Advertisment

କେଉଁଠୁ ମାଡ଼ି ଆସୁଛନ୍ତି ମାଳ ମାଳ କଳା ପୋକ ?

ହଜାର ହଜାର ସଂଖ୍ୟାରେ ଏଭଳି ପୋକଙ୍କୁ ଦେଖି ଲୋକେ ବି ଭୟଭୀତ ରୋଗ ବ୍ୟାଧି ଆଶଙ୍କାରେ ଗାଁରେ ଛନକା ପଶିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Worms Swarm Odisha Village Polosara, Panic Triggers Among Locals

Worms swarm Odisha village Polosara, panic triggers among locals

ଗାଁ ସାରା ପୋକ ସାଲୁବାଲୁ। ରାସ୍ତା ଘାଟ ହେଉ କି ନାଳ ନର୍ଦ୍ଦମା ସବୁଠି କୁଢ କୁଢ ପୋକ। ଘରଦ୍ୱାରକୁ ବି ମାଡିଗଲେଣି। ଗଞ୍ଜାମ କବିସୂର୍ଯ୍ୟନଗର ବ୍ଳକର ଆଠଗଡ଼ପାଟଣାରେ ତିନି ଦିନ ହେଲା ନିଦ ହଜାଇଦେଲେଣି ଏହି କଳା ପୋକ। ଗାଁ କାଳୀମନ୍ଦିର ପାଖ ଗାଡିଆରେ ପ୍ରଥମେ ଏହି ପୋକ ଦେଖିବାକୁ ମିଳିଥିଲା।

Advertisment

ଏବେ ପୁରା ଗାଁରେ ବ୍ୟାପିଗଲେଣି ଜନ୍ଦା ଭଳି ମାଳ ମାଳ କାନ୍ଥ ବାଡରେ ଚାଲୁଛନ୍ତି ଯେତେ ସଫା କଲେ ପୁଣି ଆସିଯାଉଛନ୍ତି। ହଜାର ହଜାର ସଂଖ୍ୟାରେ ଏଭଳି ପୋକଙ୍କୁ ଦେଖି ଲୋକେ ବି ଭୟଭୀତ ରୋଗ ବ୍ୟାଧି ଆଶଙ୍କାରେ ଗାଁରେ ଛନକା ପଶିଛି। 

ଏପଟେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ଦୀର୍ଘ ଦିନ ଧରି ଗାଡିଆରେ ପାଣି ଜମି ରହିଥିବାରୁ ଏଭଳି ପୋକ ଉତ୍ପନ୍ନ ହୋଇଥିବା କହିଛନ୍ତି ହେଲ୍ଥ ସୁପରଭାଇଜର। ପରିମଳ ଦୃଷ୍ଟିରୁ ପୋକଗୁଡିକୁ ନଷ୍ଟ କରିବାକୁ ପ୍ରଥମେ ବ୍ଲିଚିଂ ପକାଯିବ ବୋଲି ସେ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଏହି ଗାଁରେ ଗେଣ୍ଡାଳିଆଙ୍କୁ ଦେଖିଲେ ଆରମ୍ଭ ହୁଏ ଚାଷକାମ

ସେପଟେ ତୁରନ୍ତ ପ୍ରତିକାର ପାଇଁ ସରପଂଚ ଏବଂ ସମିତିସଭ୍ୟଙ୍କ ସହ ବୈଠକ କରିଛନ୍ତି ବିଡିଓ। ଏବେ ଅପେକ୍ଷା, ପ୍ରତିକାର ପାଇଁ ପ୍ରଶାସନ କି ପଦକ୍ଷେପ ନେଉଛି ଏବଂ କେବେ କମୁଛି ଗାଁରେ ପୋକ ଦାଉ।

ଆସ୍କାରୁ ମନୋଜ ମୁନୀ ଓ ପୋଲସରାରୁ ପୀତବାସ ଦାସଙ୍କ ରିପୋର୍ଟ 

Advertisment
Advertisment