• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବର୍ଲିନ୍‌ରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜର୍ମାନୀ ପରେ ଡେନମାର୍କ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ।

ଏନେଇ ମୋଦି କହିଛନ୍ତି, ସାରା ବିଶ୍ୱରେ ଭାରତୀୟଙ୍କ ପ୍ରଶଂସା ହେଉଛି । ଭାଷ ଅନେକ ହେଲେ ଭାବ ଏକ ଏବଂ ସମସ୍ତଙ୍କ ସଂସ୍କାର ଭାରତୀୟ। ରାଷ୍ଟ୍ରନିର୍ମାଣରେ ସମସ୍ତଙ୍କ ଯୋଗଦାନ ରହିଛି । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସରେ ହିଁ ଦେଶର ସମୃଦ୍ଧି ହୁଏ । ଦେଶର ଯେକୌଣସି କୋଣରେ ଥିଲେ ମଧ୍ୟ ନିଜ ଦେଶ ପ୍ରତି ଭାରତୀୟମାନେ କର୍ତ୍ତବ୍ୟନିଷ୍ଠ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଏହାସହ ମୋଦି କହିଛନ୍ତି ଯେ, ଏକବିଂଶ ଶତାବ୍ଦୀର ଭାରତ ସଂକଳ୍ପ ନେଇ ଆଗକୁ ବଢୁଛି । ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ପାଇଁ ସେ ଅପିଲ କରିଛନ୍ତି ।

ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡ୍ରମ୍‌ର ତାଳେ ତାଳେ ନାଚି ଗାଇ ସ୍ୱାଗତ କରାଯାଇଥିଲା ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଡ୍ରମ୍ ବଜାଉଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷେ, ତିନି ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଡେନମାର୍କର କୋପେନହାଗନ ଅଭିମୁଖେ ଯାତ୍ରା କରିଜର୍ମାନୀର ବର୍ଲିନରେ ବିଭିନ୍ନ କାର୍ଯ୍ୟକ୍ରମ ଶେଷ କରି ମୋଦି କୋପେନହାଗେନ ଗସ୍ତ କରିଥିଲେ । ଏହି ଅବସରରେ ସେ ଡେନମାର୍କ ପ୍ରତିପକ୍ଷ ମେଟେ ଫ୍ରେଡରିକସେନଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବା ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡେନମାର୍କ ଗସ୍ତର କାର୍ଯ୍ୟକ୍ରମ ନେଇ ବୈଦେଶିକ ବ୍ୟାପାର ବିଭାଗ ସଚିବ ଅରିନ୍ଦମ ବାଗଚୀ ସୂଚନା ଦେଇଛନ୍ତି । ଗ୍ରୀନ ଷ୍ଟ୍ରୋଜିକ ପାର୍ଟନରସିପ୍‌ ବା ସବୁଜ ରଣନୀତିକ ଭାଗିଦାରୀ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବ । ଏ କ୍ଷେତ୍ରରେ ଦୁଇ ଦେଶ ଆପଣାଇଥିବା ୫ ବର୍ଷିୟ ଆକ୍ସନ ପ୍ଲାନ ଉପରେ ମଧ୍ୟ ଆଳୋଚନା ହୋଇପାରେ । ବିଶେଷ କରି ମେକ୍ ଇନ୍ ଇଣ୍ଡିଆ, ଜଲ ଜୀବନ ମିଶନ, ଡିଜିଟାଲ୍ ଇଣ୍ଡିଆ ଆଦି ପ୍ରସଙ୍ଗ ସ୍ଥାନ ପାଇପାରେ ବୋଲି ସୂଚନା ମିଳିଛି।