Advertisment

Valentines Day: ଫିଲ୍ମ ସେଟ୍‌ରୁ ଲେଖା ଏହି ତାରକାଙ୍କ ପ୍ରେମ କାହାଣୀ; କିଏ ସଫଳ, କିଏ ବିଫଳ

ପ୍ରେମ ଏବଂ ପ୍ରସ୍ତାବର ଏହି ଋତୁରେ ଆସନ୍ତୁ ବଲିଉଡର ସେହି ତାରକାମାନଙ୍କ ପ୍ରେମ କାହାଣୀ ବିଷୟରେ ଜାଣିନେବା ଯେଉଁମାନଙ୍କ ପ୍ରେମ କାହାଣୀ ଫିଲ୍ମ ସେଟ୍‌ରୁ ଆରମ୍ଭ ହୋଇଥିଲା। ଏମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ସଫଳ ହୋଇଥିଲା ଆଉ ସେମାନେ ବିବାହ କରିଥିଲେ, ଆଉ କିଛି ଜଣଙ୍କ ପ୍ରେମ ଅଧାରେ ରହିଗଲା।

author-image
Pramod Behera
ଅଦ୍ୟତନ ହୋଇଛି
The love stories of these stars were written on the sets of films

The love stories of these stars were written on the sets of films

ଆଜି ଭାଲେଣ୍ଟାଇନ୍ସ ଡେ’ ଏବଂ ଆଜି ଶେଷ ହେବ ଏହି ସପ୍ତାହ। ପ୍ରେମ ସପ୍ତାହ ପ୍ରେମୀଯୁଗଳଙ୍କ ପାଇଁ ପ୍ରେମର ଉପହାର ଆଣିଥାଏ। ଏହି ସପ୍ତାହରେ ଦୁନିଆର ଅନେକ ଯୋଡି ନିଜ ନିଜର ପ୍ରେମକୁ ପ୍ରକାଶ କରନ୍ତି। ଭାଲେଣ୍ଟାଇନ୍ ସପ୍ତାହରେ କିଛି ଲୋକ ବିବାହ ମଧ୍ୟ କରନ୍ତି।

Advertisment

ତେବେ ପ୍ରେମ ଏବଂ ପ୍ରସ୍ତାବର ଏହି ଋତୁରେ ଆସନ୍ତୁ ବଲିଉଡର ସେହି ତାରକାମାନଙ୍କ ପ୍ରେମ କାହାଣୀ ବିଷୟରେ ଜାଣିନେବା ଯେଉଁମାନଙ୍କ ପ୍ରେମ କାହାଣୀ ଫିଲ୍ମ ସେଟ୍‌ରୁ ଆରମ୍ଭ ହୋଇଥିଲା। ଏମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ସଫଳ ହୋଇଥିଲା ଆଉ ସେମାନେ ବିବାହ କରିଥିଲେ, ଆଉ କିଛିଙ୍କ ପ୍ରେମ ଅଧାରେ ରହିଗଲା।

ଅଧିକ ପଢ଼ନ୍ତୁ: ସ୍ୱାମୀ-ସ୍ତ୍ରୀଙ୍କ ଭାଲେଣ୍ଟାଇନ ଏଗ୍ରିମେଣ୍ଟ: କିଏ ବାଥରୁମ୍ ସଫା କରିବ, କିଏ ସଉଦା ଆଣିବ...

Advertisment

ଆଲିଆ ଭଟ୍ଟ ଏବଂ ରଣବୀର କପୁର:

ଏହି ତାଲିକାର ପ୍ରଥମ ନାଁ ହେଉଛି ବଲିଉଡ୍‌ର ଲୋକପ୍ରିୟ ଯୋଡି ଆଲିଆ ଭଟ୍ଟ ଏବଂ ରଣବୀର କପୁର। ସେମାନଙ୍କର ପ୍ରେମ କାହାଣୀ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସେଟ୍‌ରେ ଆରମ୍ଭ ହୋଇଥିଲା। ଏହି ଫିଲ୍ମର ସୁଟିଂ ସମୟରେ ରଣବୀର ମଧ୍ୟ ଆଲିଆଙ୍କୁ ପ୍ରସ୍ତାବ ଦେଇଥିଲେ। ୨୦୨୨ରେ ଉଭୟ ତାରକା ବିବାହ କରିଥିଲେ।

କିଆରା ଆଡଭାନୀ-ସିଦ୍ଧାର୍ଥ ମଲହୋତ୍ରା:

ବିଶ୍ୱାସ କରାଯାଏ ଯେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଫିଲ୍ମ 'ଶେର୍‌ଶାହ'ରେ ଏକାଠି କାମ କରିବା ପରେ ଡେଟିଂ ଆରମ୍ଭ କରିଥିଲେ। ତେବେ, 'କଫି ୱିଥ୍ କରଣ'ର ସପ୍ତମ ସିଜନରେ ସିଦ୍ଧାର୍ଥଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କିଆରା ସୂଚନା ଦେଇଥିଲେ।

ଅଲି ଫଜଲ-ରୁଚା ଚଡ୍‌ଢା:

ଅଲି ଫଜଲ ଏବଂ ରୁଚା ଚଡ୍‌ଢା ପ୍ରଥମେ ୨୦୧୨ର କମେଡି ହିଟ୍ 'ଫୁକ୍‌ରେ' ସେଟ୍‌ରେ ସାକ୍ଷାତ ହୋଇଥିଲେ। ଅଲି ଏବଂ ରିଚା ଡେଟିଂ ଆରମ୍ଭ କରିବାର ବହୁ ପୂର୍ବରୁ ଭଲ ବନ୍ଧୁ ହୋଇଥିଲେ। ସେମାନଙ୍କ ପ୍ରେମ ୨୦୧୫ରେ ନିବିଡ ହୋଇଥିଲା ଏବଂ ସେମାନେ ୨୦୨୦ରେ ବିବାହ କରିଥିଲେ।

ଅଜୟ ଦେବଗାନ୍ ଏବଂ କାଜୋଲ:

ପ୍ରସିଦ୍ଧ ବଲିଉଡ୍‌ ଅଭିନେତ୍ରୀ କାଜୋଲଙ୍କ ପ୍ରେମ କାହାଣୀ ମଧ୍ୟ ବହୁ ଚର୍ଚ୍ଚିତ ଥିଲା। ସେ ଏବଂ ଅଜୟ ଦେବଗନ ଫିଲ୍ମ ହାଲ୍‌ଚାଲ୍‌'ର ସେଟ୍‌ରେ ପରସ୍ପରକୁ ଭଲ ପାଇଥିଲେ। ବହୁ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ କରିଥିଲେ।| ଆଜି ସେମାନେ ଏକ ସୁଖମୟ ଜୀବନ ବିତାଉଛନ୍ତି।

ଦୀପିକା ପାଦୁକୋନ ଏବଂ ରଣବୀର ସିଂହ:

ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ପ୍ରଥମେ ଫିଲ୍ମ 'ବମ୍ବେ ଟକିଜ୍'ର ସେଟ୍‌ରେ ଭେଟିଥିଲେ। ତେବେ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ୨୦୧୩ର ଚଳଚ୍ଚିତ୍ର 'ଗୋଲିୟୋଁ କି ରାସଲୀଲା ରାମଲୀଲା'ରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା। ୨୦୧୮ରେ ସେମାନେ ବିବାହ କରିଥିଲେ।

ଅଧିକ ପଢ଼ନ୍ତୁ: ରକ୍ତ ହୋଇଯାଉଛି ଗରମ; ପ୍ରେମ ଦିବସରେ ରକ୍ତର ହୋଲି

ସୈଫ୍ ଅଲି ଖାନ ଏବଂ କରୀନା କପୁର:

୨୦୦୩ର 'LOC: କାର୍ଗିଲ' ଏବଂ ୨୦୦୬ର 'ଓମକାରା'ରେ ସୈଫ୍‌ ଅଲି ଖାନ ଏବଂ କରୀନା କପୁର ସ୍କ୍ରିନ୍‌ ସ୍ପେସ୍ ଶେୟାର୍ କରିଥିଲେ ସତ କିନ୍ତୁ ସେମାନଙ୍କ ପ୍ରେମ ଫିଲ୍ମ 'ଟଶନ' ସେଟ୍‌ରେ ଆରମ୍ଭ ହୋଇଥିଲା। ଉଭୟ ଅକ୍ଟୋବର ୨୦୧୨ରେ ବିବାହ କରିଥିଲେ।

କରୀନା କପୁର ଏବଂ ଶାହିଦ କପୁର:

ଶାହିଦ କପୁର ଏବଂ କରୀନା କପୁରଙ୍କ ସମ୍ପର୍କ ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ତଥା ପ୍ରିୟ ସମ୍ପର୍କ ମଧ୍ୟରୁ ଅନ୍ୟତମ। ଦୁହେଁ ୨୦୦୪ରେ ଫିଲ୍ମ 'ଫିଦା'ର ସେଟ୍‌ରେ ସାକ୍ଷାତ ହୋଇ ପ୍ରେମରେ ପଡିଥିଲେ। ସେମାନଙ୍କର ସମ୍ପର୍କ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, କିନ୍ତୁ ୨୦୦୭ ମସିହାରେ ଫିଲ୍ମ 'ଜବ୍‌ ୱ୍ୱି ମିଟ୍‌' ରିଲିଜ ହେବା ପରେ ସେମାନଙ୍କର ବ୍ରେକ୍‌ଅପ୍ ହୋଇଥିଲା।

ଦିଲୀପ କୁମାର-ମଧୁବାଲା:

ଦିଲୀପ କୁମାର ଏବଂ ମଧୁବାଲାଙ୍କ ପ୍ରେମ କାହାଣୀ ମଧ୍ୟ ବିବାହ ପର୍ଯ୍ୟନ୍ତ ଯାଇପାରି ନ ଥିଲା। ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ, କିନ୍ତୁ ଗୋଟିଏ ସର୍ତ୍ତ ସେମାନଙ୍କ ସମ୍ପର୍କରେ ମତଭେଦ ସୃଷ୍ଟି କରିଥିଲା ​​ଏବଂ ଏହି ଯୋଡି ସବୁଦିନ ପାଇଁ ଅଲଗା ହୋଇଗଲେ। ଦୁହେଁ 'ତରାନା'ର ସେଟ୍‌ରେ ପରସ୍ପରକୁ ଭଲ ପାଇଥିଲେ, କିନ୍ତୁ ମଧୁବାଲାଙ୍କ ବାପାଙ୍କୁ ସେମାନଙ୍କ ପ୍ରେମକୁ ଗ୍ରହଣ କରି ନଥିଲେ।

ସଲମାନ ଖାନ-ଐଶ୍ୱର୍ଯ୍ୟା ରାୟ:

ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମ କାହାଣୀ ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ପ୍ରେମ କାହାଣୀ ମଧ୍ୟରୁ ଅନ୍ୟତମ। ୧୯୯୯ରେ ଫିଲ୍ମ 'ହମ୍‌ ଦିଲ୍‌ ଦେ ଚୁକେ ସନମ'ର ସେଟ୍‌ରେ ଉଭୟ ଭେଟିଥିଲେ, ଯେଉଁଠାରୁ ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା। ୨୦୦୨ରେ ସେମାନଙ୍କର ସମ୍ପର୍କ ଶେଷ ହୋଇଥିଲା।

ଅଧିକ ପଢ଼ନ୍ତୁ: କେବେ ସରିବନି ଆମ ପ୍ରେମ

Ajay Devgn Bollywood Alia Bhatt Kajol Valentine's Day Valentines Week Ranveer Deepika Love Story
Advertisment
Advertisment