ଏମିତି କିଛି ବିଶେଷ ଦିନ ଏବଂ ତାରିଖ ଅଛି ଯେତେବେଳେ ଘର ପୋଛିବା ଅଶୁଭ ବୋଲି ବିବେଚନା କରାଯାଏ। ଏହି ଦିନ ଘର ପୋଛିବା ଦ୍ୱାରା କେବଳ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ନାହିଁ ବରଂ ଦାରିଦ୍ର୍ୟ କେବେ ଆପଣଙ୍କ ପିଛା ଛାଡେ ନାହିଁ।
ମାସ ଶେଷକୁ ଖାଲି ପକେଟ୍ ମନରେ ଚିନ୍ତା ବଢାଉଛି କି? ଏହା ପଛରେ କିଛି ଶକ୍ତି ସମ୍ବନ୍ଧୀୟ ଜିନିଷ ଅଛି ଯାହାକୁ ଆମେ ପ୍ରାୟତଃ ଅଣଦେଖା କରିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ ଏହାର ସମାଧାନ କ’ଣ ଆସନ୍ତୁ ଜାଣିବା।
ଯଦି ବି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛୁଞ୍ଚିର ଅଗ୍ରଭାଗ ସମାନ ବ୍ୟବଧାନ କିମ୍ବା ଦୂରତା ରହିଯାଏ, ତେବେ ଏହା ଉଭୟଙ୍କ ଜୀବନକୁ ଖରାପ ଭାବରେ ପ୍ରଭାବିତ କରେ। ସେମାନେ ଯଦି ଅଲଗା ଅଲଗା କୋଠରୀରେ ରୁହନ୍ତି ଏବଂ ଅଲଗା ଅଲଗା ଶଯ୍ୟାରେ ଶୁଅନ୍ତି ତେବେ ଏହା ଧନ ଏବଂ ସୌଭାଗ୍ୟକୁ ପ୍ରଭାବିତ କରେ।
ଏହି ଶାସ୍ତ୍ରକୁ ବର୍ତ୍ତମାନ ଯୁଗରେ ରିସର୍ଚ୍ଚ କରି କି ଆଉ ଭଙ୍ଗାରୁଜା ନକରି ବିଭିନ୍ନ ଉପାୟରେ ବାସ୍ତୁଦୋଷର ନିବାରଣ କରାଯାଇପାରୁଛି । କିନ୍ତୁ ସବୁଠାରୁ ଭଲ ହେବ ଯଦି ଗୃହ ନିର୍ମାଣ ପୂର୍ବରୁ ବାସ୍ତୁ ନିୟମକୁ ଜାଣି ଠିକ ଭାବରେ ପାଳନ କରାଯାଏ ।
ଜାଣତରେ ହେଉ ବା ଅଜାଣତରେ ଶୋଇବା ବେଳେ ଆମେ ଏପରି କିଛି ଭୁଲ କରୁ, ଯାହା ବାସ୍ତୁଶାସ୍ତ୍ର ଅନୁସାରେ ଭୁଲ ଏବଂ ଏହି ଭୁଲଗୁଡ଼ିକ ସମସ୍ୟା ବୃଦ୍ଧିକରେ ଏବଂ ଘରେ ଦାରିଦ୍ର୍ୟ ଆଣେ। ଆସନ୍ତୁ ଜାଣିବା ଶୋଇବା ବେଳେ କରୁଥିବା ଏହିସବୁ ଭୁଲ କ’ଣ।
ଘରେ ଥିବା ବାସ୍ତୁତ୍ରୁଟି ଦୂର କରିବାକୁ ହେଲେ ଘରର ପରିବେଶ ସନ୍ତୁଳନ ତଥା ଏହାର ଆଖପାଖ ଅଞ୍ଚଳ ସନ୍ତୁଳନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଏପରି କିଛି ଗଛ ଅଛି ଯାହାକୁ ଆପଣଙ୍କ ଘରେ କିମ୍ବା ଏହାର ଚାରିପାଖରେ ଲଗାଇଲେ, ତେବେ ଆପେ ଆପେ ବାସ୍ତୁତ୍ରୁଟି ଦୂର ହୋଇଯାଏ।
ଯେତେବେଳେ ଘରେ ସକରାତ୍ମକ ଶକ୍ତିର ପ୍ରବାହ ବଢେ, ସେତେବେଳେ ସୁଖ, ସମୃଦ୍ଧି ଏବଂ ଧନ ପ୍ରାପ୍ତ ହେବା ଆରମ୍ଭ ହୁଏ। ତେବେ ଜ୍ୟୋତିଷ ଏବଂ ବାସ୍ତୁଶାସ୍ତ୍ରରେ ଏପରି କିଛି ସହଜ ସମାଧାନ ଅଛି ଯାହାକୁ ପାଳମ କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହିବ।
ଅନେକ ସମୟରେ ଲୋକମାନେ ଭାବି ନିଅନ୍ତି ଯେ, ସେମାନେ ସଠିକ୍ ଦିଗରେ ଏବଂ ଠିକ୍ ସ୍ଥାନରେ ଘର କିଣିଛନ୍ତି, ତଥାପି ପରିବାରରେ ଅସୁବିଧା, ଅସୁସ୍ଥତା, ଆର୍ଥିକ ସଙ୍କଟ ଏବଂ ଦୁର୍ଘଟଣା ଭଳି ସମସ୍ୟା ଦେଖାଦେଉଛି। ଏହା ପଛରେ ଅନେକ ଜ୍ୟୋତିଷ ଏବଂ ବାସ୍ତୁ ସମ୍ବନ୍ଧୀୟ କାରଣ ମଧ୍ୟ ଥାଇପାରେ। ଆସନ୍ତୁ ସେ ବିଷୟ ଜାଣିବା।
ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଖୁବ ପବିତ୍ର ମାନି ପୂଜା କରାଯାଏ। ଧାର୍ମିକ ବିଶ୍ୱାସ ଅନୁସାରେ ତୁଳସୀକୁ ନିୟମିତ ପୂଜା କରିବା ଦ୍ୱାରା ଜଣେ ଆର୍ଥିକ ଅସୁବିଧାରୁ ମୁକ୍ତି ପାଇଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କ କୃପରୁ ଜୀବନ ସୁଖମୟ ହୋଇଯାଏ। ତେବେ ଏମିତି କିଛି ଜିନିଷ ଅଛି ଯାହାକୁ ତୁଳସୀ ଗଛ ପାଖରେ ରଖିଲେ ଓଲଟା ଫଳ ମିଳେ।
ଘରେ ବାତ୍ସ୍ତୁଦୋଷ ରହିଲେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡେ। ବାସ୍ତୁଦୋଷର ଲକ୍ଷଣ କ’ଣ ଏବଂ ଏହି ଦୋଷରୁ ରକ୍ଷା ପାଇବା ପାଇଁ କ’ଣ ପଦକ୍ଷେପ ନିଆଯିବା ଉଚିତ ତାହା କିପରି ଜାଣିବା। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।
ପରିବାର ଝଗଡା ପଛରେ ମଧ୍ୟ ବାସ୍ତୁଦୋଷ ଥାଇପାରେ। ବାସ୍ତୁଶାସ୍ତ୍ରରେ ଘରୋଇ ସମସ୍ୟାକୁ ଏଡାଇବା ପାଇଁ କିଛି ଟିପ୍ସ ମଧ୍ୟ ରହିଛି। ଏହାକୁ ଆପଣେଇବା ଦ୍ୱାରା ଯେତେ ବଡ ଘରୋଇ ସମସ୍ୟା ଥାଉ ପଛେ ତାହା ଧୀରେ ଧୀରେ ଜଣେ ବ୍ୟକ୍ତିଙ୍କ ଜୀବନରୁ ଦୂରେଇ ଯାଏ। ତେବେ ଆସନ୍ତୁ ସେହି ବାସ୍ତୁ ଟିପ୍ସଗୁଡିକ କ’ଣ ଜାଣିନେବା।
ଯଦି ଏକ ମନୀ ପ୍ଲାଣ୍ଟକୁ ସଠିକ୍ ଦିଗରେ ରଖାଯାଏ, ତେବେ ଏହା କେବଳ ଆର୍ଥିକ ସମସ୍ୟା ଦୂର କରିବ ନାହିଁ ବରଂ କୁଣ୍ଡଳିରେ ଶୁକ୍ର ଗ୍ରହର ସ୍ଥିତିକୁ ମଧ୍ୟ ଦୃଢ କରିଥାଏ। ତେବେ ଆସନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କେଉଁଠି ଓ କିପରି ମନୀ ପ୍ଲାଣ୍ଟ ରଖିବା ଉଚିତ ସେ ବିଷୟରେ ଜାଣିନେବା।
‘ମହାଭାରତ’ ପଢିବା ଏବଂ ଶୁଣିବା ଖୁବ ପୂଣ୍ୟ ବୋଲି ବିବେଚନା କରାଯାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଘରେ ରଖିବା ଏବଂ ଏହାକୁ ପଢିବା ଠାରୁ ଦୂରେଇ ରୁହନ୍ତି। ସେମାନେ ଏମିତି କାହିଁକି କରନ୍ତି, ଏହା ପଛର କାରଣ କ’ଣ? ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ ଏହାକୁ ନେଇ କ’ଣ କୁହାଯାଏ?
ବାସ୍ତୁଶାସ୍ତ୍ର ଅନୁଯାୟୀ ପୃଥିବୀ, ଜଳ, ଅଗ୍ନି, ଆକାଶ ଓ ବାୟୁ ଏବଂ ବାସ୍ତୁ ତଥା ବାସ୍ତୁର ଆଠଟି କୋଣକୁ ସନ୍ତୁଳିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ନ ହେଲେ ଅନେକ ସମସ୍ୟାକୁ ସମ୍ମୁଖିନ ହେବାକୁ ପଡେ। ସେଥିରୁ ମଧୁମେହ ଗୋଟିଏ।
ଏକ ପୂର୍ଣ୍ଣ ଘର ପାଇଁ ସାଧାରଣତଃ ମୁଖ୍ୟ ଦ୍ୱାର, ଶୋଇବା ଘର, ପଢା ଘର, ରୋଷେଇ ଘର, ବୈଠକ ଖାନା, ବାଥ୍ରୁମ୍ ଆଦିର ଆବଶ୍ୟକ ହୋଇଥାଏ। ତେବେ ଏ ସବୁ କେଉଁ ଦିଗରେ ରହିଲେ ଶୁଭ ଫଳ ମିଳେ ତାହା ଜାଣିବା ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିବା।
ଭାରତୀୟ ପରମ୍ପରାରେ ବିବାହରେ ଉପହାର ଦେବା ଏକ ବିଶେଷ ରୀତିନୀତି। ଯଦି ଏହିସବୁ ଉପହାରକୁ ଦେବା ବେଳେ ବାସ୍ତୁଶାସ୍ତ୍ରକୁ ଦୃଷ୍ଟିରେ ଦିଆଯାଏ ତେବେ ନବ ବିବାହିତ ଦମ୍ପତିଙ୍କ ଜୀବନରେ କେବଳ ସୁଖ ହିଁ ସୁଖ ମିଳିବ, ନଚେତ୍ ଏହା ବିପରୀତ ହୋଇପାରେ।
ଯଦି ଦିଗକୁ ନେଇ ବାସ୍ତୁରେ ଭୁଲ୍ ହୁଏ ତେବେ ଯେତେ ଚେଷ୍ଟା କଲେ ବି ବ୍ୟବସାୟୀ ହତାସ ହୋଇ ଚାଲେ। ଯଦି ଆପଣ ନିଜ ବ୍ୟବସାୟକୁ ସଫଳ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବରେ ଦିଗକୁ ନେଇ ବାସ୍ତୁର କେତେକ ନିୟମ ମାନିବା ଜରୁରୀ।
ହିନ୍ଦୁ ଧର୍ମରେ ବିଭିନ୍ନ ଦିନକୁ ନେଇ ଅନେକ ନିୟମ ପ୍ରସ୍ତୁତ କରାଯାଇଛି, ଯାହା ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଅନେକ ସମୟରେ ଆମେ ଅଜାଣତରେ ଏମିତି କିଛି କରିଦେଉ ଯାହାର ଫଳ ଭୋଗିବାକୁ ପଡେ।
ଘରର ରୋଷେଇ ଘର ଏକ ମୁଖ୍ୟ ଅଙ୍ଗ। ଅନେକ ଏହାକୁ ଅବହେଳା କରୁଥିଲେ ମଧ୍ୟ ଏହା ଘରେ ଅନେକ ପ୍ରଭାବ ପକାଏ। ରୋଷେଇ ଘରେ ବାସ୍ତୁ ଦୋଷ ଥିଲେ ଅନେକ କ୍ଷତି ସହିବାକୁ ହୋଇଥାଏ। ତେବେ ଆସନ୍ତୁ ରୋଷେଇ ଘର ନିର୍ମାଣ ସମ୍ବନ୍ଧୀୟ ନିୟମଗୁଡିକ କ’ଣ ଜାଣିନେବା।
ଘରେ ଛୋଟ ଛୋଟ ବାସ୍ତୁ ତ୍ରୁଟି ବହୁତ ପ୍ରଭାବ ପକାଏ। ଏହି ଭୁଲ କାରଣରୁ ଘରେ ନକାରାତ୍ମକ ଶକ୍ତି ବଢିବାରେ ଲାଗେ ଆଉ ପ୍ରଗତିରେ ବାଧା ସୃଷ୍ଟି କରେ। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ନିଜ ଘରେ ଏପରି କିଛି ଭୁଲ୍ କରୁଛନ୍ତି, ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ। ଆସନ୍ତୁ ସେ ବିଷୟରେ ଜାଣିବା।
ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ସୂର୍ଯ୍ୟାସ୍ତ ପରେ କିଛି କାମ ଅଛି ଯାହା କରିବା ଅଶୁଭ। ଏହି କାରଣକୁ ଅନେକ ସମୟରେ ଘରର ବୟସ୍କମାନେ ସୂର୍ଯ୍ୟାସ୍ତ ପରେ ଅନେକ କାମ କରିବାକୁ ବାରଣ କରନ୍ତି। ତେବେ ଏହା କ’ଣ ଆସନ୍ତୁ ଜାଣିବା।
ଅନେକ ପିଲାଙ୍କର ପାଠ ପଢିବାରେ ମନ ଲାଗେ ନାହିଁ। ଏହି ସମସ୍ୟାର ଅନେକ କାରଣ ମଧ୍ୟରୁ କେଉଁଠି ନା କେଉଁଠି ନିଶ୍ଚିତ ବାସ୍ତୁ ଦୋଷ ରହିଥାଇ ପାରେ। ତେବେ ଆସନ୍ତୁ ଜାଣିବା ପିଲାମାନଙ୍କର ଏହି ଅସୁବିଧାର ସମାଧାନ ପାଇଁ କ’ଣ ରହିଛି ବାସ୍ତୁ ସମାଧାନ।
ଗୋଟେ ଗୃହକୁ ବାସ୍ତୁ ଦୋଷରୁ ମୁକ୍ତ ରଖିବାକୁ ହେଲେ ଖାଲି ଗୃହର ଅଭ୍ୟନ୍ତରୀଣ ନିୟମକୁ ଜାଣିଲେ ତାହା ଯଥେଷ୍ଟ ନୁହେଁ । ଏହାର ଆଖପାଖ ସ୍ଥିତିକୁ ମଧ୍ୟ ଅନୁଧ୍ୟାନ କରିବା ନିହାତି ଆବଶ୍ୟକ, ଯାହା ବିନା ବାସ୍ତୁ ସମ୍ପୂର୍ଣ୍ଣ ନୁହେଁ ।
ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ବିଦ୍ୟା ବିଶେଷଜ୍ଞଙ୍କ ମତରେ ଏମିତି ୫ଟି ଜିନିଷ ରହିଛି ଯାହାକୁ କେବେ ବି ସକାଳେ ଉଠି ଦେଖିବା ଉଚିତ ନୁହେଁ। ଏହା କଥାକୁ ଅଣଦେଖା କଲେ ଜୀବନରେ ଅନେକ ସମସ୍ୟା ଆସିପାରେ। ତେବେ ସେ ସବୁ କ’ଣ ଆସନ୍ତୁ ଜାଣିବା।
ଆମେମାନେ ନିଜକୁ ଅତି ସୌଭାଗ୍ୟବାନ ଭାବିବା ଯେ, ଆମ୍ଭମାନଙ୍କ ପାଇଁ ବାସ୍ତୁଶାସ୍ତ୍ର ପରି ଏକ ମହତ୍ ଶାସ୍ତ୍ରଟିକୁ ରଚନା କରାଯାଇଛି । ଯାହାକୁ ବ୍ୟବହାର କରି ଆମ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରୁଛି ।