• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଯେତେବେଳେ ଋଣଗ୍ରସ୍ତ ଦେଶ କଥା ଆସେ, ସମସ୍ତେ ଭାବନ୍ତି କେବଳ ଗରୀବ ଓ ଦୁର୍ବଳ ଦେଶଗୁଡିକ ହିଁ ଋଣଗ୍ରସ୍ତ ହୋଇଥିବେ । ଯଦି ଆପଣ ବି ଏପରି ଭାବୁଛନ୍ତି ତା'ହେଲେ ସମ୍ପୂର୍ଣ୍ଣ ଭୁଲ୍ । ବିଶ୍ୱର ୧୦ଟି ସବୁଠୁ ଅଧିକ ଋଣ କରିଥିବା ଦେଶ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ସୂଚୀରେ ସବୁଠୁ ଆଗରେ ରହିଛି ବିଶ୍ୱର ସବୁଠୁ ପାୱାରଫୁଲ ଆମେରିକା । ଆମେରିକା ପରେ ଜାପାନ ଉପରେ ସର୍ବାଧିକ ଋଣଭାର ରହିଛି । ଏହା ପଛକୁ ଚୀନ, ଇଟାଲୀ, ଫ୍ରାନ୍ସ, ୟୁକେ ଥିବାବେଳେ ଭାରତ ୮ମ ସ୍ଥାନରେ ଅଛି । 

୧୦. କାନାଡା (Canada)

World of Statistics ରିପୋର୍ଟ ଅନୁସାରେ, ଯଦି ୧୦ଟି ସବୁଠୁ ଅଧିକ ଋଣକାରୀ ଦେଶ ତାଲିକା ଦେଖାଯାଏ, ତେବେ ୧୦ମ ସ୍ଥାନରେ ରହିଛି କାନାଡା । କାନାଡା ଉପରେ ୧.୨ ଟ୍ରିଲିୟନ ଡଲାରରୁ ଅଧିକ ଋଣବୋଝ ରହିଛି ଏବଂ ଏହି ପରିମାଣ ଦିନକୁ ଦିନ ବଢିଚାଲିଛି । 

Canada's debtକାନାଡାର ଋଣଭାର

୯. ବ୍ରାଜିଲ (Brazil)

ଋଣକାରୀ ଦେଶଗୁଡିକ ମଧ୍ୟରେ ୯ମ ସ୍ଥାନରେ ବ୍ରାଜିଲ । ଏହି ଦେଶ ଉପରେ ୧.୫ ଟ୍ରିଲିୟନ ଡଲାରରୁ ଊର୍ଦ୍ଧ୍ୱ ଋଣଭାର ରହିଛି, ଯାହାକି ଏହାର ଅର୍ଥବ୍ୟବସ୍ଥା ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । 

Brazilବ୍ରାଜିଲ

୮. ଭାରତ (India)

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତ ବିଶ୍ୱର ୮ମ ସବୁଠୁ ଋଣଗ୍ରସ୍ତ ଦେଶ । ଭାରତ ଉପରେ ଋଣଭାର ୧.୫ ଟ୍ରିଲିୟନ ଡଲାରରୁ ଅଧିକ ଏବଂ ଏହି ଭାର ଦିନକୁ ଦିନ ବୃଦ୍ଧି ପାଉଛି । ଏନେଇ ସରକାରୀ ବ୍ୟୟ ଓ ଆର୍ଥିକ ସୁଧାର ଉପରେ ଧ୍ୟାନ ଦିଆଯିବା ଜରୁରୀ ।

Indiaଭାରତ

୭. ଜର୍ମାନୀ (Germany)

ଋଣଗ୍ରସ୍ତ ଦେଶ ତାଲିକାରେ ଜର୍ମାନୀର ସ୍ଥାନ ୭ମ । ଏହି ଦେଶର ମୋଟ ଋଣ ପରିମାଣ ୨.୫ ଟ୍ରିଲିୟନରୁ ଅଧିକ । ବ୍ରାଜିଲ ୟୁରୋପର ସବୁଠୁ ସୁଦୃଢ ଅର୍ଥବ୍ୟବସ୍ଥା ହେବା ସତ୍ତ୍ୱେ ଋଣଭାର ଏହାର ଅର୍ଥନୀତି ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି ।

Germanyଜର୍ମାନୀ

୬. ୟୁନାଇଟେଡ କିଙ୍ଗଡମ୍ (UK)

ୟୁକେ ଉପରେ ୩ ଟ୍ରିଲିୟନ ଡଲାରରୁ ଅଧିକ ଋଣ ରହିଛି । ବିଶେଷକରି କୋଭିଡ୍-୧୯ ମହାମାରୀ ପରଠୁ ଏହି ଋଣବୋଝ ଦ୍ରୁତଗତିରେ ବୃଦ୍ଧି ପାଉଛି ।

UKୟୁକେ

 ୫. ଫ୍ରାନ୍ସ (France)

ଋଣ ତାଲିକାରେ ୫ମ ସ୍ଥାନରେ ରହିଛି ଫ୍ରାନ୍ସ । ଏହି ଦେଶ ଉପରେ ୩ ଟ୍ରିଲିୟନ ଡଲାରରୁ ଅଧିକ ଋଣ ରହିଥିବାବେଳେ ଦିନକୁ ଦିନ ଏହା ବଢିଚାଲିଛି । ଋଣ ପରିଚାଳନା ନେଇ ସରକାରୀ ବ୍ୟୟ ଓ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଦାବି କରାଯାଉଛି ।

Franceଫ୍ରାନ୍ସ

୪. ଇଟାଲୀ (Italy)

୩ ଟ୍ରିଲିୟନ ଡଲାରରୁ ଅଧିକ ଋଣଭାର ସହ ଇଟାଲୀ ଚତୁର୍ଥ ସର୍ବାଧିକ ଋଣଗ୍ରସ୍ତ ଦେଶ । ଏହା ୟୁରୋପର ସବୁଠୁ ବଡ ଋଣକାରୀ ଦେଶମାନଙ୍କ ମଧ୍ୟରେ ବି ଅନ୍ୟତମ । 

Italyଇଟାଲୀ 

୩. ଚୀନ (China)

ବିଶ୍ୱର ବଡ ବଡ ବିକଶିତ ଦେଶ ଋଣଭାର ତଳେ ଦବି ରହିଛନ୍ତି । ଆଉ ଏହି ଦେଶଗୁଡିକ ମଧ୍ୟରେ ତୃତୀୟରେ ରହିଛି ଚୀନ । ଚୀନ ବିଶ୍ୱର ତୃତୀୟ ସର୍ବାଧିକ ଋଣଗ୍ରସ୍ତ ଦେଶ ଅଟେ । ଏହାର ଋଣଭାର ୧୦ ଟ୍ରିଲିୟନ ଡଲାରରୁ ଅଧିକ ଏବଂ ଏହି ପରିମାଣ ଦ୍ରୁତଗତିରେ ବୃଦ୍ଧି ପାଉଛି । 

Chinaଚୀନ

୨. ଜାପାନ (Japan)

ଋଣ କରିବାରେ ଜାପାନର ସ୍ଥାନ ଦ୍ୱିତୀୟ । ଏହି ଦେଶ ଉପରେ ୧୨ ଟ୍ରିଲିୟନରୁ ଅଧିକ ଋଣ ରହିଛି, ଯାହାକି ଏହାର ଜିଡିପିର ୨୬୦ ପ୍ରତିଶତ । ବିଶେଷକରି ଏହି ଋଣ ଘରୋଇ ନିବେଶକଙ୍କ ଠାରୁ ନିଆଯାଇଛି ।

Japanଜାପାନ

୧. ଆମେରିକା (USA)

ବିଶ୍ୱର ସବୁଠୁ ବଡ ଋଣଗ୍ରସ୍ତ ଦେଶ ହେଉଛି ଆମେରିକା । ଋଣ କରିବାରେ ଏହାର ନାଁ ସବୁଠୁ ଆଗରେ । ବର୍ତ୍ତମାନ ଆମେରିକା ଉପରେ ୩୦ ଟ୍ରିଲିୟନ ଡଲାରରୁ ଅଧିକ ଋଣଭାର ରହିଛି । ଏହି ଋଣ ବୈଶ୍ୱିକ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରୁଛି ।

USAଆମେରିକା

ଆମେରିକା, ଜାପାନ, ଚୀନ ଭଳି ବିକଶିତ ଦେଶଗୁଡିକ ସର୍ବାଧିକ ଋଣଗ୍ରସ୍ତ ରହିବା ଆଶ୍ଚର୍ଯ୍ୟର ବିଷୟ । ଏଥିରୁ ଜଣାପଡୁଛି ଯେଉଁ ଦେଶ ଯେତେ ବିକଶିତ ତାହାର ଋଣ ପରିମାଣ ମଧ୍ୟ ସେତେ ଅଧିକ ।

ଅଧିକ ପଢ଼ନ୍ତୁ: ଛୋଟ କିନ୍ତୁ ବିଶ୍ୱର ସବୁଠାରୁ ଧନୀ ଦେଶ: ଏଠି ପ୍ରତି ତିନିଜଣରେ ଜଣେ କୋଟିପତି

 

OTV is now on Whatsapp

Join and get latest news update delivered to you via whatsapp

Join Now