Advertisment

ଦେହ ଖରାପ ହେବାରୁ ବସ୍‌ରୁ ମହିଳାଙ୍କୁ ଓହ୍ଲାଇ ଦେଲେ କଣ୍ଡକ୍ଟର, ରାସ୍ତାରେ ଛଟପଟ ହୋଇ ଚାଲିଗଲା ଜୀବନ

ବସ୍‌ରେ ଯାଉଥିବା ମହିଳା ହଠାତ୍‌ ଅସୁସ୍ଥ ଅନୁଭବ କରିବା ବସ୍‌ କର୍ମଚାରୀମାନେ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ରାସ୍ତାରେ ଓହ୍ଲାଇ ଦେଇଥିଲେ। ଏହାର କିଛି ସମୟ ପରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Ill mother dies on the road after deboarded from bus while en route to Ganjam

Ill mother dies on the road after deboarded from bus while en route to Ganjam

ଆଜିର ଏହି ସ୍ୱାର୍ଥପର ଦୁନିଆରେ ଯେଉଁଠି ନିଜ ଲୋକ ପର କରି ଦେଉଛନ୍ତି, ସେଠି ବାହାର ଲୋକଙ୍କ କଥା ନକହିବା ଭଲ। ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ମଧ୍ୟ ସାହାଯ୍ୟ ବଦଳରେ ଲୋକମାନେ ଆଡ଼ ଆଖିରେ ଚାହୁଁ ନାହାନ୍ତି। ଏଭଳି ଏକ ଅମାନବିକତା ଘଟଣା ଗଞ୍ଜାମ ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି। ବସ୍‌ରେ ଯାଉଥିବା ମହିଳା ହଠାତ୍‌ ଅସୁସ୍ଥ ଅନୁଭବ କରିବା ବସ୍‌ କର୍ମଚାରୀମାନେ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ରାସ୍ତାରେ ଓହ୍ଲାଇ ଦେଇଥିଲେ। ଏହାର କିଛି ସମୟ ପରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। 

Advertisment

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ପାଟପୁର ବ୍ଲକ୍‌ ଅନ୍ତର୍ଗତ ପଦ୍ମତୋଳା ଗାଁର ସୁଜିତ ସ୍ୱାଇଁ  ମାଆ ରୁନୁ ସ୍ୱାଇଁଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱ ସ୍ଥିତ ଏକ ହସ୍ପିଟାଲ୍‌କୁ ନେଇଥିଲେ। ଗତକାଲି ଗାଁକୁ ଫେରିବା ବାଟରେ ଅପରାହ୍ଣ ସାଢ଼େ ୩ଟା ବେଳେ ହୁମ୍ମା -ଗଞ୍ଜାମ ନିକଟରେ ରୁନୁ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ନିକଟସ୍ଥ ମେଡିକାଲ୍‌କୁ ନେବାକୁ ସୁଜିତ ବସ୍‌ କର୍ମଚାରୀଙ୍କୁ ନିବେଦନ କରିଥିଲେ। ହେଲେ ବସ୍‌ କର୍ମଚାରୀ ଗଞ୍ଜାମ ସହରର ଶନି ମନ୍ଦିର ଛକଠାରେ ମଝି ରାସ୍ତାରେ ମା’ ଓ ପୁଅଙ୍କୁ ବସ୍‌ରୁ ଓହ୍ଲାଇ ଦେଇ ପଳାଇଥିଲେ।

ବସ୍‌ରୁ ଓହ୍ଲାଇବାର କିଛି ସମୟ ପରେ ରୁନୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏକ ଆମ୍ବୁଲାନ୍ସରେ ସମ୍ପୃକ୍ତ ମହିଳାଙ୍କ ମୃତଦେହ ଗାଁକୁ ପଠାଯାଇଥିଲା। ବସ୍‌ କର୍ମଚାରୀଙ୍କ ଏଭଳି ବ୍ୟବହାରକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। 

Advertisment
Advertisment
Advertisment