• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାସ୍ତା ସାରା ଧାନ ଆଉ ଧାନ । ଦେଖିଲେ ଧାନ ଖଳା ପରି ଲାଗୁଛି । ଯୁଆଡେ ଦେଖିବ ଖାଲି ମେଞ୍ଚା ମେଞ୍ଚା ଖୋଲା ଛଣ । ରାସ୍ତା ଉପରେ ବିଞ୍ଚି ହୋଇ ପଡ଼ିଛି ବର୍ଷକର ପରିଶ୍ରମ । ଗାଡି ଆସିବ ଛଣ ଉପରେ ଚଢିଲେ ଧାନ ବାହାରିବ । କାରଣ ଚାଷୀଙ୍କ କାମରେ ଲାଗୁନି ସରକାରଙ୍କ ଧାନ ଖଳା ଯୋଜନା । ରାସ୍ତା ଘାଟରେ ବେଙ୍ଗଳା ପକାଇ ଧାନ ଓ ବିଭିନ୍ନ ଫସଲ ଅମଳ କରୁଛନ୍ତି ଚାଷୀ l ଫଳରେ ରାସ୍ତା ଦେଇ ଯାଉଥିବା ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସଡକ ଦୁର୍ଘଟଣାର ହେଉଛନ୍ତି ଶିକାର ଅନେକ ଲୋକେ l

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ଅମଳର ଏପରି ଦୃଶ୍ୟ ଦେଖିବାକୁ ମିଳୁଛି । ମୁଖ୍ୟତଃ ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତାରେ ଧାନ ଅମଳ କରୁଛନ୍ତି ଚାଷୀ l କେବଳ ଧାନ ନୁହଁ ଅନ୍ୟାନ୍ୟ ଫସଲ ମଧ୍ୟ ରାଜରାସ୍ତାରେ ଚାଷୀ ଅମଳ କରୁଥିବା ବେଳେ ଏହାକୁ ଅନେକ ସମସ୍ୟା ଭଗୁଛନ୍ତି ବାଟୋଇ l

କିଛି ବର୍ଷ ପୂର୍ବେ ସରକାର ପୁରୁଷୋତ୍ତମପୁର ବ୍ଲକର ୨୫ ପଞ୍ଚାୟତରୁ ମୋଟ ୧୨ ଟି ପଞ୍ଚାୟତରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟରେ ଧାନ ଖଳା ନିର୍ମାଣ କରାଇଥିଲେ । ହେଲେ ଏବେ କାଁ ଭାଁ ଗୋଟିଏ ଦୁଇଟି ସ୍ଥାନ ଛାଡିଦେଲେ ଅନ୍ୟସବୁଠି ଖଳା ଗୁଡିକ ଉପଯୁକ୍ତ ସ୍ଥାନରେ ନିର୍ମାଣ କରା ଯାଇନଥିବା କାରଣରୁ ଏହା ଚାଷୀଙ୍କ କାମରେ ଲାଗୁନଥିବା ହୋଇଛି ଅଭିଯୋଗ l

ଅନ୍ୟପଟେ ଯେଉଁ ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ ହୋଇନାହିଁ ସେଠାରେ ଚାଷୀ ରାଜରାସ୍ତା ଉପରେ ଧାନ ଅମଳ କରୁଛନ୍ତି । ଚାଷୀଙ୍କ ସମସ୍ୟା ସମାଧାନ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେଇଥିବା ପ୍ରତିଶୃତି କେବେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା l