/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651665507.jpeg)
Central University
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ସର୍ବଭାରତୀୟ ସ୍ତରରେ ହେବ ଏକକ ପ୍ରବେଶିକା ପରୀକ୍ଷା । ଓଡ଼ିଶା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଚଳିତ ବର୍ଷ ସାମିଲ ହୋଇଛି । "ଗୋଟିଏ ଦେଶ -ଏକ ପରୀକ୍ଷା" ଅନୁସାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ନାତକୋତ୍ତର ଆଡମିଶନ ପାଇଁ କମନ୍ ୟୁନିଭରସିଟି ପ୍ରବେଶିକ ପରୀକ୍ଷାରେ ଯୋଗଦେବାକୁ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।
ଏତଦ୍ବ୍ୟତୀତ ଯେଉଁ ମହାବିଦ୍ୟାଳୟ ଏହି ପରୀକ୍ଷାରେ ସାମିଲ ହେବାକୁ ଚାହିଁବେ ଯୋଗ ଦେଇପାରିବେ । ଏହି ପରୀକ୍ଷା ଦାୟିତ୍ୱ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ଦିଆଯାଇଛି । ଦେଶରେ ସବୁ ଅଞ୍ଚଳର ପ୍ରାର୍ଥୀଙ୍କୁ ଗୋଟିଏ ସାଧାରଣ ପ୍ଲାଟଫର୍ମ ଏବଂ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । କେଉଁ ମାଧ୍ୟମରେ ହେବ, ପ୍ରଶ୍ନର ଢାଞ୍ଚା କଣ ରହିବ, ସେ ବିଷୟରେ ସମସ୍ତ ତଥ୍ୟ NTA ୱେବସାଇଟ୍ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୱେବସାଇଟରେ ଜାଣିପାରିବେ । ଏଥିରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୫ ବର୍ଷ ଇଣ୍ଟିଗ୍ରେଟେଡ୍ ଗଣିତ, ୧୨ଟି PG ପ୍ରୋଗ୍ରାମ ଓ ଗୋଟିଏ B.Ed. ପ୍ରୋଗ୍ରାମ୍ ପାଇଁ ପ୍ରବେଶିକା ପରୀକ୍ଷା ସାମିଲ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)