• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେଡେ ସୁନ୍ଦର ଲାଗୁଛି ମାସ୍କଟ ଓଲି । ଅଲିଭ ରିଡଲେ କଇଁଛ ଆକୃତିର ପୋଷାକ ପିନ୍ଧି ହକିର ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ । ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଅଲିଭ ରିଡଲେଙ୍କ ସୁରକ୍ଷା ଓ ସେମାନଙ୍କ ସଂରକ୍ଷଣ ନେଇ କିଛି କମ ବାହାସ୍ପୋଟ ମାରୁନାହାନ୍ତି । ହେଲେ ଏହି ବିରଳ ପ୍ରଜାତିର ଜୀବନ ଓ ବାସସ୍ଥାନର ବାସ୍ତବ ଦୃଶ୍ୟ କିନ୍ତୁ ହୃଦୟ ବିଦାରକ ।

ଆମ ରାଜ୍ୟରେ କେତେ ସୁରକ୍ଷିତ ଏହି ବହୁମୂଲ୍ୟ ଅଲିଭ ରିଡଲେ କଇଁଛ ? ପୁରୀ-ଅସ୍ତରଙ୍ଗ ବେଳା ଭୂମିରେ କେଉଁଠି ଜାହାଜ ମାଡ଼ରେ ମରି ସମୁଦ୍ରରେ ଭାସୁଛି ତ କେଉଁଠି ବେଳାଭୂମିରେ ବୁଲା କୁକୁରଙ୍କ ଆହାର ପାଲଟିଛି । ଏମିତିରେ ବିଶ୍ୱ ସାମ୍ନାରେ ଏମାନଙ୍କ ପାଇଁ ଦରଦୀ ସାଜିଥିବା ସରକାର ଯେ, ସତରେ କେଡେ ଦରଦୀ ତାହା ଘଟଣାସ୍ଥଳରେ ପହଞ୍ଚିଳେ ହିଁ ଜଣାପଡ଼ିବ । ଏ ଘଟଣା ଯେ ଖାଲି ଏ ବର୍ଷର ତା ନୁହେଁ, ପ୍ରତି ବର୍ଷ ପୁରୀ ବେଳାଭୂମିକୁ ଅଣ୍ଡା ଦେବାକୁ ଆସି ଏହିଭଳି କ୍ରୁରତାର ଶିକାର ପାଲଟନ୍ତି ଅଲିଭ ରିଡ୍‌ଲେ । ଯେଉଁଥିପାଇଁ ଏମାନଙ୍କ ବଂଶ ଧୀରେ ଧୀରେ ଲୋପ ପାଉଥିବା ସଦ୍ୟ ଗଣତିରେ ସାମ୍ନାକୁ ଆସିଛି ।

ଗଞ୍ଜାମ ଜିଲ୍ଲା ର ଋଷିକୂଲ୍ୟା ନଦୀ ମୁହାଣରୁ ଗହରିମଥା ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ହେଉଛି ଅଲିଭ୍ ରିଡଲେଙ୍କ ପ୍ରଥମ ପସନ୍ଦ । କାହିଁ କେବେଠୁ ଓଡ଼ିଶାର ସମୁଦ୍ର କୂଳରେ ଅଣ୍ଡା ଦାନ କରି ଆସୁଛନ୍ତି ଏମାନେ । ହେଲେ ୧୯୯୭ ମସିହା ପରଠୁ ଅସ୍ତରଙ୍ଗ ଦେବିନାଶୀରେ ହୋଇନି ସାମୁହିକ ଅଣ୍ଡାଦାନ । ଅସନ୍ତୁଳିତ ପରିବେଶ ଓ ତାସହ ନିଷେଧାଞ୍ଚଳରେ ଅଣ୍ଡାଦାନ ଏହାର ପ୍ରମୁଖ କାରଣ । ଅଲିଭ ରିଡଲେଙ୍କ ସୁରକ୍ଷା ନେଇ ଅନେକ କଟକଣା ଲାଗୁ ହୋଇଛି, ହେଲେ ତାହା କେତେ ଫଳପ୍ରଦ ହେଉଛି ତାହା ପରଖିବାକୁ କେହି ନାହିଁ । ତଥାପି ଗତବର୍ଷ ଅପେକ୍ଷା ଏଥର କମ୍ ଅଲିଭ୍ ରିଡଲେଙ୍କ ମୃତଦେହ ଠାବ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି; ଘନ ଘନ ପାଟ୍ରୋଲିଂ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ରାଜ୍ୟ ରେ ହେଉଛି ହକି ବିଶ୍ୱକପ୍ । ସାରା ବିଶ୍ୱ ସାମ୍ନାରେ ଓଲିକୁ ମାସକଟ୍ କରାଯାଇଛି । କ୍ୟାମେରା ଆଗରେ ଟିଭି ପରଦାରେ ଓଲିକୁ ପାଖରେ ଧରି କଇଁଛ ସୁରକ୍ଷା ଓ ସଂରକ୍ଷଣର କଥା କହି ସରକାର ବଡ଼ ବଡ଼ ହେଡଲାଇନରେ ସ୍ଥାନ ତ ପାଇ ଯାଉଛନ୍ତି ହେଲେ ଏସବୁ ଭିତରେ କିଏ ଯଦି ଅଲୋଡ଼ା ରହି ଯାଉଛି ତ ସିଏ ଏଇ ସତ ସତିକା ଅଲିଭ ରିଡଲେ କଇଁଛ ।