Advertisment

ଆପଣ ୧୦ମ ପାସ୍ କରିଛନ୍ତି କି, ଏଇଠି ଅଛି ଚାକିରି

ଯେଉଁମାନେ ୧୦ମ ପାସ୍‌ କରିଛନ୍ତି ଏବଂ ଲୋକ ସେବା ଆୟୋଗରେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେମାନେ ବି କରିପାରିବେ ସରକାରୀ ଚାକିରି।

author-image
Pramod Behera
ଅଦ୍ୟତନ ହୋଇଛି
If you are also 10th pass then you will get government job

If you are also 10th pass then you will get government job

ଯେଉଁମାନେ ୧୦ମ ପାସ୍‌ କରିଛନ୍ତି ଏବଂ ଲୋକ ସେବା ଆୟୋଗରେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେମାନେ ବି କରିପାରିବେ ସରକାରୀ ଚାକିରି। ଏନେଇ ମହାରାଷ୍ଟ୍ର ଲୋକ ସେବା ଆୟୋଗରେ ଷ୍ଟେନୋଗ୍ରାଫର(ଉଚ୍ଚ ଗ୍ରେଡ୍), ଷ୍ଟେନୋଗ୍ରାଫର(ନିମ୍ନ ଗ୍ରେଡ୍), ଷ୍ଟେନୋ ଟାଇପିଷ୍ଟ୍(ମରାଠୀ) ଓ ଷ୍ଟେନୋ ଟାଇପିଷ୍ଟ୍(‍ଇଂରାଜୀ) ପଦବୀ ପାଇଁ ଆବେଦନ କରିବାକୁ ନିମନ୍ତ୍ରଣ କରାଯାଇଛି।

Advertisment

ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ଏବଂ ଯୋଗ୍ୟ ସେମାନେ MPSCର ଅଫିସିଆଲ୍ ୱ୍ୱେବ୍‌ସାଇଟ୍ mpsc.gov.in କୁ ଯାଇ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ୍ ମେ ୧୨ ରହିଛି।

ଏହା ଛଡା ପ୍ରାର୍ଥୀ ସିଧା ଏହି ଲିଙ୍କ୍‌(https://mpsc.gov.in/ )କୁ ଯାଇ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏଏହା ସହିତ ଏହି ଲିଙ୍କ୍‌ (https://mpsc.gov.in/downloadFile/english/4878)ମାଧ୍ୟରେ ଅଫିସିଆନ୍ ନୋଟିଫିକେସନକ୍ଉ ମଧ୍ୟ ଚେକ୍ କରିପାରିବେ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ସମୁଦାୟ ୨୫୩ଟି ପଦବୀ ପୂରଣ କରାଯିବ। ଏଥି ମଧ୍ୟରୁ ୬୨ଟି ଷ୍ଟେନୋଗ୍ରାଫର୍(ଉଚ୍ଚ ଗ୍ରେଡ୍) ହୋଇଥିବା ବେଳେ ୧୦୦ ଷ୍ଟେନୋଗ୍ରାଫର୍(ନିମ୍ନ ଗ୍ରେଡ୍), ୫୨ ଷ୍ଟେନୋ ଟାଇପିଷ୍ଟ୍(ମରାଠୀ) ଓ ୩୯ ଷ୍ଟେନୋ ଟାଇପିଷ୍ଟ୍(ଇଂରାଜୀ) ପଦବୀ ରହିଛି।

ଯୋଗ୍ୟତା:

ପ୍ରାର୍ଥୀ ଯେକୌଣସି ସ୍ୱୀକୃତି ପ୍ରାପ୍ତ ବୋର୍ଡରୁ ୧୦ ପାସ କରିଥିବା ଉଚିତ। ଏହା ସହିତ ଟାଇପିଂ ସ୍ପିଡ୍ ମଧ୍ୟ ଭଲ ଥିବା ଦରକାର।

ବୟସ ସୀମା:

ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୮ ବର୍ଷ ହେବା ଉଚିତ

Govt Jobs
Advertisment
Advertisment