• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲଜ୍ୟା ! ସବୁ ସୀମା ଟପିଗଲେ ମହିଳା ଅଧିକାରୀ। ମଦ ପିଇ ରାସ୍ତା ମଝିରେ କଲେ ହଙ୍ଗାମା । ଭିଡିଓ ଭାଇରାଲ୍‌ ପରେ ତଦନ୍ତ ଆରମ୍ଭ କଲା ପୋଲିସ। ମଦ ପିଇ ରାସ୍ତ‌ାରେ ହଙ୍ଗାମା କରୁଥିବା ଏହି ମହିଳା ଅଧିକାରୀଙ୍କ ଭିଡିଓ କ୍ୟାମେରାରେ କଏଦ ହେବା ପରେ ସବୁଆଡ଼େ ତାଙ୍କରି ଚର୍ଚ୍ଚା। ତେବେ ଉତ୍ପାତ କରୁଥିବା ମାତାଲ ମହିଳା ଅଧିକାରୀଙ୍କ ଜଣକ ଏମିତି ସେମିତି ଅଧିକାରୀ କାହାନ୍ତି । ରାସ୍ତା ଉପରେ ପୋଲିସ ସହ ହଙ୍ଗାମା କରିଥିବା ଅଧିକାରୀ ଜଣକ ହେଲେ ଉତ୍ତରପ୍ରଦେଶ ଦେବୀପଟନ ମଣ୍ଡଳ ସହକାରୀ ଶ୍ରମ କମିସନର ରଚନା କେଶରୱାନୀ ।

ଭିଡିଓଟି ଉତ୍ତର ପ୍ରଦେଶ ବହରାଇଚ ଜିଲ୍ଲା ଜରୱାଲ୍‌ ରୋଡ୍‌ ପୁଲିସ୍‌ ଷ୍ଟେସନ୍‌ ଅଞ୍ଚଳର ବୋଲି କୁହାଯାଉଛି। ଭିଡିଓରେ ରଚନା ହଳଦିଆ ରଙ୍ଗର କୁର୍ତ୍ତି ପିନ୍ଧି ମଦ ପିଇ ପ୍ରଥମେ ପୁଲିସ୍‌ ସହ ଯୁକ୍ତି କରୁଥିବା ନଜର ଆସୁଛନ୍ତି । ଆଉ ବାରମ୍ବାର କହୁଛନ୍ତି ‌ଯେ ‘ମୁଁ ଜଣେ ଡିଭିଜିନାଲ୍‌ ସ୍ତରର ଅଫିସର୍‌ । ଜିଲ୍ଲାସ୍ତରର ନୁହେଁ, ମୁଁ କମିସନରଙ୍କ ସହ କଥା ହେବି ।’ ଶେଷରେ କହୁଛନ୍ତି ମୋ ଭିଡିଓ କିଏ କରୁଛନ୍ତି କି ?

ମେ ୧ ତାରିଖ ଶ୍ରମିକ ଦିବସରେ ମୋବାଇଲରୁ ମୋବାଇଲକୁ ଏହି ଭିଡିଓ ଘୂରି ବୁଲିଥିଲା । ନିଜେ ଶ୍ରମ କମିସନର ରଚନା ମଦ୍ୟ ପାନ କରି ନିଜର ହୋସ ହରାଇ ବସିଥିବା ବେଳେ ତାଙ୍କୁ ଜବରଦସ୍ତ କାରରେ ବସାଇଥିଲେ ଜଣେ ମହିଳା ପୁଲିସ କର୍ମଚାରୀ। ମାତ୍ର ରଚନା ତାହାକୁ ଖାତିର ନ କରି ଗାଡ଼ି ଭିତରକୁ ଯାଇନଥିଲେ । ବାରମ୍ୱାର ମହିଳା ପୁଲିସ୍‌ ଜଣଙ୍କ ତାଙ୍କୁ ପେଲିଠେଲି ଗାଡ଼ିରେ ବସାଇଥିଲେ ମଧ୍ୟ ସେ ଧସ୍ତାଧସ୍ତି କରୁଥିଲେ ।

କମିସନର ରଚନା କେଶରୱାନୀଙ୍କ ଭିଡିଓଟି ଭାଇରାଲ୍‌ ହେବା ପରେ ତଦନ୍ତ ପାଇଁ ପୋଲିସ୍‌ ଭିଡିଓଟିକୁ ଶ୍ରମ ବିଭାଗକୁ ପଠାଇଛି। ତେବେ ଜରୱାଲ୍‌ ରୋଡ୍‌ ପୁଲିସ୍‌ ଷ୍ଟେସନ୍‌ ପକ୍ଷରୁ କୁହାଯାଇଛି, ଏ ମହିଳା ଅଧିକାରୀ ଜଣକ ଲକ୍ଷ୍ନୌରୁ ନିଜେ ଗାଡ଼ି ଚଳାଇ ଗୋଣ୍ଡାକୁ ଆସୁଥିଲେ। ହେଲେ ବାଟ ଭୁଲି ବହରାଇଚ ଆଡ଼େ ଚାଲି ଆସିଥିଲେ। ତନଖି ବେଳେ ପୋଲିସ ହାବୁଡରେ ପଡି ଯାଇଥିଲେ ମହିଳା ଅଧିକାରୀ। ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଅଧିକାଂଶ ଲୋକ ଏହାକୁ ନିନ୍ଦା କରିଛନ୍ତି।