ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୁଖ୍ୟତଃ ମହା ବିକାଶ ଅଘାଡି ଓ ମହାୟୁତି ମଧ୍ୟରେ ଲଢେଇ ହେଉଛି । କିନ୍ତୁ ଛୋଟ ଦଳଗୁଡିକର ରହିଛି ବଡ ଭୂମିକା । ସରକାର ଗଠନରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS), AIMIM, ବଞ୍ଚିତ ବହୁଜନ ଅଘାଡି (VBA) ଭଳି ଦଳ, ମେଣ୍ଟ ଓ କିଛି ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରନ୍ତି ।
ଏହାପୂର୍ବରୁ ଫେବ୍ରୁଆରୀ ୧୫ରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ 'ଲୋକମତ୍' କାର୍ଯ୍ୟକ୍ରମରେ କହିଥିଲେ ଯେ ରାଜ୍ ଠାକରେ NDA ସହିତ ଆସିବେ କି ନାହିଁ ଆପଣ ଶୀଘ୍ର ଜାଣିପାରିବେ।
ରାଜ୍ ଠାକ୍ରେଙ୍କ ବାସଭବନ ସାମ୍ନାରେ ଏକତ୍ରିତ ହୋଇଥିବା ଦଳୀୟ କର୍ମୀଙ୍କୁ ମୁମ୍ବାଇ ପୋଲିସ୍ ଉଠାଇ ନେଇଛି। ପ୍ରାୟ ୨୬୦ ଏମ୍ଏନ୍ଏସ୍ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍ ଉଠାଇ ନେଇଥିବା ଜଣାପଡ଼ିଛି।