/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739467187.jpg)
New Income Tax Bill
ଲୋକସଭାରେ ଆଗତ ହେଲା ନୂତନ ଆୟକର ବିଲ୍ । ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଏହି ବିଲ୍ ଉପସ୍ଥାପନ କରିଛନ୍ତି । ଏହି ବିଧେୟକ ଉପରେ ଅଧିକ ବିଚାର ବିମର୍ଶ କରିବା ପାଇଁ ସଂସଦର ସ୍ଥାୟୀ ସମିତିକୁ ପଠାଯିବ । ନୂଆ ଆୟକର ବିଲ୍ ୨୦୨୬ ଏପ୍ରିଲ୍ ୧ ରେ ଲାଗୁ ହେବା ନେଇ ଆଶା କରାଯାଉଛି ।
ନୂତନ ଆୟକର ବିଲ୍ରେ ସାଧାରଣ ଲୋକଙ୍କ ପାଇଁ ଇନ୍କମ୍ ଟ୍ୟାକ୍ସ ସହ ଜଡ଼ିତ ନିୟମକୁ ଅଧିକ ସରଳ ଏବଂ ସୁଲଭ କରାଯାଇଛି । ଏହି ବିଲ୍, ବର୍ତ୍ତମାନ ପ୍ରଚଳିତ ଆୟକର ଟିକସ ୧୯୬୧ର ସ୍ଥାନ ନେବ । ନୂଆ ବିଲ୍ରେ ମୋଟ୍ ୫୩୬ଟି ଧାରା ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପନ ବେଳେ ନୂଆ ଆୟକର ଆଇନ ଆସିବା ନେଇ ଘୋଷଣା କରିଥିଲେ ।
ନୂଆ ବିଲ୍ର ଉଦ୍ଦେଶ୍ୟ କଠିନ ଶବ୍ଦ ଏବଂ ଆବଶ୍ୟକ ନଥିବା ଆଇନକୁ ହଟାଯାଇ ଛୋଟ ଏବଂ ସରଳ କରିବା । ଉଦାହରଣ ପାଇଁ ଏଥିରେ 'ଟ୍ୟାକ୍ସ ଇୟର' ନାଁରେ ଏକ ନୂଆ ଶବ୍ଦ ବ୍ୟବହାର କରିବା ନେଇ ଉଲ୍ଲେଖ ରହିଛି । ଯାହା 'ପ୍ରିଭିୟସ ଇୟର' ଏବଂ 'ଆସେସମେଣ୍ଟ ଇୟର' ପରି ଜଟିଳ ଶବ୍ଦର ସ୍ଥାନ ନେବ । ନୂଆ ଇନ୍କମ୍ ଟ୍ୟାକ୍ସ ବିଲ୍ରେ ମୋଟ୍ ୬୨୨ ପୃଷ୍ଠା ରହିବ । ଏଥିରେ ୫୩୬ ଧାରା, ୨୩ ଚାପ୍ଟର ଏବଂ ୧୬ ଅନୁସୂଚୀ ସାମିଲ ରହିଛି । ବର୍ତ୍ତମାନ ପ୍ରଚଳିତ ଆୟକର ବିଲ୍ ୧୯୬୧ରେ ୨୯୮ ଧାରା, ୨୩ ଚାପ୍ଟର ଏବଂ ୧୪ ଅନୁସୂଚୀ ରହିଛି । ଆୟକର ବିଲ୍ ୧୯୬୧ରେ ମୋଟ ୮୮୦ ପୃଷ୍ଠା ଥିଲା ।
ଅପରପକ୍ଷରେ ବ୍ୟକ୍ତିଗତ ଆୟକର ବ୍ୟବସ୍ଥାରେ ବଡ଼ ସଂସ୍କାର ଅଣାଯାଇଛି । ମଧ୍ୟବିତ୍ତଙ୍କୁ ଜବରଦସ୍ତ ରିହାତି ମିଳିଛି । ଏଣିକି ବ୍ୟକ୍ତିଗତ ଆୟକରଦାତାଙ୍କୁ ସେମାନଙ୍କ ବାର୍ଷିକ ୧୨ ଲକ୍ଷ ଟଙ୍କା ଯାଏଁ ଆୟ ଉପରେ କୌଣସି ଇନକମ୍ ଟ୍ୟାକ୍ସ ଦେବାକୁ ପଡ଼ିବନାହିଁ । ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୭୫ ହଜାର ଟଙ୍କାକୁ ମିଶାଇ ୧୨ ଲକ୍ଷ ୭୫ ହଜାର ଆୟ ଉପରେ ଦେବାକୁ ହେବନି ଟଙ୍କାଟିଏ ବି ଟିକସ । କେବଳ ସେତିକି ନୁହେଁ, ଏହାଦ୍ବାରା ନୂଆ ଟ୍ୟାକ୍ସ ରେଜିମକୁ ଆପଣାଉଥିବା ଆୟକରଦାତାଙ୍କ ୧୨ ଲକ୍ଷ ଟଙ୍କା ଆୟ ଉପରେ ୮୦ ହଜାର ଟଙ୍କା ସଂଚୟ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)