୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାର ଅନ୍ୟତମ ଅଭିଯୁକ୍ତ ତହଓ୍ୱର ରାଣାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବ ଆମେରିକା । ମୋଦି-ଟ୍ରମ୍ପ ଆଲୋଚନା ସମୟରେ ଏହି ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଭୟଙ୍କର ଅପରାଧୀକୁ ଭାରତକୁ ପ୍ରତ୍ୟାର୍ପଣ କରିବ ଆମେରିକା । ଏହି ପ୍ରକ୍ରିୟା ପାଇଁ ଆମେରିକା ଆଇନ୍ ଅନୁସାରେ ବିଚାର ପ୍ରକ୍ରିୟା ଚାଲିଛି । ଏଥିପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Also Read
ମୂଳ ପାକିସ୍ତାନୀ ବ୍ୟବସାୟୀ ହେଉଛି ତହଓ୍ୱର ରାଣା । ଯିଏକି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିଲା । ମୁମ୍ବାଇ ପୋଲିସର ଚାର୍ଜସିଟ୍ ଅନୁସାରେ, ତହଓ୍ୱର ରାଣା ୨୦୦୮ ନଭେମ୍ବର ୧୧ରେ ଭାରତ ଆସି ୨୧ ତାରିଖ ଯାଏଁ ରହିଥିଲା। ଏହି ସମୟରେ ସେ ଆତଙ୍କବାଦୀଙ୍କ ସହ ସମ୍ପର୍କରେ ରହିଥିଲା ।
ଅଧିକ ପଢ଼ନ୍ତୁ: ଅନଲାଇନରେ ମଗାଇ ଫସିଗଲେ ଡାକ୍ତର, ଲାପଟପ୍ ବଦଳରେ ଆସିଲା ଖଣ୍ଡେ ମାର୍ବଲ
ଭାରତ ଦୀର୍ଘ ବର୍ଷ ଧରି ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ୍ ନାଗରିକ ତହବୁର ରାଣାକୁ ପ୍ରତ୍ୟାର୍ପଣ କରିବା ପାଇଁ ଅପିଲ କରୁଥିଲା । ୨୦୦୮ ମୁମ୍ବାଇ ଆକ୍ରମଣ ମାମଲାର ଅଭିଯୁକ୍ତ ଲସ୍ ଏଞ୍ଜେଲସର ଏକ ଜେଲରେ ଅଛି । ତହବୁର ରାଣା, ପାକିସ୍ତାନର ନାଗରିକ । ସେ କାନାଡାରେ ବ୍ୟବସାୟ କରୁଥିବା ଜଣାପଡିଥିଲା। ମୁମ୍ବାଇ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ସହ ତାର ସମ୍ପୃକ୍ତି ପାଇଁ ଚର୍ଚ୍ଚାକୁ ଆସିଥିଲା ତହବୁର ରାଣା। ମୁମ୍ବାଇ ଆକ୍ରମଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲା ତହବୁର। ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର ଏ ତୋଇବା ପାଇଁ କାମ କରୁଥିବା ଆତଙ୍କୀ ଡେଭିଡ କୋଲେମନ ହେଡଲି ସହ ମଧ୍ୟ ତା’ର ସମ୍ପର୍କ ଥିଲା ।
ସୂଚନା ଅନୁସାରେ, ତହବୁର ରାଣାଙ୍କ ବିରୋଧରେ ଡେଭିଡ୍ ହେଡଲିଙ୍କୁ ସାହାଯ୍ୟ କରିବାର ଗମ୍ଭୀର ଅଭିଯୋଗ ରହିଛି । ସେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଡେଭିଡ୍ କୋଲମ୍ୟାନ୍ ହେଡଲିକୁ ମୁମ୍ବାଇରେ ଟାର୍ଗେଟଗୁଡ଼ିକର ରେକିରେ ସାହାଯ୍ୟ କରିଥିଲା । ଭାରତ ଆମେରିକା କୋର୍ଟରେ ୨୬/୧୧ ଆକ୍ରମଣର ଟାର୍ଗେଟଗୁଡ଼ିକର ରେକିର ଦୃଢ଼ ପ୍ରମାଣ ଉପସ୍ଥାପନ କରିଥିଲା ।
ତହବୁର ରାଣାଙ୍କୁ ୨୦୦୯ ମସିହାରେ ଚିକାଗୋରୁ ଗିରଫ କରାଯାଇଥିଲା । ତାଙ୍କ ଉପରେ ISI ଏବଂ ଲସ୍କର-ଏ-ତୈବା ସହିତ ଜଡିତ ଥିବାର ମଧ୍ୟ ଅଭିଯୋଗ ହୋଇଛି । ଏହା ବ୍ୟତୀତ, ତାଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଜଣେ କାର୍ଯ୍ୟକର୍ତ୍ତା ଭାବରେ ବର୍ଣ୍ଣନା କରାଯାଇଛି ।