Advertisment

India Clean sweep: ଗିଲଙ୍କ ଶତକ, ଇଂଲଣ୍ଡ ବିପକ୍ଷରେ କ୍ଲିନ ସୁଇପ କଲା ଭାରତ

ଶୁବମନ ଗିଲଙ୍କ ଶତକ ବଳରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆକୁ ୧୪୨ ରନରେ ଜିତି ନେଇଛି ଭାରତ। ଏହା ସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୩-୦ରେ ଜିତିବା ସହିତ କ୍ଲିନ ସୁଇପ କରିଛି ଭାରତ। ଅହମଦାବାଦରେ ଅନୁଷ୍ଠିତ ଅନ୍ତିମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୩୫୬ ରନରେ ଅଲଆଉଟ ହୋଇଥିଲା।

author-image
Saroj Kumar Jena
india

india

ଶୁବମନ ଗିଲଙ୍କ ଶତକ ବଳରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆକୁ ୧୪୨ ରନରେ ଜିତି ନେଇଛି ଭାରତ। ଏହା ସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୩-୦ରେ ଜିତିବା ସହିତ କ୍ଲିନ ସୁଇପ କରିଛି ଭାରତ। ଅହମଦାବାଦରେ ଅନୁଷ୍ଠିତ ଅନ୍ତିମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୩୫୬ ରନରେ ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ୩୪.୨ ଓଭରରେ ୨୧୪ ରନରେ ଅଲଆଉଟ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର

ଟସ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିଥିଲା। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମାତ୍ର ୧ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲିଙ୍କ ସହିତ ୧୧୬ ରନ ଯୋଡିଥିଲେ ଗିଲ। ୧୦୨ ବଲର ଇନିଂସରେ ଇଂଲିଶ ବୋଲରଙ୍କୁ ପଡିଆର ଚାରି ଦିଗକୁ ଶଟ ମାରିବା ସହ ସେ ସ୍କୋର କରିଥିଲେ ୧୧୨ ରନ। ଏହି ଇନିଂସରେ ସାମିଲ ଥିଲା ୧୪ ଚୌକା ଓ ୩ ବିଶାଳ ଛକା। ବିରାଟ କୋହଲି ମଧ୍ୟ ଫର୍ମକୁ ଫେରିବା ସହ ଚମତ୍କାର ୫୨ ରନ କରିଥିଲେ। ୫୦ ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳୁଥିବା ଗିଲ ନିଜ କ୍ୟାରିୟରର ସପ୍ତମ ଶତକ ହାସଲ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରେୟସ ଆୟର ୭୮ ଓ ଲୋକେଶ ରାହୁଲ ୪୦ ରନ କରିଥିଲେ। ଆୟର ୬୪ ବଲ ଖେଳି ୮ ଚୌକା ଓ ୨ ଛକା ମାରିଥିଲେ। ଅନ୍ୟ ପକ୍ଷରେ ରାହୁଲ ୨୯ ବଲ ଖେଳି ୩ ଚୌକା ଓ ୧ ଛକା ମାରିଥିଲେ। ଇଂଲଣ୍ଡ ପକ୍ଷରୁ ଆଦିଲ ରଶିଦ ୪ ଓ ମାର୍କ ଉଡ ୨ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜୋ ରୁଟ, ଗସ ଆଟକିନସନ ଓ ସାକିବ ମହମ୍ମଦ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଜବାବରେ ଇଂଲଣ୍ଡ ପକ୍ଷରୁ ଫିଲ ସଲ୍ଟ(୨୩) ଓ ବେନ ଡକେଟ(୩୪) ଦ୍ରୁତ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟରେ ୬.୨ ଓଭରରେ ୬୦ ରନ ଯୋଡିଥିଲେ। ଉଭୟ ଖେଳାଳିଙ୍କୁ ଅର୍ଶଦୀପ ସିଂ ଆଉଟ କରିବା ପରେ ଇଂଲଣ୍ଡର ଇନିଂସ ତାଶ ପତା ପରି ଭୁଷୁଡି ଯାଇଥିଲା। ଦଳ ପକ୍ଷରୁ ଟମ ବାଣ୍ଟନ ଓ ଗସ ଆଟକିନସନ ସର୍ବାଧିକ ୩୮ ରନ ସ୍କୋର କରିଥିଲେ। ଜୋ ରୁଟ ୨୪ ଓ ହ୍ୟାରୀ ବ୍ରୁକ ୧୯ ରନ ସ୍କୋର କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂ, ହର୍ଷିତ ରାଣା, ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏ ୱିକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ନେଇଥିଲେ। ଶୁବମନ ଗିଲଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଓ ପ୍ଲେୟର ଅଫ ଦ ସିରିଜ ଘୋଷଣା କରାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଗାଙ୍ଗୁଲି, ଦ୍ରାବିଡ ଓ ସେହ୍ବାଗଙ୍କ ସମକକ୍ଷ ହେଲେ ଗିଲ୍, ତୃତୀୟ ଦିନିକିଆରେ କଲେ ଏମିତି ରେକର୍ଡ

Cricket
Advertisment
Advertisment