକ ମାର୍କେଟରେ ଶେୟାର କିଣା ବିକା ଲାଗି ଉଦ୍ଦିଷ୍ଟ ଡିମାଟ୍ ଆକାଉଣ୍ଟ ଜରିଆରେ ହିଁ ଏହି କାରବାର ହୋଇପାରିବ । ତେବେ ଶେୟାର କିଣିବା ପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ ।
ଦେଶର ବୃହତ୍ତମ ବୀମା କମ୍ପାନୀ ଏଲ୍ଆଇସିର ବହୁ ପ୍ରତୀକ୍ଷିତ ମେଗା ଆଇପିଓ ବା ପ୍ରାରମ୍ଭିକ ପବ୍ଲିକ ଅଫରିଂ ଆଜିଠୁ ଆରମ୍ଭ ହୋଇ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଟ୍ୱିଟର ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ଦେୟ ଦେବାକୁ ପଡିପାରେ ବୋଲି ଏଲନ୍ ମସ୍କ ଟ୍ୱିଟ୍ କରି ଜଣାଇଛନ୍ତି ।
ଗୁଜରାଟ ଟାଇଟାନ୍ସ କ୍ରମାଗତ ୫ଟି ମ୍ୟାଚ୍ ଜିତିବା ପରେ ଶେଷରେ ପରାଜୟର ସ୍ୱାଦ ଚାଖିଛି। ଗତକାଲିର ମ୍ୟାଚ୍ରେ ଗୁଜରାଟକୁ ୮ ୱିକେଟ୍ରେ ପଞ୍ଜାବ କିଙ୍ଗସ୍ ପରାସ୍ତ କରିଛି।
ଆଜି ୨୦୨୨ ମସିହା ମେ ମାସ ୪ ତାରିଖ, ବୁଧବାର, ମେଷ, ୨୧ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ଚତୁର୍ଥୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସାରା ବିଶ୍ୱରେ ଭାରତୀୟଙ୍କ ପ୍ରଶଂସା ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଦେଶର ମୋଟ ୩୨ ଜିଲ୍ଲାରେ କେବଳ ହଲ୍ମାର୍କିଂ ସୁନା ବିକିବାକୁ ବାଧ୍ୟହେବେ ଗହଣା ବ୍ୟବସାୟୀ । ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଗହଣା ଦୋକାନରେ ଭିଡ I ଜୁନ୍ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କ I ଗ୍ରାହକଙ୍କୁ ଠକାମୀରୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ।