Advertisment

Lectures Protest: ଡିଗ୍ରୀ କଲେଜ ଗୁଡ଼ିକୁ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ଆନ୍ଦୋଳନ

ଡିଗ୍ରୀ କଲେଜ ଗୁଡ଼ିକୁ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ଧାରଣାକୁ ଓହ୍ଲାଇଛି ବ୍ଲକ କ୍ରାଇଟେରିଆ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ। ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମା ଅନୁଯାୟୀ  ଗୋଟିଏ ଜୁନିୟର କଲେଜ ଏବଂ ଗୋଟିଏ ଡିଗ୍ରୀ କଲେଜକୁ ପ୍ରତ୍ୟକ୍ଷ ଅନୁଦାନ ଦେବାର ବ୍ୟବସ୍ଥା ରହିଛି । ତେବେ ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମାକୁ ୨୦୦୪ ମସିହାରେ ପ୍ରତ୍ୟାହାର କରାଗଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
Lecturer

Lecturer

ଡିଗ୍ରୀ କଲେଜ ଗୁଡ଼ିକୁ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ଧାରଣାକୁ ଓହ୍ଲାଇଛି ବ୍ଲକ କ୍ରାଇଟେରିଆ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ। ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମା ଅନୁଯାୟୀ  ଗୋଟିଏ ଜୁନିୟର କଲେଜ ଏବଂ ଗୋଟିଏ ଡିଗ୍ରୀ କଲେଜକୁ ପ୍ରତ୍ୟକ୍ଷ ଅନୁଦାନ ଦେବାର ବ୍ୟବସ୍ଥା ରହିଛି । ତେବେ ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମାକୁ ୨୦୦୪ ମସିହାରେ ପ୍ରତ୍ୟାହାର କରାଗଲା। ସମସ୍ତ ବ୍ଲକ କ୍ରାଇଟେରିଆ କଲେଜ ଗୁଡ଼ିକୁ  ପ୍ରତ୍ୟକ୍ଷ ଅନୁଦାନର ପରିସରକୁ ଅଣାଗଲା ନାହିଁ। ୨୦୦୮ରେ ବ୍ଲକଗ୍ରାଣ୍ଟ ନୀତି ପ୍ରଣୟନ କରାଯାଇ ରାଜ୍ୟର ସମସ୍ତ ୩୯୧ଟି ବ୍ଲକ କ୍ରାଇଟେରିଆ କଲେଜକୁ ଅନ୍ୟ ୨୭୧ ଅଣ ବ୍ଲକ କ୍ରାଇଟେରିଆ କଲେଜ ସହ ମିଶାଇ ୬୬୨ ବର୍ଗ ନାମରେ ବ୍ଲକ୍‌ଗ୍ରାଣ୍ଟର ଶିକାର କରାଗଲା ।

Advertisment

୨୦୧୩ ମସିହାରୁ ନିରବଚ୍ଛିନ୍ନ ଭାବେ ବିଭିନ୍ନ ୩୯୧ ବ୍ଲକ କ୍ରାଇଟେରିଆ କଲେଜ ଗୁଡ଼ିକୁ ପ୍ରତ୍ୟକ୍ଷ ଅନୁଦାନ ପ୍ରଦାନ ଦାବି କରି ଆସିଛି ସଂଘ। ଏହି ବ୍ଲକ କ୍ରାଇଟେରିଆ କଲେଜ ଗୁଡିକ ମୁଖ୍ୟତଃ ପଛୁଆ ତଥା ଆଦିବାସୀ ଅଧୁଷିତ ଅଞ୍ଚଳମାନଙ୍କରେ ପ୍ରତିଷ୍ଠିତ । ପ୍ରାୟ ୩୨ ବର୍ଷରୁ ଅଧିକ ସମୟ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନର ପ୍ରାୟ ୭୦ ଭାଗ ଦାୟିତ୍ୱ ବହନ କରି ଗରିବ, ଖଟିଖିଆ, ଆଦିବାସୀ ତଥା ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଆସୁଅଛନ୍ତି ।

ନୂତନ ସରକାର ଶାସନକୁ ଆସିବା ପରେ ଏକ ନୂତନ ଆଶା ଓ ସମ୍ଭାବନା ନେଇ ସଂଘର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବି ରଖିଛନ୍ତି। ବୁଧବାର ୩୯୧ ବ୍ଲକ କଲେଜ ସଂଘର ରାଜ୍ୟସଭାପତି ଅଶ୍ୱିନୀ ମେହେର ଏବଂ କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ସାମନ୍ତଙ୍କ ମିଳିତ ନେତୃତ୍ବରେ ପ୍ରାୟ ୨୦୦୦ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କର ଏକ ବିଶାଳ ରାଲି କଂଗ୍ରେସ ଭବନଠାରୁ ଆରମ୍ଭ ହୋଇ ଗାନ୍ଧୀମାର୍ଗରେ ପହଞ୍ଚି ଏକ ସମାବେଶ କରିଥିଲେ। ସରକାରଙ୍କ ପକ୍ଷରୁ ଡାକରା ପାଇ ଏକ ପାଞ୍ଚଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ପିଏମ୍ ମୋଦି ଦେଲେ ପରୀକ୍ଷା ଟିପ୍ସ; ଛାତ୍ରଛାତ୍ରୀଙ୍କୁ ଦେଲେ ଏହି ପରାମର୍ଶ।

Protests
Advertisment
Advertisment