/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739591307.jpg)
Sunita Williams
ସୁନୀତା ୱିଲିୟମ୍ସଙ୍କ ମହାକାଶରୁ ଫେରିବାକୁ ନେଇ ଆସିଛି ବଡ଼ ଅପଡେଟ୍। ୮ ମାସର ଅନିଶ୍ଚିତତା ପରେ ସାମ୍ନାକୁ ଆସିଛି ପୃଥିବୀ ଫେରିବା ତାରିଖ। ମାର୍ଚ୍ଚ ୧୯ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଫେରିବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ସାଥୀ ମହାକାଶଚାରୀ ବୁଚ୍ ୱିଲମର୍ ମଧ୍ୟ ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଚାନକ ନିର୍ଦ୍ଦେଶ ପରେ, ଏହି ପଦକ୍ଷେପ ନେବାକୁ ଯାଉଛି ନାସା । ତେବେ ଏନେଇ ନାସା ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ବି, ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରୁ ସିଧାସଳଖ ସାକ୍ଷାତକାର ଦେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏହା କହିଛନ୍ତି ସୁନୀତା ଓ ବୁଚ୍।
ସେମାନେ କହିଛନ୍ତି ଯେ, ସ୍ପେଶ୍ ଏକ୍ସର କ୍ରୁ-ଟେନ୍ ମିଶନ୍ ମାର୍ଚ୍ଚ ୧୨ରେ ଉତ୍କ୍ଷେପଣ ହେବ ଏବଂ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ପହଞ୍ଚିବ। ଏହାପରେ ସୁନୀତା କମାଣ୍ଡର୍ ଦାୟିତ୍ୱ ଆଉ ଜଣେ ମହାକାଶଚାରୀଙ୍କୁ ହସ୍ତାନ୍ତର କରିବେ। ଏଥିପାଇଁ ସପ୍ତାହେ ସମୟ ଲାଗିବ। ଏହାପରେ ମାର୍ଚ୍ଚ ୧୯ରେ କ୍ରୁ-ଟେନ୍ ମିଶନର ଡ୍ରାଗନ ସ୍ପେଶକ୍ରାଫ୍ଟରେ ବସି ସୁନୀତା ଓ ବୁଚ୍ ପୃଥିବୀକୁ ଫେରିବେ।
ସୂଚନାଯୋଗ୍ୟ ଯେ, ବୋଇଂ ଷ୍ଟାରଲାଇନର୍ ପ୍ରଥମ ମିଶନରେ ପରୀକ୍ଷାମୂଳକ ଭାବେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନକୁ ଯାଇଥିଲେ ସୁନୀତା ଓ ବୁଚ୍। ଗତବର୍ଷ ଜୁନ୍ ୫ ତାରିଖରେ ୮ ଦିନ ପାଇଁ ଆଇଏସଏସକୁ ଯାଇ, ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ୮ ମାସ ହେଲା ସେମାନେ ମହାକାଶରେ ଫସି ରହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)