• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଣା ଦମ୍ପତ୍ତିଙ୍କୁ ଜାମିନ୍ ମିଳିବା ସତ୍ତ୍ୱେ ଆଉ ଗୋଟେ ରାତି ଜେଲ୍‌ର ବନ୍ଦ କବାଟ ମଧ୍ୟରେ କାଟିବାକୁ ପଡ଼ିବ । ମୁମ୍ବାଇ ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା ।

ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଏହି ଜାମିନ ମଞ୍ଜୁର କରିଥିଲେ । ତେବେ ଜାମିନ ପ୍ରଦାନ ସହ ରାଣା ଦମ୍ପତ୍ତିଙ୍କ ଆଗରେ ବିଭିନ୍ନ ସର୍ତ୍ତ ମଧ୍ୟ କୋର୍ଟ ରଖିଥିଲେ । ତଦନ୍ତ ପ୍ରକ୍ରିୟାରେ ବାଧା କିମ୍ବା ସାକ୍ଷୀକୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ ଜାମିନ ଖାରଜ ହେବ ବୋଲି କୋର୍ଟ କହିଥିଲେ ।

କାଗଜପତ୍ର କାମ ବିଳମ୍ବ ହୋଇଥିବାରୁ ରାଣା ଦମ୍ପତ୍ତି ସନ୍ଧ୍ୟା ସୁଦ୍ଧା ଜେଲ୍‌ରୁ ବାହାରି ପାରି ନାହାନ୍ତି। ତେଣୁ ଉଭୟଙ୍କୁ ଆଜି ରାତିରେ ଜେଲରେ ହିଁ ରହିବାକୁ ହେବ। ଆସନ୍ତାକାଲି ସେମାନେ ଜେଲକୁ ମୁକୁଳିବେ ବୋଲି ସୂଚନା ମିଳିଛି ।

ଉଭୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତଶ୍ରୀ ଆଗରେ ହନୁମାନ ଚାଳିଶା ବୋଲିବେ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ଶିବସେନାର କର୍ମୀମାନେ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ କରିଥିଲେ । ପରେ ଆଇନଶୃଙ୍ଖଳା ସ୍ଥିତି ଆଶଙ୍କା କରି ପୋଲିସ ଉଭୟଙ୍କୁ ଗିରଫ କରିଥିଲା ।

ତେବେ ରାଣା ଦମ୍ପତ୍ତିଙ୍କୁ ଗିରଫ ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଥିଲା । ବିଜେପି ରାଣା ଦମ୍ପତ୍ତିଙ୍କ ସପକ୍ଷରେ ବାହାରିଥିବା ବେଳେ ଶିବସେନା ସରକାରକୁ କଡ଼ା ସମାଲୋଚନା କରିଥିଲା ।