• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରିଟେନ୍‍ର ମହାରାଣୀ ଏଲିଜାବେଥ ଦ୍ୱିତୀୟ । ମହରାଣୀଙ୍କ ଶାସନକାଳକୁ ପୂରିଛି ୭୦ ବର୍ଷ । ବ୍ରିଟେନ୍‍ର ପ୍ରଥମ ଶାସକ ଭାବରେ ରାଣୀ ଏଲିଜାବେଥ୍‍ ୭୦ ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି । ୨୦୨୨ ଫେବୃଆରୀ ୬ରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ରାଣୀ ଏଲିଜାବେଥ୍‍ ଦ୍ୱିତୀୟ । ମହାରାଣୀ ୯୬ ବର୍ଷରେ ପଦାର୍ପଣ କରିଥିବା ବେଳେ ଦେଶବାସୀଙ୍କୁ ନିରନ୍ତର ସେବା ଯୋଗାଇ ଆସୁଛନ୍ତି । ଆଉ ଏବେ ରାଣୀଙ୍କ କାର୍ଯ୍ୟକାଳର ପ୍ଲାଟିନମ୍‍ ଜୁବଲି ଉତ୍ସବ ପାଳନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ।

ଜୁନ୍‍ ୨ରୁ ୫ ତାରିଖ, ଏହି ୪ ଦିନ ବଡ଼ ଧୁମଧାମରେ ପାଳନ ହେବ ପ୍ଲାଟିନମ୍‍ ଜୁବଲି ଉତ୍ସବ । ୪ ଦିନ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ ଏବଂ ମହା ସମାରୋହରେ ଏହି ଉତ୍ସବପାଳନ ହେବ । ତେବେ ବର୍ଷ ତମାମ ବ୍ରିଟେନ୍‍ରେ ରାଣୀଙ୍କୁ ସମ୍ମାନ ଜଣାଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି ।

ନିକଟରେ ମହାରାଣୀ ଏଲିଜାବେଥ୍‍ ଦ୍ୱିତୀୟ ନିଜର ୯୬ ତମ ଜନ୍ମଦିନ ପାଳନ କରିଛନ୍ତି । ଆଉ ଏବେ ରାଣୀଙ୍କ ଶାସନର ୭୦ ବର୍ଷ ପୂତ୍ତିର୍ତ୍ସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତି ଚାଲିଛି । ତେବେ ଜୁନ୍‍ ୨ ତାରିଖରେ ରାଣୀଙ୍କ ଜନ୍ମଦିନ ପରେଡ୍‍ରୁ ପ୍ଲାଟିନମ୍‍ ଜୁବଲି ଉତ୍ସବର ଶୁଭାରମ୍ଭ ହେବ । ଏଥିରେ ୨୦୦ ଘୋଡ଼ା, ୪୦୦ ବାଦ୍ୟକାରଙ୍କ ସମେତ ୧୪୦୦ ସୈନିକ ସାମିଲ ହେବେ । ବଙ୍କିଙ୍ଗହାମ୍‍ ରାଜପ୍ରାସାଦ ନିକଟରୁ ଏହି ପରେଡ୍‍ ବାହାରିବ । ମହାରାଣୀଙ୍କ ସମେତ ରାଜପରିବାରର ସଦସ୍ୟ ରାଜପ୍ରାସାଦର ବାଲକୋନିରୁ ଏହି ପରେଡ ଦେଖିବେ ।

ରାଜପରିବାରର ପରଣ୍ଢରା ଅନୁସାରେ ମଶାଲ୍‍ ଶୋଭାଯାତ୍ରା ଆୟୋଜିତ ହେବ । କ୍ୱିନ୍‍ ଭିକ୍‍ଟୋରିଆଙ୍କ ହୀରକ ଜୟନ୍ତୀ ଉତ୍ସବ ପାଖରୁ ଏହି ମଶାଲ ଶୋଭାଯାତ୍ରାର ପରଣ୍ଢରା ଆରମ୍ଭ ହୋଇଛି । ତାପରେ ଜୁନ୍‍ ୩ ତାରିଖରେ ମହାରାଣୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଦୀର୍ଘ ୭ ଦଶନ୍ଧି ଧରି ଦେଶକୁ ସେବା ଦେଇ ଆସିଥିବା ମହାରାଣୀ ଏଲିଜାବେଥ୍‍ ଦ୍ୱିତୀୟଙ୍କୁ ଧନ୍ୟବାଦ ଅର୍ପଣ କରାଯିବ । ପରେ ପରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଜୁନ୍‍ ୪ ତାରିଖ ଶନିବାର ଦିନ, ଘୋଡ଼ା ଦୌଡ଼ ପ୍ରତିଯୋଗୀତା ଆୟୋଜନ ହେବ । ଆଉ ଏହାକୁ ନିଜ ପରିବାର ସଦସ୍ୟଙ୍କ ସହ ମିଶି ମହାରାଣୀ ଦେଖିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତାପରେ ରାଜପ୍ରାସାଦରେ ରାଣୀଙ୍କ ଶାସନର ପ୍ଲାଟିନମ୍‍ ଜୁବଲି ଉତ୍ସବ ପାଳନ ହେବ । ଏହି କାର୍ଯ୍ୟକ୍ରମର ଲାଇଭ ଟେଲିକାଷ୍ଟ କରାଯିବ । ଯାହାକୁ ଘରେ ବସି ବିଶ୍ୱର କୋଣ ଅନୁକୋଣର ଲୋକମାନେ ଦେଖିପାରିବେ । ଏଥିରେ ବିଶ୍ୱର ବହୁ ବଡ଼ ବଡ଼ ସେଲିବ୍ରିଟି ଯୋଗ ଦେବେ ବୋଲି ଜଣାପଡ଼ିଛି ।

ସେହିଭଳି ଜୁନ୍‍ ୫ ତାରିଖରେ "ବିଗ୍‍ ଜୁବ୍‍ଲି ଲଞ୍ଚ୍‍' ବା ମଧ୍ୟାହ୍ନ ଭୋଜନର ଆୟୋଜିନହେବ ସାରା ଦେଶରେ । ସ୍ୱଇଚ୍ଛାରେ ଲୋକମାନେ ନିଜର ପଡ଼ୋଶୀ, ବନ୍ଧୁବାନ୍ଧବଙ୍କୁ ଖାଦ୍ୟ ପରଷିବେ । ଲୋକମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବାକୁ ଏଭଳି ପରଣ୍ଢରା ୨୦୦୯ରୁ ଆରମ୍ଭ ହୋଇଛି ।

ତାପରେ ଆରମ୍ଭ ହେବ ପ୍ଲାଟିନମ୍‍ ଜୁବଲି ପେଜେଣ୍ଟ । ଏଥିରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ । ବହୁ ବିଶିଷ୍ଟ କଳାକାର, ସଂଗୀତଜ୍ଞ, ସେନା ଅଧିକାରୀ ଏଥିରେ ସାମିଲ ହେବେ । ଏହି ଅବସରରେ ସମସ୍ତେ ଏକାଠି ହୋଇ ରାଣୀଙ୍କ ୭୦ ବର୍ଷର ଶାସନ ସମ୍ପର୍କରେ ନିଜର ବକ୍ତବ୍ୟ ରଖିବେ ।ତେବେ ମହାରାଣୀଙ୍କ କାର୍ଯ୍ୟକାଳର ପ୍ଲାଟିନମ୍‍ ଜୁବଲି ଉତ୍ସବ ବ୍ରିଟେନ୍‍ ସମେତ କମନୱଲ୍‍ଥ ଦେଶ ସମୂହରେ ପାଳନ ହେବ ।

ସେପଟେ ମହାରାଣୀ ଏଲିଜାବେଥ୍‍ ଦ୍ୱତୀୟ ନିଜ କାର୍ଯ୍ୟକାଳର ୭୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ । ଏହି ଅବସରରେ ପ୍ରିନ୍‍ସ ଚାର୍ଲସ୍‍ ମହାରାଜା ହେବା ପରେ ତାଙ୍କର ପତ୍ନୀ କ୍ୟାମିଲା ମହାରାଣୀ ହୁଅନ୍ତୁ ବୋଲି ସେ ଇଚ୍ଛାପ୍ରକାଶ କରିଛନ୍ତି ।

ଏହା ସହ ନିଜର ସନ୍ଦେଶ ମାଧ୍ୟମରେ ମହାରାଣୀ, ଦେଶବାସୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ପ୍ରକାଶ କରିଛନ୍ତି । ସମୟ ବିତିବା ପରେ ମୋ ପୁଅ ଚାର୍ଲସ୍‍ ଯେବେ ମହାରାଜା ହେବେ, ମୁଁ ଆଶା କରୁଛି ଆପଣମାନେ ତାଙ୍କ ପତ୍ନୀ କ୍ୟାମିଲାଙ୍କୁ ସେଭଳି ସମର୍ଥନ କରିବେ ଯେଉଁଭଳି ମୋତେ ସମଥର୍ନ ଦେଇଆସିଛନ୍ତି । ସେପଟେ ମହାରାଣୀଙ୍କ ଶାସନର ପ୍ଲାଟିନମ୍‍ ଜୁବଲି ଉତ୍ସବ ପାଳନକୁ ନେଇ ଚର୍ଚ୍ଚା ଲାଗିରହିଛି ।