Advertisment

୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା ! ପଡ଼ୋଶୀଙ୍କ ଘରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

ନିଖୋଜ ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୪ ବର୍ଷ ବାଳକର ମୃତଦେହ ଉଦ୍ଧାର କରାଯାଇଛି।  ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Minor Boy's Body Recovered From Neighbour's House

4-year-old minor found dead at neighbour’s house

୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା ଅଭିଯୋଗ। ନିଖୋଜ ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୪ ବର୍ଷ ବାଳକର ମୃତଦେହ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ଅନ୍ତର୍ଗତ ମୁଣ୍ଡମରାଇ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳକ ଗାଁର ଗୋବିନ୍ଦ ପାତ୍ରଙ୍କ ପୁଅ ନିତେଶ। ପୋଲିସ୍‌ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି।

Advertisment

ଅଧିକ ପଢ଼ନ୍ତୁ: ନୃଶଂସ !! ପୁଅ, ଝିଅ ସହ ମିଶି ସ୍ୱାମୀକୁ ପିଟିପିଟି ହତ୍ୟା

ସୂଚନା ଅନୁସାରେ, ଗତକାଲି ଅପରାହ୍ଣ ସାଢ଼େ ୪ଟାରୁ ନିତେଶ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ସାହିର କିଛି ପିଲାଙ୍କ ଠାରୁ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ ନିତେଶକୁ କୀର୍ତ୍ତନ ସେଠୀଙ୍କ ସାନ ପୁଅ ଶ୍ରୀକାନ୍ତ ସେଠୀ ଧରିଥିଲା। ତେଣୁ ପରିବାର ଲୋକେ ଶ୍ରୀକାନ୍ତ ଘରକୁ ଯାଇଥିଲେ। ସେଠାରେ ନିତେଶଙ୍କ ଜୋତା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା। 

ପରେ ସେମାନେ ନିତେଶଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଥିଲା। ନିତେଶଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment
Murder Murder Case
Advertisment
Advertisment