Advertisment

ଲଗାତାର ୫ ମ୍ୟାଚ୍‌ ଜିତିବା ପରେ ଗୁଜରାଟକୁ ପରାଜୟର ସ୍ୱାଦ ଚଖାଇଲା ପଞ୍ଜାବ

ଗୁଜରାଟ ଟାଇଟାନ୍‌ସ କ୍ରମାଗତ ୫ଟି ମ୍ୟାଚ୍‌ ଜିତିବା ପରେ ଶେଷରେ ପରାଜୟର ସ୍ୱାଦ ଚାଖିଛି। ଗତକାଲିର ମ୍ୟାଚ୍‌ରେ ଗୁଜରାଟକୁ ୮ ୱିକେଟ୍‌ରେ ପଞ୍ଜାବ କିଙ୍ଗସ୍‌ ପରାସ୍ତ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Punjab defeat Gujarat by 8 wickets

Punjab defeat Gujarat by 8 wickets

ଆଇପିଏଲ୍‌ ୨୦୨୨ର  ୪୮ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟାନ୍‌ସ । ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ଗୁଜୁରାଟ ଟାଇଟାନ୍‌ସ ଥିବାବେଳେ ବିଜୟ ହାସଲ କରି ଏବେ ୫ନଂ ସ୍ଥାନରେ ରହିଛି ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ୍‌ ନଭି ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ଖେଳା ଯାଇଥିଲା । ଗୁଜୁରାଟ ଟାଇଟାନ୍‌ସର ଅଧିନାୟକ ହାର୍ଦ୍ଦିକ ପାଣ୍ତ୍ୟା ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ମ୍ୟାଚ୍‌ଟି ପ୍ଲେଅଫ୍‌ରେ ପ୍ରବେଶ ଦୃଷ୍ଟିରୁ ପଞ୍ଜାବ କିଙ୍ଗ୍ସ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା।

Advertisment

ତେବେ ପଏଣ୍ଟ୍‌ ଟେବୁଲ୍‌ର ଶୀର୍ଷରେ ଥିବା ଗୁଜରାଟ ଟାଇଟାନ୍‌ସ କ୍ରମାଗତ ୫ଟି ମ୍ୟାଚ୍‌ ଜିତିବା ପରେ ଶେଷରେ ପରାଜୟର ସ୍ୱାଦ ଚାଖିଛି। ଗତକାଲିର ମ୍ୟାଚ୍‌ରେ ଗୁଜରାଟକୁ ୮ ୱିକେଟ୍‌ରେ ପଞ୍ଜାବ କିଙ୍ଗସ୍‌ ପରାସ୍ତ କରିଛି।  ଗୁଜରାଟ ୮ ୱିକେଟ୍‌ରେ ୧୪୩ ରନ୍‌ କରିଥିଲା। ଫଳରେ ପଞ୍ଜାବକୁ ଏହି କର ବା ମର ମ୍ୟାଚ୍‌କୁ ଜିତିବା ପାଇଁ ୧୪୪ ରନ୍‌ର ଟାର୍ଗେଟ ମିଳିଥିଲା। ଶେଷରେ ଗୁଜରାଟକୁ ୮ ୱିକେଟ୍‌ରେ ପଞ୍ଜାବ କିଙ୍ଗସ୍‌ ପରାସ୍ତ କରିଥିଲା। ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ଏକମାତ୍ର ବ୍ୟାଟର ଭାବେ ଅପରାଜିତ ଅର୍ଦ୍ଧଶତକ କରିଥିଲେ।

ଗୁଜରାଟ ୧୦ମ ମ୍ୟାଚ୍‌ରେ ୨ୟ ପରାଜୟ ଭୋଗି ପୂର୍ବ ପରି ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ପଞ୍ଜାବ ୧୦ମ ମ୍ୟାଚ୍‌ରେ ୫ମ ବିଜୟ ହାସଲ କରି ୧୦ ପଏଣ୍ଟ୍‌ ସହ ୫ମ ସ୍ଥାନକୁ ଉନ୍ନୀତ କରିଛି। 

Advertisment
IPL Punjab Kings IPL 2022 Gujarat Titans
Advertisment
Advertisment