/odishatv-khabar/media/post_attachments/uploadimage/library/16_9/16_9_0/s_1675910744.jpg)
Fog Alert In These Districts Of Odisha
ଫେବୃଆରୀ ମାସ ଅଧାରୁ ଆରମ୍ଭ ହୋଇଗଲାଣି ତାତି। ଗତ କିଛିଦିନ ଧରି ପାଗରେ ପରିବର୍ତ୍ତନ ଦେଖା ଦେଇଥିବା ବେଳେ ମଧ୍ୟାହ୍ନରେ ତତଲା ପବନ ବହିବା ଆରମ୍ଭ ହୋଇଗଲାଣି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ପୂର୍ବାପେକ୍ଷା ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ପରିଲକ୍ଷିତ ହେବ। ଅନ୍ୟପଟେ ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକ ରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି।
ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ବଳବତ୍ତର ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ପ୍ରଥମ ଦିନରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଓ ଢେଙ୍କାନାଳ ରେ କୁହୁଡ଼ିର ଆସ୍ତରଣ ଦେଖାଯିବ।
ସେହିପରି ଦ୍ୱିତୀୟ ଦିନରେ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିପାରେ। ତେଣୁ ସକାଳୁ ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
#Minimum#Temperature & #Fog forecast pic.twitter.com/ZSUF77EK5T
— Meteorological Centre, Bhubaneswar (@mcbbsr) February 8, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)