ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ଏକ ମିଶନରେ ଥିଲା । ଏହି ଡ୍ରୋନରେ ୧୭ କିଲୋଗ୍ରାମ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା ।
ୟୁକ୍ରେନର ସୈନିକମାନେ ବର୍ତ୍ତମାନ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ବଂଶ ବଢିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସେମାନେ ଏପରି ଏକ ନିଆରା ପନ୍ଥା ଆପଣେଇଛନ୍ତି, ଯାହା ଦ୍ୱାରା ସେମାନଙ୍କ ବଂଶ ସେମାନଙ୍କ ଅନୁପସ୍ଥିତିରେ ମଧ୍ୟ ଆଗକୁ ବଢିପାରିବ।
ରୁଷିଆର ଏକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାକୁ ୟୁକ୍ରେନ ତରଫରୁ ଏହି ମିସାଇଲ ଛଡ଼ା ଯାଇଥିଲା । ତାହା ପୋଲାଣ୍ଡ ସୀମାରେ ପଡ଼ିଥିଲା ।
କୁନି ଦେଶ ୟୁକ୍ରେନ୍ ନିଜର ବୁଦ୍ଧି ଓ କୌଶଳ କ୍ରମେ ଏବେ ବି ଲଢ଼େଇ ଜାରି ରଖିଛି । ଆଉ ବାରମ୍ବାର ଋଷ ଭଳି ଶକ୍ତିଶାଳି ସେନାକୁ ଜବରଦସ୍ତ ଝଟ୍କା ଦେବାରେ ଲାଗିଛି ।
ୟୁକ୍ରେନ ଯୁଦ୍ଧ ଆରମ୍ଭ ପର ଠାରୁ ଋଷ ବାୟୁସେନାକୁ ବିପୁଳ କ୍ଷତି ସହିବାକୁ ପଡ଼ୁଥିବା ସୂଚନା ମିଳିଛି ।
ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ । ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ।
ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ପାଇଁ ଆସିଛି ଖୁସି ଖବର। ୟକ୍ରେନରେ ଭାରତର ପ୍ରାୟ ୨୦୦୦ରୁ ଅଧିକ ପିଲା ମେଡିକାଲ ପଢୁଥିଲେ। କୋର୍ସ ସାରିବା ପାଇଁ ଭାରତର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଦେଶର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ ।
ବିପର୍ଯ୍ୟୟ ପରେ ଆପଣାଇଲେ ବିକଳ୍ପ ରାସ୍ତା, ଆକ୍ରମଣକୁ ନିନ୍ଦା କଲେ ଜାତିସଂଘ ମହାସଚିବ
ଯୁଦ୍ଧକୁ ନେଇ ହରଡ଼ଘଣାରେ ପୁଟିନ୍। ରିଜର୍ଭ ଫୋର୍ସ ମୁତୟନ ଲାଗି ଘୋଷଣା ପରେ ଛନକା। ତୁଚ୍ଛାଟାରେ ଯୁଦ୍ଧ ନ ଲଢ଼ିବାକୁ ଦେଶ ଛାଡୁଛନ୍ତି ଋଷୀୟ ନାଗରିକ।
ନିକଟରେ ପ୍ରିୟଙ୍କା ଚୋପ୍ରା ପୋଲାଣ୍ଡରେ ୟୁକ୍ରେନ୍ର ଶରଣାର୍ଥୀଙ୍କୁ ଭେଟିଛନ୍ତି। ଏଠାରେ ଥିବା ମହିଳା ଓ ପିଲାମାନଙ୍କ ସଙ୍କଟକୁ ଦେଖି ସେ ଦୁଃଖି ହୋଇଯାଇଥିଲେ। ସେମାନଙ୍କୁ ସାହାଯ୍ୟ କରିବାକୁ ସେ ସାରା ଦୁନିଆଁକୁ ଗୁହାରି କରିଛନ୍ତି।
ଫେବୃଆରୀ ଠାରୁ ଏକ ତୃତୀୟାଂଶ ଲଢେଇରେ ରୁଷ ସେନାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ବୋଲି ଦାବି କରିଛି ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରାଳୟ।
ବିଜୟ ଦିବସରେ ପୁଟିନ୍ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା , ହେଲେ ସେଭଳି କିଛି ବଡ ଘୋଷଣା କରାଯାଇନି ।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ବିଜୟ ସ୍ମାରକୀ ଭାବେ ରୁଷ ଭିକ୍ଟ୍ରି ଡେ ପାଳନ କରୁଛି।
ଆମେରିକୀୟଙ୍କ ହୃଦୟ ୟୁକ୍ରେନବାସୀଙ୍କ ସହିତ ଅଛି। ୟୁକ୍ରେନ ସହିତ ଅଛି ଆମେରିକା।
ଡ୍ରୋନ୍ ଆକ୍ରମଣରେ ରୁଷୀୟ ପାଟ୍ରୋଲିଂ ବୋଟ୍ରେ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ୟୁକ୍ରେନ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି ।
ଏହି ଅଞ୍ଚଳକୁ ୟୁକ୍ରେନ ନିୟନ୍ତ୍ରଣରୁ ମୁକ୍ତ କରାଯାଇଥିବା ଦାବି କରିଛି ଋଷ ଗଣମାଧ୍ୟମ । ତେବେ ଋଷିଆର ଦାବିରେ ସତ୍ୟତା କେତେ ତାହା ସ୍ପଷ୍ଟ ହୋଇନଥିବା ବେଳେ, ଏହାକୁ ବୃହତ ସଫଳତା ବୋଲି କହିଛନ୍ତି ରାଷ୍ଟ୍ରପତି ପୁତିନ । କାରଣ ଦୀର୍ଘ ଦିନ ହେଲା ଏହି ଅଞ୍ଚଳକୁ ନିୟନ୍ତ୍ରଣରେ ରଖିଥିଲା ଋଷ ସେନା ।
ମାରିଉପୁଲ୍ ସହର ଉପରେ ବି କବଜା କଲେ ଋଷୀୟ ସୈନ୍ୟ । ତେବେ ଏନେଇ ସ୍ପଷ୍ଟ ହୋଇନଥିବା ବେଳେ ଋଷୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଋଷୀୟ ସେନା ମାରିଉପୁଲ ସହରରେ ଥିବା ଏକ ବିରାଟ ଇସ୍ପାତ କାରଖାନାରେ ଲୁଚି ରହିଥିବା ୟୁକ୍ରେନ୍ ସୈନ୍ୟଙ୍କୁ ଚାରିଆଡ଼ୁ ଘେରି ରହିଛନ୍ତି । ମାରିଉପୁଲ ୟୁକ୍ରେନ ଅକ୍ତିଆରରେ ଥିବା ଶେଷ ଗଡ଼ ବୋଲି କୁହାଯାଉଛି
ଆମେରିକା ଏହାକୁ ହାଲୁକା ଭାବେ ନେଇ ପାରିବ ନାହିଁ ବୋଲି କହିଥିଲେ ବର୍ଣ୍ଣସ।
ଋଷର ସମରସଜ୍ଜାକୁ ଦେଖି ଲାଗୁଥିଲା କିଭ୍ର ପତନ ଅବସମ୍ଭାବୀ।
ଋଷିଆ-ୟୁକ୍ରେନ ମହାଯୁଦ୍ଧକୁ ପୂରିଲାଣି ୫୦ ଦିନ। ହେଲେ ଏବେ ବି ଋଷ୍ ପକ୍ଷରୁ କମୁନି ଆକ୍ରମଣ। ଋଷିଆ ସୈନ୍ୟଙ୍କୁ ଦୃଢ ଯବାବ ଦେଉଛି ୟୁକ୍ରେନ ସେନା...
ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ବ୍ୟାନ୍ ଲଗାଇଛି ଋଷ।
ଋଷିଆ-ୟୁକ୍ରେନ ଯୁଦ୍ଧକୁ ୫୦ ଦିନରୁ ଅଧିକ ବିତିଲାଣି, ତଥାପି ଥମିନି ଯୁଦ୍ଧ। ୟୁକ୍ରେନରେ ଧ୍ୱଂସଲୀଳା ଚଳାଇଛି ଋଷୀୟ ସେନା। ଆଉ ଏହାର କଡ଼ା ଜବାବ ଦେଉଛି ୟୁକ୍ରେନ ସେନା। ଏହାରି ଭିତରେ ୟୁକ୍ରେନର ଅନେକ ଐତିହ୍ୟ ପୂର୍ଣ୍ଣ ସହର ଧ୍ୱଂସ ହୋଇଯାଇଛି। ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ସହରର ପୂର୍ବ ଏବଂ ପରର ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି।
MANPADS କହିଲେ ମ୍ୟାନ୍ ପୋର୍ଟେବୁଲ ଏୟାର ଡିଫେନ୍ସ ସିଷ୍ଟମ । ମ୍ୟାନପ୍ୟାଡ୍ସ ହେଉଛି କାନ୍ଧ କିମ୍ବା ଭୂପୃଷ୍ଠରେ ରଖି ନିକ୍ଷେପ କରାଯାଇପାରୁଥିବା ଏକ କ୍ଷୁଦ୍ର କ୍ଷେପଣାସ୍ତ୍ର ।
ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷିଆକୁ ବଡ଼ ଧକ୍କା ଲାଗିଛି । କୃଷ୍ଣ ସାଗରରେ ମୁତୟନ ରୁଷର କ୍ଷେପଣାସ୍ତ୍ର ବାହୀ ଯୁଦ୍ଧପୋତ ମସ୍କଭାରେ ଭୟଙ୍କର ବିସ୍ଫୋରଣ ଘଟିଛି ।