• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଟ୍ୱିଟର ୟୁଜର୍ସଙ୍କୁ ବଡ ଝଟକା । ଆପ୍‌ ବ୍ୟବହାର କରିବା ପାଇଁ ଦେବାକୁ ପଡିପାରେ ଟଙ୍କା । ଟ୍ୱିଟରର ନୂଆ ମାଲିକ ଏଲନ୍ ମସ୍କ ଏହିପରି କିଛି ଟ୍ୱିଟ୍‌ କରିଛନ୍ତି । ଯାହା ପରଠାରୁ ସୋଲିଆଲ୍ ମିଡିଆରେ ହଇଚଇ ସୃଷ୍ଟି ହୋଇଛି ।

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିବା ପରଠାରୁ ଅନେକ କଳ୍ପନାଜଳ୍ପନା ଲାଗିରହିଛି । ଏହାରି ମଧ୍ୟରେ ଏଲନ୍ ମସ୍କଙ୍କ ଏକ ଟ୍ୱିଟକୁ ନେଇ ଚର୍ଚ୍ଚା ବୃଦ୍ଧି ପାଇଛି ।

ମସ୍କଙ୍କ ଟ୍ୱିଟ୍‌ ଅନୁଯାୟୀ, ବୋଧହୁଏ ବାଣିଜ୍ୟିକ/ସରକାରୀ ବ୍ୟବହାରକାରୀଙ୍କୁ ଏହାର ବ୍ୟବହାର ପାଇଁ ମୂଲ୍ୟ ଦେବାକୁ ପଡିବ । ହେଲେ ସାଧାରଣ ବ୍ୟବହାରକାରୀଙ୍କ ପାଇଁ ଟ୍ୱିଟରର ବ୍ୟବହାର ମାଗଣା ହେବ ବୋଲି ମସ୍କ ସ୍ପଷ୍ଟ କରିଛି । ଟ୍ୱିଟରରେ ବିଶ୍ୱର ଅନେକ ଦେଶର ସରକାର ଏବଂ ଶୀର୍ଷ ନେତୃତ୍ୱଙ୍କର ଏକ ଅଫିସିଆଲ୍ ଆକାଉଣ୍ଟ୍ ରହିଛି । ଆଗାମୀ ଦିନରେ ଟ୍ୱିଟରରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ଏଲନ୍ ମସ୍କ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘କାଜୁଆଲ୍ ବ୍ୟବହାରକାରୀଙ୍କ ପାଇଁ ଟ୍ୱିଟର ସର୍ବଦା ମାଗଣା ରହିବ, କିନ୍ତୁ ବ୍ୟବସାୟିକ / ସରକାରୀ ଉପଭୋକ୍ତାଙ୍କୁ ଟିକେ ମୂଲ୍ୟ ଦେବାକୁ ପଡିପାରେ’ ।

ଏଲନ୍ ମସ୍କଙ୍କ ଏହି ଟୁଇଟ୍‌କୁ ନେଇ ଟ୍ୱିଟରରେ ବହୁତ ଉତ୍ତେଜନା ଦେଖିବାକୁ ମିଳିଛି । ଏମିତିକି ଏହାକୁ ନେଇ ଲୋକମାନେ ଟ୍ୱିଟରରେ ଅନେକ ନିଜସ୍ୱ ମତାମତ ମଧ୍ୟ ଦେଇଛନ୍ତି । ହେଲେ ପ୍ରାୟ ଲୋକେ ଏହାକୁ ସମର୍ଥନ କରୁଥିବାବେଳେ ଅଧିକାଂଶ ଲୋକେ ଏହାକୁ ବିରୋଧ କରିଛନ୍ତି ।

ସୂଚନା ଅନୁସାରେ, ଟୁଇଟରକୁ ବିଶ୍ୱର ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ ମସ୍କ କିଣିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ସେ ୪୪ ବିଲିୟନ ଡଲାରରେ କିଣିଛନ୍ତି।