• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ କଲେ ଜାମିନ୍ ମଞ୍ଜୁର

  • ତଦନ୍ତ ପ୍ରକ୍ରିୟାରେ ବାଧା କିମ୍ବା ସାକ୍ଷୀକୁ ପ୍ରଭାବିତ କଲେ ଖାରଜ ହେବ ଜାମିନ୍

ରାଣା ଦମ୍ପତ୍ତିଙ୍କୁ ଜାମିନ୍ । ମୁମ୍ବାଇ ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଜାମିନ ମଞ୍ଜୁର କରିଛନ୍ତି । ତେବେ ଜାମିନ ପ୍ରଦାନ ସହ ରାଣା ଦମ୍ପତ୍ତିଙ୍କ ଆଗରେ ବିଭିନ୍ନ ସର୍ତ୍ତ ରଖିଛନ୍ତି କୋର୍ଟ । ତଦନ୍ତ ପ୍ରକ୍ରିୟାରେ ବାଧା କିମ୍ବା ସାକ୍ଷୀକୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ ଜାମିନ ଖାରଜ ହେବ ବୋଲି ଶୁଣାଇଛନ୍ତି କୋର୍ଟ ।

ଏପରକି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାରୁ ନିବୃତ୍ତ ରହିବାକୁ କୋର୍ଟ ଆଦେଶ ଦେଇଛନ୍ତି । ଅମରାବତୀର ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଏପ୍ରିଲ୍ ୨୩ ତାରିଖ ଦିନ ଖାର୍ ଥାନା ପୁଲିସ ଗିରଫ କରିଥିଲା ।

ଉଭୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତଶ୍ରୀ ଆଗରେ ହନୁମାନ ଚାଳିଶା ବୋଲିବେ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ଶିବସେନାର କର୍ମୀମାନେ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ କରିଥିଲେ । ପରେ ଆଇନଶୃଙ୍ଖଳା ସ୍ଥିତି ଆଶଙ୍କା କରି ପୋଲିସ ଉଭୟଙ୍କୁ ଗିରଫ କରିଥିଲା ।

ତେବେ ରାଣା ଦମ୍ପତ୍ତିଙ୍କୁ ଗିରଫ ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଥିଲା । ବିଜେପି ରାଣା ଦମ୍ପତ୍ତିଙ୍କ ସପକ୍ଷରେ ବାହାରିଥିବା ବେଳେ ଶିବସେନା ସରକାରକୁ କଡ଼ା ସମାଲୋଚନା କରିଥିଲା ।