ଝୁଲୁଛି କୋରାପୁଟ ବସ୍ ଟର୍ମିନାଲର ଭାଗ୍ୟ । ବସ ଷ୍ଟାଣ୍ଡଟି ଅବ୍ୟବସ୍ଥା ଘେରରେ ଥିବା କେତେବେଳେ ଯେ ଅଘଟଣ ଘଟିବ କିଛି କହିହେବ ନାହିଁ ।
୧୨ ତାରିଖରୁ ନୂଆ ବସଷ୍ଟାଣ୍ଡ ଉଦଘାଟନ ସରିଲାଣି ହେଲେ ଘରୋଇ ବସ୍ ମାଲିକ ସଂଘ ପାଖରେ ଖବର ନାହିଁ । ପାର୍କିଂ ଫି ସହିତ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଜାଣିନଥିବା ଅଭିଯୋଗ ମଧ୍ୟ କରିଛନ୍ତି ବସ୍ ମାଲିକ ।
ରାଜ୍ୟ ସରକାରଙ୍କ ୨୫ ବର୍ଷ ଶାସନରେ ବହଳଦାକୁ ମିଳିପାରିଲାନି ଗୋଟିଏ ବସ୍ଷ୍ଟାଣ୍ଡ । ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି ।
୭ ବର୍ଷ ବିତିଲା, ହେଲେ ସରିପାରିଲାନି ଜୟପୁରର ବିଶ୍ୱ ସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ କାମ । ଯେତିକି ନିର୍ମାଣ ହେଉଛି, ପୁଣି ଭଙ୍ଗା ଚାଲିଛି ।
ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର। ଜନଗହଳି ଓ କୋଳାହଳପୂର୍ଣ୍ଣ ଏହି ନଗରୀ । ବଢି ଚାଲିଥିବା ଜନସଂଖ୍ୟା ଓ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ସଜାଡ଼ିବାକୁ ସହର ଉପକଣ୍ଠ ହଳଦିଆପଦରରେ ୨୦୧୬ରେ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ।
ଦେଢ କୋଟି ଟଙ୍କାରେ ବସଷ୍ଟାଣ୍ଡ ନିର୍ମାଣ ହେଲା, ଥରେ ହେଲେ ବି ବସ୍ ଗଡିଲାନି । ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ହେବା ସହିତ ଗାଈଗୋରୁଙ୍କ ଗୋଚର ଭୂମି ପାଲଟିଲାଣି।
ମୁଖ୍ୟମନ୍ତ୍ରୀ ନିଜେ ଉଦଘାଟନ କରିଥିଲେ.. ୟା ଭିତରେ ବିତିଗଲାଣି ସାତ ବର୍ଷ.. ଆଉ କେବେ କାର୍ଯ୍ୟକାରୀ ହେବ ନୂଆ ବସଷ୍ଟାଣ୍ଡ ?
ଟ୍ରାଫିକ୍ ସମସ୍ୟା କମାଇବାକୁ ୭ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଠୁ ଆଜିଯାଏଁ ଗୋଟିଏ ବସ୍ ବି ଯାଇନାହିଁ ନୂଆ ଷ୍ଟାଣ୍ଡକୁ । ନିଜ ଜିଦ୍ରେ ଅଟଳ ଘରୋଇ ବସ୍ ମାଲିକ ସଂଘ । ସେପଟେ ନୂଆ ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ।
ବାଲେଶ୍ୱର ସହରବାସୀଙ୍କୁ ୧୨ ବର୍ଷ ତଳେ ଲଲିପପ୍ ଧରେଇ ଦେଇଥିଲେ କି ମୁଖ୍ୟମନ୍ତ୍ରୀ ? ହେଲେ ୧୨ ବର୍ଷ ପରେ ଏବେ ଦେଖିଲା ବେଳକୁ ସେ ଅତ୍ୟାଧୁନିକ ବସ୍ଷ୍ଟାଣ୍ତ ତ ହେଲାନି, ସେଇ ଯାଗାରେ ବାଲେଶ୍ୱର-ଭଦ୍ରକ ଅର୍ବାନ୍ ଟ୍ରାନ୍ସପୋର୍ଟର ୧୦, ୧୫ଟି ସିଟିବସ୍ ରହଣି ପାଇଁ ନିର୍ମାଣ କାମ ଚାଲିଛି ।
ନାହିଁନାହିଁରେ ଚାଲିଛି କେନ୍ଦ୍ରାପଡ଼ା ବସଷ୍ଟାଣ୍ଡ । ଯାତ୍ରୀଙ୍କ ଲାଗି ପିଇବା ପାଣିର ବ୍ୟବସ୍ଥା ନାହିଁ କି ଶୌଚାଳୟଟିଏ ନାହିଁ । ସ୍ଥିତି ଏମିତି ହେଲାଣି ଯେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ଲୋକେ ସିଝୁଛନ୍ତି ସତ ହେଲେ ବସିବା ଲାଗି ଛାଇ ଟିକେ ନାହିଁ । ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନୂଆ ବସ୍ଷ୍ଟାଣ୍ଡ ତିଆରି ହେବ କହି ଶୌଚାଳୟ , ପାନୀୟଜଳ, ଦୋକାନ ଘରକୁ ମାଟିରେ ମିଶେଇ ଦିଆଗଲା । ହେଲେ ଏଯାଏଁ ତିଆରି ହେଲାନି
ବସ୍ଷ୍ଟାଣ୍ଡରେ ଥିବା ଡ୍ରେନ୍ କଭର ଭିତରେ ପଶିଗଲା ମହିଳାଙ୍କ ଗୋଡ଼। ଶେଷରେ କଟରରେ ସହାୟତାରେ ଲୁହା ରଡ୍ କଟାଯିବା ପରେ ମହିଳାଙ୍କ ଗୋଡ଼ ବାହାରିଥିଲା।
ବସଷ୍ଟାଣ୍ଡରେ ଦୁଇ ବସ୍ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ । ଧାରୁଆ ଅସ୍ତ୍ରରେ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ସୂଚନା।
୮୦ ଲକ୍ଷରୁ ଅଧିକ ଟଙ୍କାରେ ତିଆରି ହୋଇଥିବା ବସ୍ଷ୍ଟାଣ୍ଡ ଏବେ ପରିତ୍ୟକ୍ତ ଅବସ୍ଥାରେ। ଦୋକାନ ଗୃହ, ସୁଲଭ ଶୌଚାଳୟ ସବୁ ଭାଙ୍ଗିରୁଜି ଗଲାଣି। ଫଳକର ଚିହ୍ନ ବର୍ଣ୍ଣ ନଥିବା ବେଳେ ସଂଜ ନଇଁଲେ ଜମୁଛି ମଦ’ର ଆସର...
ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଅସହାୟ ଅବସ୍ଥାରେ ଭାଇଭଉଣୀ ଉଦ୍ଧାର ହୋଇଛନ୍ତି। ୮ ବର୍ଷର ଭଉଣୀ ସହ ୫ ବର୍ଷର ଭାଇକୁ ଭରତପୁର ପୋଲିସ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶିଶୁ ଦୁଇଜଣ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ବୋଲି ସୂଚନା ମିଳିଛି