• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ସର୍ବବୃହତ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ବା LICର ଆଇପିଓ ବା ପବ୍ଲିକ ଅଫର ଖୋଲିବାକୁ ଯାଉଛି । ଭାରତୀୟ ଶେୟାର ବଜାର ଇତିହାସରେ ଏହା ସର୍ବବୃହତ ଆଇପିଓ ବୋଲି କୁହାଯାଉଛି । ଏହି ଆଇପିଓ ମାଧ୍ୟମରେ ସରକାର ଦେଶର ବୃହତ୍ତମ ବୀମା କମ୍ପାନି ଏଲଆଇସିରୁ ୩.୫ ପ୍ରତିଶତ ଅଂଶଧନ ପ୍ରତ୍ୟାହାର କରିବେ । ଏହି ଶେୟାରକୁ ବିକ୍ରି କରି ସରକାର ୨୧ ହଜାର କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଅଫର୍ ଭାରତ ସରକାରଙ୍କ ପୁଂଜି ପ୍ରତ୍ୟାହାର ଏଜେଣ୍ଡାରେ ଥିବା ଲକ୍ଷ୍ୟକୁ ପୂରଣ କରିବ ଏବଂ ଷ୍ଟକ୍ ଏକ୍ସଚେଞ୍ଜରେ ଇକ୍ୱିଟି ସେୟାର୍ ପଞ୍ଜିକୃତ ହେବା ଦ୍ୱାରା ଏଲ୍ଆଇସି ଲାଭବାନ ହେବ ବୋଲି ଅଶା କରାଯାଉଛି ।

ଭରତୀୟ ଶେୟାର ମାର୍କେଟରେ ସବୁଠୁ ବଡ଼ ଆଇପିଓ । ପାଖାପାଖି ୨୧ ହଜାର କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ । ଏହି ଆଇପିଓ ଆଣିବାକୁ ଯାଉଛି ଭାରତୀୟ ଜୀବନ ବୀମା ବ୍ୟବସାୟର ମାର୍କେଟ ଲିଡର LIC । ଏହି ବହୁ ପ୍ରତୀକ୍ଷିତ ମେଗା ଆଇପିଓ ବା ପ୍ରାରମ୍ଭିକ ପବ୍ଲିକ ଅଫରିଂ ମେ ୪ରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସରକାର ଦେଶର ସବୁଠୁ ବଡ଼ ବୀମା ନିଗମରୁ ୩.୫ ପ୍ରତିଶତ ଅଂଶଧନ ପ୍ରତ୍ୟାହାର କରିବେ । ଏହାର ପ୍ରାଇସ ବ୍ୟାଣ୍ଡ୍ ସେୟାର ପିଛା ୯୦୨ ଟଙ୍କାରୁ ୯୪୯ ଟଙ୍କା ମଧ୍ୟରେ ରହିଛି । ଏଥିରେ ରିଟେଲ୍ ନିବେଶକଙ୍କ ସହ ଏଲ୍ଆଇସି ପଲିସି ଧାରକ ଏବଂ କର୍ମଚାରୀଙ୍କ ପାଇଁ ରହିଛି ରିହାତି ସୁବିଧା ।

ପ୍ରତି ଶେୟାର ପିଛା ପଲିସି ଧାରକମାନଙ୍କୁ ୬୦ ଟଙ୍କା ଏବଂ ଏଲ୍ଆଇସି କର୍ମଚାରୀମାନଙ୍କୁ ୪୫ ଟଙ୍କା ରିହାତିରେ ଏହା ମିଳପାରିବ । ତେବେ ଏହି ଡିସ୍କାଉଣ୍ଟ ପାଇବା ପାଇଁ ପଲିସି ହୋଲ୍ଡରଙ୍କ ଖାତା ପ୍ୟାନ୍ ସହିତ ଲିଙ୍କ୍ ହୋଇଥିବା ଦରକାର । ସୂଚନା ଅନୁଯାୟୀ ଦେଶରେ ସାଢେ ୬ କୋଟି ଏଲ୍ଆଇସି ପଲିସିକୁ ପ୍ୟାନ୍ ସହିତ ଯୋଡ଼ାଯାଇଛି ।

ବିକ୍ରି ହେବ LICର ୨୨ କୋଟି ୧୩ ଲକ୍ଷ ଶେୟାର୍ । ସେଥିରୁ ୨କୋଟି ୨ ଲକ୍ଷ ଶେୟାର ପଲିସି ଧାରକଙ୍କ ପାଇଁ ଏବଂ ୧୫ ଲକ୍ଷ ଶେୟାର କର୍ମଚାରୀଙ୍କ ପାଇଁ ସଂରକ୍ଷିତ ରହିବ । ସଂରକ୍ଷିତ ଶେୟାର ବାଦ୍ ଅବଶିଷ୍ଟ ସେୟାର ମଧ୍ୟରୁ କ୍ୱାଲିଫାଏଡ୍ ଇନଷ୍ଟିଚ୍ୟୁସନାଲ କ୍ରେତାଙ୍କୁ ୫୦ ପ୍ରତିଶତ, ଖୁଚୁରା ନିବେଶକଙ୍କୁ ୩୫ ପ୍ରତିଶତ ଏବଂ ଅଣ ସଂସ୍ଥାଗତ ନିବେଶକଙ୍କୁ ୧୫ ପ୍ରତିଶତ ଶେୟାର ବିକ୍ରି କରାଯିବ । ସର୍ବାଧିକ କଟ୍ ଅଫ ବିଡ୍ ୯୪୯ ଟଙ୍କା ହିସାବରେ ଏଲ୍ଆଇସି ଏହି ଆଇପିଓରୁ ପାଖାପାଖି ୨୧ ହଜାର କୋଟି ଟଙ୍କା ସଂଗ୍ରହ କରିବ ବୋଲି ଲକ୍ଷ୍ୟ ରଖିଛି ।

ନିବେଶ ପାଇଁ ୧୫ଟି ଶେୟାରର ଗୋଟିଏ ଲଟ୍ ରଖାଯାଇଛି । ଅର୍ଥାତ୍ ଜଣେ କ୍ରେତା ସର୍ବନିମ୍ନ ୧୫ଟି ଶେୟାର୍ ଏବଂ ସର୍ବାଧିକ ୧୪ଟି ଲଟ୍ କିଣିପାରିବେ । ଅର୍ଥାତ ଜଣେ ପଲିସିଧାରୀ ୬୦ ଟଙ୍କା ରିହାତି ପରେ ଶେୟାର ପିଛା ୮୮୯ ଟଙ୍କା ହିସାବରେ ସର୍ବନିମ୍ନ ୧୩ ହଜାର ୩୩୫ ଟଙ୍କା ନିବେଶ କରିପାରିବେ । ସେହିପରି ଜଣେ ଖୁଚୁରା ନିବେଶକାରୀ କିମ୍ବା LIC କର୍ମଚାରୀ ୪୫୪ ଟଙ୍କା ରିହାତି ପରେ ୯୦୪ ଟଙ୍କା ହିସାବରେ ୧୩ ହଜାର ୫୬୦ ଟଙ୍କାର ସର୍ବନିମ୍ନ ଶେୟାର କିଣିପାରିବେ ।

ଷ୍ଟକ ମାର୍କେଟରେ ଶେୟାର କିଣା ବିକା ଲାଗି ଉଦ୍ଦିଷ୍ଟ ଡିମାଟ୍ ଆକାଉଣ୍ଟ ଜରିଆରେ ହିଁ ଏହି କାରବାର ହୋଇପାରିବ । ତେବେ ଶେୟାର କିଣିବା ପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ । ଏହାର ପ୍ରାଇସ ବ୍ୟାଣ୍ଡ ଶେୟାର ପିଛା ୯୦୨ ଟଙ୍କାରୁ ୯୪୯ ଟଙ୍କା ମଧ୍ୟରେ ରହିଥିବାବେଳେ, ମାର୍କେଟ ବିଶ୍ଳେଷକଙ୍କ କହିବା ଅନୁଯାୟୀ କଟ ଅଫ୍ ପ୍ରାଇସ୍ ୯୪୯ ଟଙ୍କାରେ କିଣିଲେ ଆବେଦନ ବାତିଲ ହେବାର କୌଣସି ଆଶଙ୍କା ନଥିବ । ଶେୟାର ଗୁଡିକର ଆବଣ୍ଟନ ଆସନ୍ତା ୧୨ ତାରିଖରେ ହେବାର ସମ୍ଭାବନା ରହିଛି । ସେହିଭଳି ମେ ୧୭ ତାରିଖରେ ଏହା ସେନସେକ୍ସ ଏବଂ ନିଫଟିରେ ସୂଚୀବଦ୍ଧ ବା ଲିଷ୍ଟିଂ ହୋଇଯିବ ବୋଲି ଆଶା କରାଯାଉଛି ।

ତେବେ ସରକାର କାହିଁକି ଏକମାତ୍ର ସରକାରୀ ଜୀବନ ବିମା କମ୍ପାନୀର ଅଂଶଧନ ବିକିବାକୁ ଚାହିଁଲେ ? କୁହାଯାଉଛି ବଜାରର ସ୍ଥିତି ଭଲ ନଥିବାରୁ ସରକାର  ଏହି ଅଂଶଧନ ବିକି ପୁଞ୍ଜି ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି । ସେପଟେ ପୂର୍ବ ଘୋଷିତ ଆଇପିଓ ସମୟ ଘୁଞ୍ଚାଇବା ଏବଂ ପୂର୍ବ ନିର୍ଦ୍ଧାରିତ ଅଂଶଧନକୁ ହ୍ରାସ କରିବା ନେଇ ମଧ୍ୟ ଉଠିଛି ପ୍ରଶ୍ନ ।