• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ସମୟ ରୈନା...ଯିଏକି ନିଜ ଶୋ' ଇଣ୍ଡିଆଜ ଗଟ୍ ଲାଟେଣ୍ଟକୁ ନେଇ ବିବାଦ ଘେରରେ ରହିଛନ୍ତି, ସେ ଏବେ ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ବଡ଼ ସମସ୍ୟାର ସାମ୍ନା କରୁଛନ୍ତି । ଶୋ'ରେ ଅଶ୍ଳୀଳ କମେଣ୍ଟକୁ ନେଇ ବିବାଦ ବଢିବା ପରେ ସବୁବେଳେ ନିଜର ତୀକ୍ଷ୍ମ ବୁଦ୍ଧି ଓ ଚାର୍ମକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି କମେଡିଆନଙ୍କ କ୍ୟାରିଅର ଉପରେ ଛାଇଯାଇଛି ସଙ୍କଟ । ଲୋକଙ୍କ କଡା ସମାଲୋଚନା ଯୋଗୁଁ ଗୁଜୁରାଟରେ ହେବାକୁ ଥିବା ତାଙ୍କର ଶୋ'କୁ ରବ୍ଦ କରାଯାଇଥିଲା । ଏବେ ଆଗାମୀ ଶୋ'ଗୁଡିକ ପାଇଁ ମଧ୍ୟ ଅତିରିକ୍ତ ସାବଧାନତା ଅବଲମ୍ବନ କରିବାକୁ ତାଙ୍କୁ କୁହାଯାଇଛି ।

ଅଧିକ ପଢନ୍ତୁ: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...

ଏକ ରିପୋର୍ଟ ଅନୁସାରେ, ଗୁରୁବାର ସମୟ ରୈନାଙ୍କ ଲିଗାଲ୍ ଟିମ୍ ତାଙ୍କ ତରଫରୁ ଖାର୍ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଟିମ୍ ଜଣାଇଥିଲା ଯେ, ସମୟ ଏବେ ଏକ ଗସ୍ତରେ ଅଛନ୍ତି କିନ୍ତୁ ଯାଞ୍ଚ ପ୍ରକ୍ରିୟାରେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ।

ଅନ୍ୟପଟେ ପୋଲିସ ଏହି ବିବାଦୀୟ ଘଟଣାରେ ଜୋରଦାର ତନଘନା ଜାରି ରଖିଛି । ଖବର ଆସୁଛି ଯେ, ପୋଲିସ ବୁକ୍ ମାଇଁ ଶୋରୁ ସମୟଙ୍କ ଶୋ'ରେ ଅଂଶଗ୍ରହଣ କରିଥିବା ଦର୍ଶକଙ୍କ ସୂଚନା ସଂଗ୍ରହ କରିବା ସହ ଅଶ୍ଳୀଳ କଣ୍ଟେଣ୍ଟ ଯାଞ୍ଚ ପାଇଁ ନିଜେ ଦର୍ଶକ ଭାବେ ଶୋ' ଦେଖିବାକୁ ଯୋଜନା କରୁଛି । ଏହାର ଉଦ୍ଦେଶ୍ୟ, ଶୋ' ସମୟରେ ଦର୍ଶକଙ୍କ ମଧ୍ୟରୁ କେହି ଖାସ୍ କରି ମହିଳମାନେ ଅସହଜ କିମ୍ବା ଅପମାନିତ ଅନୁଭବ କରିଥିଲେ କି ନାହିଁ ଏବଂ ଶୋ'ରେ ଆପତ୍ତିଜନକ ଅଶ୍ଳୀଳ ଜୋକସ୍ କରାଯାଇଥିଲା କି ନାହିଁ ତାହା ଜାଣିବା ।

ତେବେ ଦିନକ ପୂର୍ବରୁ ଏହି ଘଟଣା ନେଇ ସମୟ ରୈନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । କମେଡିଆନ ଏକ୍ସରେ ପୋଷ୍ଟ କରି ଲେଖିଥିଲେ, ଯାହାବି କିଛି ହେଉଛି ଏହାକୁ ହ୍ୟାଣ୍ଡେଲ କରିବା ତାଙ୍କ ପାଇଁ ଖୁବ୍ କଠିନ । ତାଙ୍କର ଉଦ୍ଦେଶ୍ୟ କେବଳ ଲୋକଙ୍କୁ ହସାଇବା ଥିଲା । ତେବେ ସେ 'ଇଣ୍ଡିଆଜ ଗଟ୍ ଲାଟେଣ୍ଟ'ର ସମସ୍ତ ଭିଡିଓ ଚ୍ୟାନେଲରୁ ହଟାଇ ଦେଇଥିବା ଜଣାଇଥିଲେ । 

ଅଧିକ ପଢନ୍ତୁ: ଅଶ୍ଳୀଳ କମେଣ୍ଟ୍ କରି ହରଡଘଣାରେ ରଣବୀର ଆହ୍ଲାବାଦିଆ; ବ୍ରେକ୍‌ଅପ୍ କଲେ ଗର୍ଲଫ୍ରେଣ୍ଡ

 

OTV is now on Whatsapp

Join and get latest news update delivered to you via whatsapp

Join Now