/odishatv-khabar/media/post_attachments/uploadimage/library/16_9/16_9_0/murder_1675312706.jpg)
murder
ବନ୍ଧୁ ସାଜିଲା ହତ୍ୟାକାରୀ । ପିଟିଲେ, ମାରିଲେ ଆଉ ତା ପରେ ଜାଳିଦେଲେ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ବଡ଼ଗଡ଼ ଥାନା ସାନଗୋଛା ଗାଁରେ । ସ୍ଥାନୀୟ ସୋରଡ଼ା ଗାଁର ସନ୍ତୋଷ ବେହେରାଙ୍କୁ ଜାଳି ମାରି ଦେଇଛନ୍ତି ତାଙ୍କର ଦୁଇ ବନ୍ଧୁ ।
ସନ୍ତୋଷ ନିଜ ମାମୁଁ ଘର କନ୍ଧମାଳ ଜିଲ୍ଲା କାଟିଙ୍ଗାକୁ ଗତ ମାସ ୨୪ ତାରିଖରେ ଯାଇଥିଲେ । ସେଠି କିଛି ଦିନ ରହିବା ପରେ ୨୯ ତାରିଖରେ ଗାଁକୁ ଯିବି କହି ଜଣେ ଯୁବକଙ୍କ ସହ ଆସିଥିଲେ କିନ୍ତୁ ଘରକୁ ଫେରିନଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା ।
ଅଧିକ ପଢ଼ନ୍ତୁ: ବଚସାରୁ ହତ୍ୟାକାଣ୍ଡ ! ତେଜରାତି ଦୋକାନରେ ପଶି ଦମ୍ପତିଙ୍କୁ ଗୁଳି କରି ହତ୍ୟା
ଏଥିପାଇଁ ପ୍ରଥମେ ବ୍ରାହ୍ମଣି ଗାଁ ଥାନା ପରେ ବଡ଼ଗଡ଼ ଥାନାରେ ନିଖୋଜନେଇ ଏତଲା ଦେଇଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ପ୍ରକିୟା ଆଗକୁ ବଢାଇଥିଲା । ତେବେ ଗତକାଲି ମୁକିଡ଼ାମ ଘାଟିରେ ମୃତଦେହକୁ ପୋଡ଼ା ଯାଇଥିବା ପୋଲିସ୍ ଜାଣିବାକୁ ପାଇଛି । ଏନେଇ ଏବେ ତଦନ୍ତ ଚାଲିଛି ।
ସୂଚନା ମୁତାବକ, ଦୁଇ ବନ୍ଧୁଙ୍କ ସହ ମିଶି ଏକାଠି ମଦ ପିଇଥିଲେ ସନ୍ତୋଷ । ଏହାପରେ କୌଣସି କାରଣରୁ ମୃତକଙ୍କର ଅନ୍ୟ ଦୁଇ ବନ୍ଧୁଙ୍କ ସହ ବଚସା ହୋଇଥିଲା । ଆଉ ଏହି ବଚସା ପାଇଁ ନିଶାଗ୍ରସ୍ତ ହୋଇ ଉଭୟେ ହତ୍ୟା କରିଛନ୍ତି । ତେବେ ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତ ଦୁଇ ବନ୍ଧୁଙ୍କୁ ଖୋଜୁଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)