ଆଜିକା ସମୟରେ ଏମିତି ଭଙ୍ଗା ଘରେ ଦୁଇ ବଢିଲା ଝିଅ, ପୁଅ ବି ରହୁଛନ୍ତି କିନ୍ତୁ ଘରେ ବିଜୁଳି ନାହିଁ । ଘର ଖଣ୍ଡିଏ ପାଇଁ ପ୍ରଶାସନଠୁ ରାଜନେତା ସମସ୍ତଙ୍କ ପାଖକୁ ଦଉଡି ଦଉଡି ସୁକାନ୍ତିଙ୍କ ଗୋଡରୁ ଚପଲ ଘୋରି ହୋଇଯାଇଛି କିନ୍ତୁ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ ।
ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ୧.୫ ଲକ୍ଷ ଟଙ୍କାର ସୁପାରୀ ମଧ୍ୟ ହୋଇଥିଲା।
ସିଲୁଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବା ବେଳେ ଜୀବନ ବଂଚାଇବା ଲାଗି କରୁଛନ୍ତି ସଂଗ୍ରମା। ସିକିଲସେଲ୍ ଆନିମିଆ,ନିମୋନିଆ ଓ ଉଚ୍ଚରକ୍ତଚାପ ଭଳି ରୋଗରେ ପୀଡ଼ିତ ଅଛନ୍ତି ସିଲୁ । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୀର୍ଘ ଦିନ ଲାଗିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି।
ଘଣ୍ଟ ବଜାଇ ଗାଁ ଦାଣ୍ଡରେ ପଡୁଛି ହୁରି l ଗାଁର ଉମା ଓ ବୁଲୁଙ୍କ ପରିବାରକୁ ବାସନ୍ଦ କରାଯାଇଛି। ତାଙ୍କ ସହିତ କେହି କଥା ହୁଅନ୍ତୁ ନାହିଁ l ଯଦି କେହି କଥା ହୁଅନ୍ତି ତେବେ ପାଞ୍ଚ ହଜାର ଟଙ୍କା ଫାଇନ l ଏମିତି ଥରେ କି ଦୁଇଥର ନୁହେଁ ବାରମ୍ବାର ଗାଁ ଦାଣ୍ଡରେ ପଡୁଛି ହୁରି l ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସାର୍ଗୁଣାପଲ୍ଲୀ ଗାଁରୁ
ଏସ୍ଡିପିଓ ଗାଁଲୋକଙ୍କୁ ଡାକି ଆପୋଷ ସମାଧାନ ପାଇଁ ଉଦ୍ୟମ କରିଛନ୍ତି । ହେଲେ ଏଯାଏଁ ସମାଧାନର ବାଟ ବାହାରି ନାହିଁ ।
ବିଲେଇ ପାଇଁ ହଟହଟା ସାହି ବାସିନ୍ଦା। ଶେଷରେ ପୋଷା ବିଲେଇ ପାଇଁ ଥାନାରେ ଏତଲା ଦିଆଯାଇଛି।
ଭୂମିହୀନ ହିତାଧିକାରୀଙ୍କୁ ଥଇଥାନ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଛି କାହିଁ କେତେ ଯୋଜନା l ଆଉ ଏହି ଯୋଜନା ଲାଗି ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ ହେଉଛି l ତେବେ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ କିଭଳି ପହଁଚୁଛି ତାହା ଏହି ଚିତ୍ରକୁ ଦେଖିଲେ ସ୍ପଷ୍ଟ ବାରିହେଉଛି
କେଉଁ କାରଣରୁ ପପୁଙ୍କୁ ପଥର ମାଡ଼ ହୋଇଛି ଜଣାପଡିନାହିଁ । ପଥରମାଡ଼ ପରେ ଷ୍ଟେଜ୍ ଛାଡି ପଳାଇଥିଲେ ପପୁ । ତେବେ ପଥର ଯଦିଓ ପପୁଙ୍କ ଉପରେ ସିଧାସଳଖ ବାଜି ନାହିଁ, ମାତ୍ର ମଞ୍ଚରେ ଲାଗିଥିବା ଏଲଇଡି ଭାଙ୍ଗିଯାଇଥିବା ସୂଚନା ମିଳିଛି ।
ମାଙ୍କଡ଼ଙ୍କ ଉପଦ୍ରବରେ ଏବେ ଆସିକା ଲୋକ ଅତିଷ୍ଠ ହେଲେଣି। ମଣ୍ଟପଡା, କେନ୍ଦୁପଦର, ତରାସିଙ୍ଗି, ହରଡ଼ାପଦର, ପଢାଳ ଓ ଜୟପୁର ଅଞ୍ଚଳରେ ଭୟଙ୍କର ଉତ୍ପାତ କଲେଣି ମାଙ୍କଡ଼। ଏମିତିକି ମାଙ୍କଡ଼ଙ୍କୁ ଘଉଡାଇବାକୁ ପାଳି କରି କ୍ଷେତ ଜଗୁଛନ୍ତି ଚାଷୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାଙ୍କଡ଼ ପଲ ବେଳେବେଳେ ଆକ୍ରମଣ କରିବାକୁ ବି ପଛାଉନାହାନ୍ତି। ତେଣୁ କ୍ଷେତ ଆଖି ସାମ୍ନାରେ ଉଜୁଡ଼ି ଯାଉଛି ସତ କିନ୍ତୁ ସାହସ ଜୁଟାଇ ପାରୁନାହାନ୍ତି ଚାଷୀ।
ବସ୍ଷ୍ଟାଣ୍ଡରେ ଥିବା ଡ୍ରେନ୍ କଭର ଭିତରେ ପଶିଗଲା ମହିଳାଙ୍କ ଗୋଡ଼। ଶେଷରେ କଟରରେ ସହାୟତାରେ ଲୁହା ରଡ୍ କଟାଯିବା ପରେ ମହିଳାଙ୍କ ଗୋଡ଼ ବାହାରିଥିଲା।
ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି।
ଖରା ବଢ଼ିଲେ ଆହୁରି ଗମ୍ଭୀର ହେବ ସ୍ଥିତି
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନ ୧୦ ଟାରୁ ୧୧ ଟା ମଧ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଦୁଇ ଘଣ୍ଟା ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ତଳେ ବସି ବସି ବିରକ୍ତ ହୋଇଥିବା ମହିଳା ମାନେ ସଭା କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ଉଠି ଚାଲି ଯାଇଥିଲେ । ୧୪ଶହ ଅଟୋରେ ଯେଉଁ ମହିଳାମାନେ ଆସିଥିଲେ ସେମାନେ ଖାଇବାକୁ ବି ପାଇଲେନି।
ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ଅମଳର ଏପରି ଦୃଶ୍ୟ ଦେଖିବାକୁ ମିଳୁଛି
ବର ଜନ୍ମରୁ ଦୃଷ୍ଟି ବାଧିତ ଥିବା ଜାଣି ମଧ୍ୟ ସାତ ଜନ୍ମର ସାଥି କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବତୀ ଜଣକ । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦୋମୁହାଣୀ ଗ୍ରାମରେ ।
ବସ୍ରେ ଯାଉଥିବା ମହିଳା ହଠାତ୍ ଅସୁସ୍ଥ ଅନୁଭବ କରିବା ବସ୍ କର୍ମଚାରୀମାନେ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ରାସ୍ତାରେ ଓହ୍ଲାଇ ଦେଇଥିଲେ। ଏହାର କିଛି ସମୟ ପରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସାମାନ୍ୟ ବଚସା ପାଇଁ ଚାଲିଗଲା ଜୀବନ । ବନ୍ଧୁର ଜୀବନ ନେଇଗଲେ ଦୁଇ ବନ୍ଧୁ ।
ନିଖୋଜ ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୪ ବର୍ଷ ବାଳକର ମୃତଦେହ ଉଦ୍ଧାର କରାଯାଇଛି। ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର।
ସବୁ ଜିଲ୍ଲାରେ ନିୟୋଜନ ପ୍ରତିଶ୍ରୁତି ସତ୍ତ୍ୱେ ଗଂଜାମରେ ଦାଦନ ଦୁଃଖ । ମାସକ ଭିତରେ ସୁରତରେ ତିନି ଦାଦନ ଶ୍ରମିକଙ୍କ ମୃତ୍ୟୁ ।
ନିଜ ଘରଦ୍ୱାର ଓ ଜମିବାଡ଼ି ଥାଇ ବି ଗାଁକୁ ଯାଇପାରୁ ନାହାନ୍ତି ।
ଚିକିତ୍ସା ପରେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ହଜାର ହଜାର ସଂଖ୍ୟାରେ ଏଭଳି ପୋକଙ୍କୁ ଦେଖି ଲୋକେ ବି ଭୟଭୀତ ରୋଗ ବ୍ୟାଧି ଆଶଙ୍କାରେ ଗାଁରେ ଛନକା ପଶିଛି।
କେବେ ଟ୍ରଲର ମାଡ଼ରେ ମୃତ, କେବେ ବୁଲା କୁକୁରଙ୍କ ଆହାର । ବିପଦରେ ବିରଳ ଅଲିଭ୍ ରିଡ୍ଲେ କଇଁଛ ।