• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏଲ୍ଆଇସିରୁ ହେବ ପୁଂଜି ପ୍ରତ୍ୟାହାର । ଆଜିଠୁ ବିକ୍ରି ହେବ ଆଇପିଓ । ଦେଶର ବୃହତ୍ତମ ବୀମା କମ୍ପାନୀ ଏଲ୍ଆଇସିର ବହୁ ପ୍ରତୀକ୍ଷିତ ମେଗା ଆଇପିଓ ବା ପ୍ରାରମ୍ଭିକ ପବ୍ଲିକ ଅଫରିଂ ଆଜିଠୁ ଆରମ୍ଭ ହୋଇ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ପ୍ରାୟ ୨୨ କୋଟି ୧୩ ଲକ୍ଷ ସେୟାର ବିକ୍ରି ହେବ ।

ଏହାରି ମାଧ୍ୟମରେ କେନ୍ଦ୍ର ସରକାର ପାଖାପାଖି ୨୧ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସରକାର ଦେଶର ସବୁଠୁ ବଡ଼ ବୀମା ନିଗମରୁ ୩.୫ ପ୍ରତିଶତ ଅଂଶଧନ ପ୍ରତ୍ୟାହାର କରିବେ । ଏହାର ପ୍ରାଇସ ବ୍ୟାଣ୍ଡ୍ ସେୟାର ପିଛା ୯୦୨ ଟଙ୍କାରୁ ୯୪୯ ଟଙ୍କା ମଧ୍ୟରେ ରହିଛି । ଏଥିରେ ରିଟେଲ୍ ନିବେଶକଙ୍କ ସହ ଏଲ୍ଆଇସି ପଲିସି ଧାରକ ଏବଂ କର୍ମଚାରୀଙ୍କ ପାଇଁ ରିହାତି ସୁବିଧା ରହିଛି ।

ସୂଚନା ଅନୁଯାୟୀ, ପ୍ରତି ସେୟାର ପିଛା ପଲିସି ଧାରକମାନଙ୍କୁ ୬୦ ଟଙ୍କା ଏବଂ ଏଲ୍ଆଇସି କର୍ମଚାରୀମାନଙ୍କୁ ୪୫ ଟଙ୍କା ରିହାତିରେ ଏହା ମିଳପାରିବ । ତେବେ ଏହି ଡିସ୍କାଉଣ୍ଟ ପାଇବା ପାଇଁ ପଲିସି ହୋଲ୍ଡରଙ୍କ ଖାତା ପ୍ୟାନ୍ ସହିତ ଲିଙ୍କ୍ ହୋଇଥିବା ଆବଶ୍ୟକ ଥିବାବେଳେ ଦେଶରେ ସାଢେ ୬ କୋଟି ଏଲ୍ଆଇସି ପଲିସିକୁ ପ୍ୟାନ୍ ସହିତ ଯୋଡ଼ାଯାଇଛି । ତେବେ ମେ ମାସ ୯ ତାରିଖରେ ଆଇପିଓ ବନ୍ଦ ହେବ ।