• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଦ୍ୱାଦଶ ଦାଦାସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ ସୋମବାର ଘୋଷଣା କରାଯାଇଛି। ଏହି ଆୱାର୍ଡ ଶୋ’ରେ ଫର୍‌ହାନ୍ ଅଖ୍‌ତର୍‌ଙ୍କୁ ତାଙ୍କ ଫିଲ୍ମ ‘ତୁଫାନ’ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଛି। ସେହିପରି ସୂର୍ଯ୍ୟାଙ୍କ ଫିଲ୍ମ ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ ଆୱାର୍ଡକୁ ନିଜ ନାମରେ କରିବାରେ ସଫଳ ହୋଇଛି।

‘ତୁଫାନ’ ଗତ ବର୍ଷ OTT ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିଥିଲା।| ଏହି ଫିଲ୍ମର ନିର୍ଦ୍ଦେଶନା ରାକେଶ ଓମ୍‌ପ୍ରକାଶ ମେହେରା ଦେଇଥିଲେ। ଏଥିରେ ମୃଣାଲ ଠାକୁର ଫରହାନଙ୍କ ବିପକ୍ଷରେ ଥିଲେ ଏବଂ ପରେଶ ରାୱଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

ସେହିପରି 'ଜୟ ଭୀମ'ରେ ସୂର୍ଯ୍ୟା ମୁଖ୍ୟ ଭୂମିକାରେ ଥିଲେ ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ ଟିଜେ ଜାନୱେଲ୍‌। ଏହା ମଧ୍ୟ ଏକ OTT ରିଲିଜ୍ ଥିବାବେଳେ ସମାଲୋଚକମାନଙ୍କ ଠାରୁ ବହୁ ପ୍ରଶଂସା ମଧ୍ୟ ପାଇଥିଲା। ଏହି ଫିଲ୍ମଟି ଭାରତ ପକ୍ଷରୁ ଓସ୍କାର ପାଇଁ ମଧ୍ୟ ମନୋନୀତ ହୋଇଥିଲା। ଏହି ତାମିଲ ଫିଲ୍ମର ଅଭିନେତା ମଣିକନ୍ଦନଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।

'ଚେହେରେ'କୁ ଜୁରୀ ସ୍ପେଶାଲ୍ ପୁରସ୍କାର:

ଅମିତାଭ ବଚ୍ଚନ ଓ ଇମ୍ରାନ ହାଶମୀଙ୍କ ଫିଲ୍ମ 'ଚେହେରେ'କୁ ଏକ ବିଶେଷ ପୁରସ୍କାର ପ୍ରଦାନ କରାଯାଇଛି। ଏର୍ଗଲ ଓ ନାତା ସମ୍ରାଟଙ୍କୁ ଶ୍ରେଷ୍ଠ ଫିଲ୍ମ (ଜୁରୀ) ପୁରସ୍କାର ମିଳିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରୁମି ଜାଫରୀ। ଏଥିରେ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ। ଏହି ଫିଲ୍ମରେ ଅନୁ କପୁର ଏବଂ ରଘୁବୀର ଯାଦବଙ୍କ ସମେତ ଅନେକ ଜଣାଶୁଣା କଳାକାର ମଧ୍ୟ ସାମିଲ ଥିଲେ। ଏହି ଫିଲ୍ମଟି ପ୍ରଥମେ ବଡ ପରଦାରେ ଏବଂ ପରେ OTT ରେ ମୁକ୍ତିଲାଭ କରିଥିଲା ​।

ପୁରସ୍କାରର ସମ୍ପୂର୍ଣ୍ଣ ତାଲିକା:

  • ଶ୍ରେଷ୍ଠ ଫିଲ୍ମ - ଜୟ ଭୀମ୍‌
  • ଶ୍ରେଷ୍ଠ ଫିଲ୍ମ (ଜୁରୀ) - ଚେହେରେ
  • ଶ୍ରେଷ୍ଠ ଆନିମେସନ୍ - ମୋଟୁ ପତଲୁ ଇନ୍ ଟାଏ ୱର୍ଲ୍ଡ
  • ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ – ଦ ସିଭିୟର: ବ୍ରିଗେଡିୟର୍ ପ୍ରୀତମ୍ ସିଂ
  • ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ (ଜୁରୀ) – ପର୍ଲ ସିଟି ମାସ୍କକର୍
  • ଶ୍ରେଷ୍ଠ ନିର୍ଦ୍ଦେଶକ - ରାଜ ମଦିରାଜୁ (ଗ୍ରେ: ଦ ସ୍ପାଇ ହୁ ଲଭ୍ଡ ମି)
  • ଶ୍ରେଷ୍ଠ ନିର୍ଦ୍ଦେଶକ (ଜୁରୀ) - ସୁଦୀପ ରଂଜନ ସରକାର (ନୋଟ୍ସ ଟୁ ଅ ଲଭର୍ ଫ୍ରମ୍ ଜେନୀ ରଡମ୍ ଆଣ୍ଡ୍ ହିଜ୍ ବ୍ୟୁଟିଫିଲ୍ ଫାମିଲି)
  • ଶ୍ରେଷ୍ଠ ନିର୍ଦ୍ଦେଶକ (ଆନିମେସନ୍) - ସୁମିତ ଦାସ ଏବଂ ଅକ୍ଷୟ ସଞ୍ଜୀବ ଚହ୍ୱାଣ (ରୁଦ୍ର – ଦ ଫର୍ଗଟନ ୱାର୍ଲ୍ଡ)
  • ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ - ବିଜୟ କନକମେଡାଲା (ନନ୍ଦୀ) ଏବଂ ଶୈଲେଶ ଭୀମରାଓ ଦୁପାରେ (ପଲ୍ୟାଦ : ଦ ଅଦର୍ ଷ୍ଟୋରୀ)
  • ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ - ଡକ୍ଟର ବାଲକ୍ରିଷ୍ଣା ଏମ୍‌ଆର୍
  • ଶ୍ରେଷ୍ଠ ସ୍କ୍ରିନ୍ ସ୍କ୍ରିପ୍ – ହୃଷିକେଶ ଭଡାନେ (ରିଫ୍ଟ)
  • ଶ୍ରେଷ୍ଠ ସିନେମାଟୋଗ୍ରାଫି – ନିସ୍ମଲ୍ ନୌଶାଦ (ପୁଲ୍ଲୁ ରାଇଜିଂ)
  • ଶ୍ରେଷ୍ଠ ସମ୍ପାଦନା - ଚେନ୍ ଜି ୱେଇ (ଥ୍ରୀ ୱିସ୍)
  • ଶ୍ରେଷ୍ଠ VFX - ଶ୍ରୀକାନ୍ତ କଣ୍ଡାଲା (ଏକ ବ୍ୟୁଟିଫୁଲ୍ ବ୍ରେକ୍‌ଅପ୍)
  • ଶ୍ରେଷ୍ଠ ଅଭିନେତ୍ରୀ - ଡାଗର ଟୁଡୁ (ଆଶା)
  • ଶ୍ରେଷ୍ଠ ଅଭିନେତା - ଫରହାନ୍ ଅଖତର (ତୁଫାନ୍)
  • ଶ୍ରେଷ୍ଠ ସହାୟକ ଅଭିନେତା - ମାଣିକନ୍ଦନ (ଜୟ ଭୀମ)
  • ଶ୍ରେଷ୍ଠ ସହାୟକ ଅଭିନେତ୍ରୀ - ମୃଣାଲିନୀ