ଯେତେବେଳେ ଋଣଗ୍ରସ୍ତ ଦେଶ କଥା ଆସେ, ସମସ୍ତେ ଭାବନ୍ତି କେବଳ ଗରୀବ ଓ ଦୁର୍ବଳ ଦେଶଗୁଡିକ ହିଁ ଋଣଗ୍ରସ୍ତ ରହିଥିବେ । କିନ୍ତୁ ଦେଶର ୧୦ଟି ସବୁଠୁ ଋଣ କରିଥିବା ଦେଶ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଶିବଲିଙ୍ଗ ନିକଟରେ ୨୫୦ ଗ୍ରାମ ଓଜନର ମାଂସ ଖଣ୍ଡ ମିଳିବାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା । ବୁଧବାର ମନ୍ଦିର ଭିତରକୁ ଆସି ପୂଜକ ପ୍ରଥମେ ଏହି ଘଟଣା ଦେଖିଥିଲେ।
ଦେଶବ୍ୟାପୀ ୩ ହଜାରରୁ ଅଧିକ କେନ୍ଦ୍ରରେ ପ୍ରାୟ ୪୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୩୦ ମିନିଟ ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଚାନକ ନିର୍ଦ୍ଦେଶ ପରେ, ଏହି ପଦକ୍ଷେପ ନେବାକୁ ଯାଉଛି ନାସା । ତେବେ ଏନେଇ ନାସା ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ବି, ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରୁ ସିଧାସଳଖ ସାକ୍ଷାତକାର ଦେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏହା କହିଛନ୍ତି ସୁନୀତା ଓ ବୁଚ୍।
ମହାକୁମ୍ଭରେ ବୁଡ ପକାଇବାକୁ ଯିବା ବାଟରେ ଭୟଙ୍କର ଦୁର୍ଘଟଣା । ବୋଲେରୋ ସହ ମୁହାଁମୁହିଁ ଧକ୍କା ହେଲା ବସ୍ । ଚାଲିଗଲା ୧୦ ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ଦୁର୍ଘଟଣାରେ ୧୯ ଯାତ୍ରୀ ଗୁରୁତର ଆହତ ।
‘ମହାଭାରତ’ ପଢିବା ଏବଂ ଶୁଣିବା ଖୁବ ପୂଣ୍ୟ ବୋଲି ବିବେଚନା କରାଯାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଘରେ ରଖିବା ଏବଂ ଏହାକୁ ପଢିବା ଠାରୁ ଦୂରେଇ ରୁହନ୍ତି। ସେମାନେ ଏମିତି କାହିଁକି କରନ୍ତି, ଏହା ପଛର କାରଣ କ’ଣ? ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ ଏହାକୁ ନେଇ କ’ଣ କୁହାଯାଏ?
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଚାନକ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେବାକୁ ଯାଉଛି ନାସା। ତେବେ ଏନେଇ ନାସା ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରୁ ସିଧାସଳଖ ସାକ୍ଷାତକାର ଦେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏହା କହିଛନ୍ତି ସୁନୀତା ଓ ବୁଚ୍।
ସମୁଦ୍ର ଭିତରେ ଦେଖିବାକୁ ମିଳିଛି ଅତ୍ୟନ୍ତ ଭୟଙ୍କର ଦୃଶ୍ୟ । ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ବାପାଙ୍କ ସହିତ ସମୁଦ୍ରରେ କାୟାକିଂର ମଜା ନେବା ସମୟରେ ଏକ ହମ୍ପବ୍ୟାକ ତିମି ଯୁବକଙ୍କୁ ଜୀଅନ୍ତା ଗିଳିବାର ଦୃଶ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହାପରେ ଘଟିଛି କିଛି ଚମତ୍କାର ଘଟଣା ।
ରଣବୀର ଆହ୍ଲାବାଦିଆ ନିଜ ବିରୋଧରେ ଦାଏର ହୋଇଥିବା ଏକାଧିକ ମାମଲା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ଆବେଦନ କରିଥିଲେ ।
ହ୍ବାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପାଖାପାଖି ୪ ଘଣ୍ଟାର ଆଲୋଚନାରେ ଭାରତ-ଆମେରିକା ସଂପର୍କକୁ ଆହୁରି ଦୃଢ କରିବା ଉପରେ ଦୁଇ ନେତା ଜୋର୍ ଦେଇଛନ୍ତି, ଉଭୟ ଦେଶ ମଧ୍ୟରେ ସ୍ବାକ୍ଷର କରିଛନ୍ତି ବଡ଼ ବଡ଼ ଡିଲ୍ ।
ଟ୍ରମ୍ପ କହିଛନ୍ତି ଭୟଙ୍କର ଅପରାଧୀକୁ ଭାରତକୁ ପ୍ରତ୍ୟାର୍ପଣ କରିବ ଆମେରିକା । ଏହି ପ୍ରକ୍ରିୟା ପାଇଁ ଆମେରିକା ଆଇନ୍ ଅନୁସାରେ ବିଚାର ପ୍ରକ୍ରିୟା ଚାଲିଛି ।
୧ ବର୍ଷୀୟା B.Ed ପାଠ୍ୟକ୍ରମ ଆରମ୍ଭ କରିବାକୁ ନେଇ NCTE ପୁଣି ଥରେ ସୂଚନା ଦେଇଛି। M.Ed ପାଠ୍ୟକ୍ରମ ମଧ୍ୟ ୧ ବର୍ଷ କରିଦିଆଯାଇଛି। କିନ୍ତୁ ୧ ବର୍ଷ B.Ed ପାଠ୍ୟକ୍ରମ ପାଇଁ କିଛି ସର୍ତ୍ତ ସ୍ଥିର କରାଯାଇଛି।
ପ୍ରେମ ଏବଂ ପ୍ରସ୍ତାବର ଏହି ଋତୁରେ ଆସନ୍ତୁ ବଲିଉଡର ସେହି ତାରକାମାନଙ୍କ ପ୍ରେମ କାହାଣୀ ବିଷୟରେ ଜାଣିନେବା ଯେଉଁମାନଙ୍କ ପ୍ରେମ କାହାଣୀ ଫିଲ୍ମ ସେଟ୍ରୁ ଆରମ୍ଭ ହୋଇଥିଲା। ଏମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ସଫଳ ହୋଇଥିଲା ଆଉ ସେମାନେ ବିବାହ କରିଥିଲେ, ଆଉ କିଛି ଜଣଙ୍କ ପ୍ରେମ ଅଧାରେ ରହିଗଲା।
ସେ ଶରୀରର ଖଣ୍ଡ ଖଣ୍ଡ ଅଂଶଗୁଡ଼ିକୁ ଏକ ୩୦୦ ଲିଟର ରେଫ୍ରିଜରେଟରରେ ସଂରକ୍ଷଣ କରି ଦକ୍ଷିଣ ଦିଲ୍ଲୀର ଭଡ଼ା ଘରେ ରଖିଥିଲେ। ପରବର୍ତ୍ତି ସମୟରେ ତିନି ମାସ ପର୍ଯ୍ୟନ୍ତ ସେ ସେହି ଖଣ୍ଡଗୁଡ଼ିକ ଫ୍ରିଜରୁ ପର୍ଯ୍ୟାୟକ୍ରମେ କାଢ଼ି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ସେ ତାଙ୍କ ପୁରୁଷ ବନ୍ଧୁ ଆଫତାବଙ୍କ ସହିତ ଏକାଠି ଏକ ଭଡା ଘରେ ରହୁଥିଲେ। ଏହି ଘଟଣା ପରେ ସେହି ବର୍ଷ ନଭେମ୍ବର ୧୨ ତାରିଖରେ ଆଫତାବଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ସାରା ଦେଶରେ ଏକ ବଡ଼ ହଇଚଇ ସୃଷ୍ଟି କରିଥିଲା।
ବଦଳି ଯାଇଛି ମାଳା ବିକାଳି ମୋନାଲିସାଙ୍କ ଭାଗ୍ୟ। ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ବର୍ତ୍ତମାନ ତାଙ୍କ ପାଇଁ ବଲିଉଡ୍ରେ କାମ ମଧ୍ୟ ମିଳିଯାଇଛି। ସେ ଆଉ ଛୋଟମୋଟ ଲୋକଙ୍କ ସହିତ ବୁଲୁ ନାହାନ୍ତି, ବଲିଉଡ୍ ସେଲିବ୍ରେଟିଙ୍କ ସହିତ ବୁଲୁଛନ୍ତି।
ଷ୍ଟାଣ୍ଡଅପ୍ କମେଡିଆନ ସମୟ ରୈନାଙ୍କ 'ଇଣ୍ଡିଆଜ ଗଟ୍ ଲାଟେଣ୍ଟ'ରେ ଦର୍ଶକ ସାଜି ଶୋ' ଦେଖିବ ପୋଲିସ । ଅଶ୍ଳୀଳ ଜୋକସ୍ କରାଯାଇଛି କି ନାହିଁ ଯାଞ୍ଚ କରିବ ।
ବିବାଦୀୟ ଏବଂ ସମ୍ବେଦନଶୀଳ ସୂଚନାକୁ ନେଇ ଦ୍ୱନ୍ଦ ଉପୁଜିଲେ ସୁଦ୍ଧା ମଣିଷ କିପରି ବୁଦ୍ଧିମାନ ନିଷ୍ପତ୍ତି ଗ୍ରହଣ କରେ, ସେ ସମ୍ପର୍କରେ ଦୀର୍ଘ ସମୟ ଧରି ଅଧ୍ୟୟନ କରାଯାଇଥିଲା । ତଥାପି ଏହା ଏକ ରହସ୍ୟ କହିଲେ ଚଳେ । ନେଚର ନ୍ୟୁରୋସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରିଫ୍ରଣ୍ଟାଲ୍ କର୍ଟେକ୍ସ ହେଉଛି ସେହି କ୍ଷେତ୍ର, ଯାହା ମସ୍ତିଷ୍କକୁ ନିଷ୍ପତ୍ତି ନେବା ପାଇଁ ଇଙ୍ଗିତ କରିଥାଏ । ଏହି କ୍ଷେତ୍ର ଆଖିର ଠିକ ପଛରେ ସ୍ଥିତ ଏବଂ ଏହାକୁ ଉଚ୍ଚ ସଜ୍ଞାନର କେନ୍ଦ୍ର ମଧ୍ୟ କୁହାଯାଏ ।
ପ୍ରେମ ଦିବସରେ ସୋସିଆଲ ମିଡିଆରେ ଭାଇରାଲ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଭାଲେଣ୍ଟାଇନ ଏଗ୍ରିମେଣ୍ଟ । ହସି ହସି ବେଦମ୍ ହେଲେ ୟୁଜର୍ସ ।
୧୪ ଫେବୃୟାରୀ ୨୦୧୯, ସମୟ ୩ଟା ୧୫ ମିନିଟ୍। ଶ୍ରୀନଗର- ଜମ୍ମୁ ରାଜପଥରେ ଚାଲୁଥାଏ CRPF ଯବାନଙ୍କ ବିରାଟ କାଫିଲା। ୭୮ଟି ବସରେ ଅଢେଇ ହଜାର ଯବାନ ଟ୍ରାନଜିଟ କ୍ୟାମ୍ପରୁ ଫେରୁଥିଲେ।
ଏତେ କମ ଜାଗାରେ କିପରି ଲୋକଙ୍କୁ ଥଇଥାନ କରିବେ ସେ ନେଇ ମୋନାକୋ ସରକାର ସମାଧାନର ବାଟ ବାହାର କରୁଛନ୍ତି । ମୋନାକୋ ସରକାର ପାହାଡ ଉପରେ ଘର କରିବା, ଗଗନଶ୍ଚୁମ୍ଭୀ ଅଟ୍ଟାଳିକା କରିବା, ମାଟି ତଳେ ଘର କରିବା ପରି ସବୁ ଉପାୟ ପୂର୍ବରୁ କରି ସାରିଛନ୍ତି । ଘର ପାଇଁ ଆଉ କେଉଁଠି କିଛି ଜାଗା ନାହିଁ ଯେଉଁଠି ଲୋକଙ୍କୁ ଥଇଥାନ କରାଯାଇ ପାରିବ । କେବଳ ଗୋଟିଏ ଜାଗା ରହିଛି ପାଣି । ପାଣି ଉପରେ ଘର କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । ଏଥିପାଇଁ ୫ ବର୍ଷ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଏହା ଉପରେ କାମ ଆରମ୍ଭ ମଧ୍ୟ ହୋଇଛି ।
ଭୀମଙ୍କୁ ଦିବ୍ୟ ଗଦା ଓ ଅର୍ଜୁନଙ୍କୁ ଦିବ୍ୟ ଶଙ୍ଖ ଦେଲା କିଏ? କାହିଁକି ଆୟୋଜନ ହୁଏ ରାଜସୂୟ ଯଜ୍ଞ? ଦୁଇ ଫାଳ ହେଇ ଜନ୍ମିତ ଗୋଟେ ଶିଶୁ ପୁଣି ବଞ୍ଚିଲା କେମିତି? କାହା ଭୟରେ କୃଷ୍ଣ ବଳରାମ ମଥୁରା ଛାଡି ଦ୍ୱାରକାରେ ରହିଥିଲେ? କେତେ ରାଜାଙ୍କୁ ବନ୍ଦୀ କରି ରଖିଥଲା ଜରାସନ୍ଧ ? ମହାଭାରତର ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହି ଉପହାର କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲେଖିଲେ, ମିଷ୍ଟର ପ୍ରାଇମ ମିନିଷ୍ଟର ୟୁ ଆର୍ ଗ୍ରେଟ୍
ଥରେ ୯୯,୦୦୦ ଟଙ୍କା ପେମେଣ୍ଟ କରନ୍ତୁ ସାରା ଜୀବନ ମାଗଣାରେ ଗୁପଚୁପ୍ ଖାଆନ୍ତୁ । ଚର୍ଚ୍ଚାରେ ଗୁପଚୁପ୍ ବିକାଳୀଙ୍କ ଏହି ଅନଲିମିଟେଡ୍ ଅଫର୍ ।
ହ୍ବାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପିଏମ୍ ମୋଦି । ଭାରତ-ଆମେରିକା ସମ୍ପର୍କଠାରୁ ଆରମ୍ଭ କରି ୟୁକ୍ରେନ-ରୁଷ ଯୁଦ୍ଧ, ବାଣିଜ୍ୟ ଶୁଳ୍କ, ବେଆଇନ ଶରଣାର୍ଥୀ ପ୍ରତ୍ୟର୍ପଣ ଆଦି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।
ନୂତନ ଆୟକର ବିଲ୍ରେ ସାଧାରଣ ଲୋକଙ୍କ ପାଇଁ ଇନ୍କମ୍ ଟ୍ୟାକ୍ସ ସହ ଜଡ଼ିତ ନିୟମକୁ ଅଧିକ ସରଳ ଏବଂ ସୁଲଭ କରାଯାଇଛି । ଏହି ବିଲ୍, ବର୍ତ୍ତମାନ ପ୍ରଚଳିତ ଆୟକର ଟିକସ ୧୯୬୧ର ସ୍ଥାନ ନେବ ।