• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବଢ଼ିଲା ରେପୋରେଟ୍ । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପୁଣି ଥରେ ରେପୋରେଟ୍ ବଢାଇଛି ।  ରେପୋରେଟ୍ ବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ସୂଚନା ଦେଇଛନ୍ତି । ରେପୋରେଟ୍ ୪୦ ବିପିଏସ୍‌ରୁ ୪.୪୦ ପ୍ରତିଶତକୁ ବଢ଼ିଛି । ତୁରନ୍ତ ବର୍ଦ୍ଧିତ ରେପୋରେଟ୍ ଲାଗୁ ହେବା ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ।

RBI ରେପୋରେଟ୍ ବଢାଇବା ପରେ ସେନ୍ସେକ୍ସରେ ଉତ୍ସାହଜନକ ଭାବେ ବୃଦ୍ଧି ଘଟିଛି । ସେହିପରି କ୍ୟାସ ରିଜର୍ଭ ରେସିଓ ୫୦ ବେସିସ୍ ପଏଣ୍ଟକୁ ବୃଦ୍ଧି ପାଇଛି । ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ପରେ ଲୋକଙ୍କ ଉପରେ ଏବେ ଇଏମ୍‌ଆଇର ବୋଝ ବଢ଼ିପାରେ । ଏଥିସହ ବ୍ୟାଙ୍କ ଗୁଡିକ ଋଣ ଉପରେ ସୁଧ ହାର ବଢ଼ାଇବା ପାଇଁ ରାସ୍ତା ସଫା ହୋଇଯାଇଛି।

ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ କହିଛନ୍ତି, ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଏବେ ଅନୁଭବ ହେଉଛି । ଏହି ଯୁଦ୍ଧର ପ୍ରଭାବ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଉପରେ ପଡିଛି । ଏଥିସହିତ ମୁଦ୍ରାସ୍ଫୀତିର ବୃଦ୍ଧିକୁ ଦୃଷ୍ଟିରେ ରଖି ଆରବିଆଇ ବର୍ତ୍ତମାନ ଏହାର ‘accommodative stance’ ଅର୍ଥାତ୍ ଉଦାରବାଦୀ ଆଭିମୁଖ୍ୟ ଛାଡି ବେଞ୍ଚମାର୍କ ହାରକୁ ବୃଦ୍ଧି କରିବାକୁ ଯାଉଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ଦୁଇ ବର୍ଷ ହେଲା ରେପୋ ରେଟ୍‌ ଅପରିବର୍ତ୍ତିତ ରହିଥିଲା । ଆରବିଆଇ ଏହାକୁ ୪ ପ୍ରତିଶତରୁ କମ୍ ରଖିଥିଲା ଏବଂ ରିଭର୍ସ ରେପୋକୁ ୩.୩୫% ରଖିଥିଲା ।