• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୨୩ରେ ମଧ୍ୟଯୁଗୀୟ ପରମ୍ପରା । ବିନା ଦୋଷରେ ଶାସ୍ତି। ଦଣ୍ଡ ଏମିତି, ଯେକେହି ବି ଶୁଣିଲେ ସ୍ତବ୍ଦ ହୋଇଯିବ। ଗାଁ ସାରା ବୁଲି, ଘଣ୍ଟ ପିଟି ପିଟି ଦୁଇ ପରିବାରକୁ ବାସନ୍ଦ କରାଯାଇଛି । ଘଟଣା ହେଉଛି, ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଶାର୍ଗୁଣାପଲ୍ଲୀର । ଯେଉଁଠି ବୁଲୁ ନାହାକ ଓ ତାଙ୍କ ଶାଳକ ଉମା ଦାସଙ୍କ ପରିବାରକୁ ଗତ ୪ ମାସ ହେଲା ଏକଘରିକିଆ କରିଛନ୍ତି ଗାଁଲୋକେ । ନା କେହି କଥା ହେଉଛନ୍ତି, ନା କେହି ସେମାନଙ୍କ ମୁହଁ ଚାହୁଁଛନ୍ତି । ନିଜ ଗାଁରେ ଏମାନେ ବନି ଯାଇଛନ୍ତି ଅପରିଚିତ, ଅଛୁଆଁ।

ଅଧିକ ପଢ଼ନ୍ତୁ: ରାତି ଅନ୍ଧାରରେ ଗାଁ ଦାଣ୍ଡରେ ଡେଙ୍ଗୁରା ବାଜୁଛି ! ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ

ଏ ବାସନ୍ଦ ଦେଉଛି ନାନା କଷ୍ଟ । ଦୁଇ ପରିବାରର ଲୋକଙ୍କୁ କେହି କାମ ଦେଉନାହାନ୍ତି । ଭୁଲବଶତଃ ଯଦି କେହି ସେମାନଙ୍କ ସାଙ୍ଗରେ କଥା ହୋଇଗଲେ ତେବେ ମିଳୁଛି ଖୋଲା ଧମକ । ହେଲେ ଏତେ ବଡ଼ ଦଣ୍ଡ କାହିଁକି ? ଏହାପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗତ ଅକ୍ଟୋବର ମାସରେ ଉମାଙ୍କ ଘର ପାଖରେ ଥିବା ଷ୍ଟ୍ରିଟ୍ ଲାଇଟ୍ ମରାମତି କରିଥିଲେ ଜଣେ ଲାଇନମ୍ୟାନ୍ । କିନ୍ତୁ ତାର’ ଖୋଲା ଛାଡ଼ି ଚାଲି ଯାଇଥିବା ଯୋଗୁଁ ଏହାକୁ ସଜାଡ଼ିବାକୁ ପୁଣି ତାଙ୍କୁ ଡକାଯାଇଥିଲା । ଲାଇନମ୍ୟାନ୍ ତାକୁ ସଜାଡ଼ିବା ବଦଳରେ ପୁରା ଗାଁର ଷ୍ଟ୍ରିଟ୍ ଲାଇଟ୍‌ କନେକ୍‌ସନ କାଟି ଦେଇଥିଲେ । ଆଉ ଏଥିପାଇଁ ଉମାଙ୍କ ପରିବାରକୁ ଦାୟୀ କରିଥିଲେ ଗ୍ରାମବାସୀ । ଏମାନଙ୍କ ଉପରେ ୨୫ ହଜାର ଟଙ୍କା ଫାଇନ୍ ପଡ଼ିଥିଲା । ହେଲେ ଟଙ୍କା ନଦେଇପାରିବାରୁ ଏବେ ଭୋଗୁଛନ୍ତି ବାସନ୍ଦ ଦଣ୍ଡ ।

ନ୍ୟାୟ ପାଇଁ ଏବେ ପୁରୁଷୋତ୍ତମପୁର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତ ପରିବାର । ଏସ୍‌ଡିପିଓ ଗାଁଲୋକଙ୍କୁ ଡାକି ଆପୋଷ ସମାଧାନ ପାଇଁ ଉଦ୍ୟମ କରିଛନ୍ତି । ହେଲେ ଏଯାଏଁ ସମାଧାନର ବାଟ ବାହାରି ନାହିଁ ।