Advertisment

Mahakumbh Monalisa: ୭ ଷ୍ଟାର୍ ହୋଟେଲରେ ଭାରତୀୟ ଲୁକ୍‌ରେ ଭାଇରାଲ୍ ଗାର୍ଲ ମୋନାଲିସା

ବଦଳି ଯାଇଛି ମାଳା ବିକାଳି ମୋନାଲିସାଙ୍କ ଭାଗ୍ୟ। ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ବର୍ତ୍ତମାନ ତାଙ୍କ ପାଇଁ ବଲିଉଡ୍‌ରେ କାମ ମଧ୍ୟ ମିଳିଯାଇଛି। ସେ ଆଉ ଛୋଟମୋଟ ଲୋକଙ୍କ ସହିତ ବୁଲୁ ନାହାନ୍ତି, ବଲିଉଡ୍ ସେଲିବ୍ରେଟିଙ୍କ ସହିତ ବୁଲୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
monalisa in 7 star hotel restaurant in Indian look

monalisa in 7 star hotel restaurant in Indian look

ପ୍ରୟାଗରାଜର ମହାକୁମ୍ଭରେ ମାଳା ବିକ୍ରି କରୁଥିବା ଭାଇରାଲ୍ ଝିଅ ମୋନାଲିସାଙ୍କ ଭାଗ୍ୟ ବଦଳି ଯାଇଛି। ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ବର୍ତ୍ତମାନ ତାଙ୍କ ପାଇଁ ବଲିଉଡ୍‌ରେ କାମ ମଧ୍ୟ ମିଳିଯାଇଛି। ସେ ଆଉ ଛୋଟମୋଟ ଲୋକଙ୍କ ସହିତ ବୁଲୁ ନାହାନ୍ତି, ବଲିଉଡ୍ ସେଲିବ୍ରେଟିଙ୍କ ସହିତ ବୁଲୁଛନ୍ତି।

Advertisment
monalisa in 7 star hotel restaurant in Indian look୭ ଷ୍ଟାର୍ ହୋଟେଲରେ ଭାଇରାଲ୍ ଗାର୍ଲ ମୋନାଲିସା

ନିକଟରେ ସେ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ‘ଦ ଡାଏରୀ ଅଫ୍ ମଣିପୁର’ ଫିଲ୍ମରେ ସାଇନ୍ କରିଛନ୍ତି, ଯାହା ପରେ ସେ ତାଙ୍କ ଅଭିନୟ ଏବଂ ଗେଟ୍‌ଅପ୍ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

Advertisment

ନିକଟରେ ସେ ତାଙ୍କର ପ୍ରଥମ ବିମାନ ଯାତ୍ରା ମଧ୍ୟ କରିଛନ୍ତି, ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। କିନ୍ତୁ ବର୍ତ୍ତମାନ କିଛି ସ୍ୱତନ୍ତ୍ର ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ମୋନାଲିସା ଏକ ୭ ଷ୍ଟାର୍ ହୋଟେଲର ରେଷ୍ଟୁରାଣ୍ଟରେ ଭାରତୀୟ ଲୁକ୍‌ରେ ନଜର ଆସିଛନ୍ତି। ତାଙ୍କ ଚେହେରା ଖୁବ୍ ସୁନ୍ଦର ଲାଗୁଛି।

ରିପୋର୍ଟ ଅନୁସାରେ ମୋନାଲିସା ଏକ ଅଳଙ୍କାର ଫଙ୍କସନ୍‌ରେ ଭାଗ ନେବାକୁ କେରଳ ଯାଇଛନ୍ତି, ଯେଉଁଥିପାଇଁ ସେ ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି। ତାଙ୍କ ସହ ନିର୍ଦ୍ଦେଶକ ସନୋଜ ମିଶ୍ର ମଧ୍ୟ ଯାଇଛନ୍ତି। ହୋଟେଲ ରେଷ୍ଟୁରାଣ୍ଟର ଫଟୋରେ ମୋନାଲିସା ଗୋଲାପୀ ରଙ୍ଗର ଅନାର୍‌କଲୀ ସୁଟ୍‌ରେ ନଜର ଆସିଛନ୍ତି।

ଏହା ସହିତ ସେ ମୋତି ଅଳଙ୍କାର ମଧ୍ୟ ପିନ୍ଧିଛନ୍ତି। ତାଙ୍କ ଚୁଟି ଷ୍ଟାଇଲ୍ ଏବଂ ମେକ୍ଅପ୍‌ରେ ତାଙ୍କ ଚେହେରା ପୂରା ଝଟକୁଛି।

ଅଧିକ ପଢ଼ନ୍ତୁ: ବଦଳିଗଲା ମୋନାଲିସାଙ୍କ ଲୁକ୍ ! ସଟ୍ ବଡିକନ୍ ଡ୍ରେସ୍‌ରେ ଜଲୱା !

ପ୍ରକାଶଥାଉ ଯେ ସନୋକ ମିଶ୍ର ଫିଲ୍ମସ୍ ବ୍ୟାନରରେ ନିର୍ମିତ ହେବାକୁ ଥିବା ‘ଦି ଡାଏରୀ ଅଫ୍ ମଣିପୁର’ର ଲେଖକ, ନିର୍ମାତା ତଥା ନିର୍ଦ୍ଦେଶକ ହେଉଛନ୍ତି ନିଜେ ସନୋଜ। ଏହି ଫିଲ୍ମର ସହ-ନିର୍ମାତା ହେଉଛନ୍ତି ସଞ୍ଜୟ ଭୂଷଣ ପଟିଆଲା, ୟାମିନ ଖାନ, ଜାଭେଦ ଦେବରିଆୱାଲେ।

ରାଜ କୁମାର ରାଓଙ୍କ ବଡ ଭାଇ ଅମିତ ରାଓ ମଧ୍ୟ ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରୁଛନ୍ତି। ଏହି ଫିଲ୍ମର ପ୍ରମୋଟର ହେଉଛନ୍ତି ସଞ୍ଜୟ ଭୂଷଣ ପଟିଆଲା। ଏହି ଫିଲ୍ମ ପାଇଁ ମୋନାଲିସା ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛନ୍ତି। ସେ ଅଭିନୟ କ୍ଲାସ୍ କରୁଥିବା ବେଳେ ତାଙ୍କର ମେକ୍ଅପ୍ ମଧ୍ୟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଲୋକେ କହୁଛନ୍ତି ଭବିଷ୍ୟତର ସୁପର୍‌ଷ୍ଟାର୍।

ଏହାରି ଭିଡିଓରେ ତାଙ୍କର ଆଉ ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। ସେ ଅନୁରାଧା ପୌଡୱାଲଙ୍କ ଲୋକପ୍ରୀୟ ଗୀତ 'ତେରେ ନୈନା ମେରେ ନୈନୋ ସେ ବାତେ କରତୀ ହେ'ରେ ଲିପ୍-ସିଙ୍କ୍ କରୁଥିବା ଦେଖିବାକୁ ମିଳେ।

ଏହି ଭିଡିଓରେ ଲୋକମାନେ ତାଙ୍କ ଅଭିନୟ ଦେଖି ଫିଦା ହୋଇଯାଇଛନ୍ତି। ଆପଣ ଏହି ଭିଡିଓରେ ଦେଖିପାରିବେ ଯେ ମୋନାଲିସା ଏକ ସୁନ୍ଦର ପୋଷାକ ପିନ୍ଧିଛନ୍ତି।

ଅଧିକ ପଢ଼ନ୍ତୁ: ମୋନାଲିସା ଧରିଲେ ସିଲଟ୍-ଖଡି ଆଉ ଶିଖିଲେ ଅ-ଆ; ଜାଣନ୍ତୁ କିଏ ସାଜିଲେ ଗୁରୁ

Bollywood Social Media Viral Video Mahakumbh 2025 Mahakumbh Monalisa
Advertisment
Advertisment