Advertisment

LED ଲାଇଟ୍‌ ପାଇଁ ରାତିସାରା ପିଟିଲେ ଘଂଟ

ଘଣ୍ଟ ବଜାଇ ଗାଁ ଦାଣ୍ଡରେ ପଡୁଛି ହୁରି l ଗାଁର ଉମା ଓ ବୁଲୁଙ୍କ ପରିବାରକୁ ବାସନ୍ଦ କରାଯାଇଛି। ତାଙ୍କ ସହିତ କେହି କଥା ହୁଅନ୍ତୁ ନାହିଁ l ଯଦି କେହି କଥା ହୁଅନ୍ତି ତେବେ ପାଞ୍ଚ ହଜାର ଟଙ୍କା ଫାଇନ l ଏମିତି ଥରେ କି ଦୁଇଥର ନୁହେଁ ବାରମ୍ବାର ଗାଁ ଦାଣ୍ଡରେ ପଡୁଛି ହୁରି l ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସାର୍ଗୁଣାପଲ୍ଲୀ ଗାଁରୁ

author-image
Sarbeswar
ଅଦ୍ୟତନ ହୋଇଛି
Two Ganjam Families Ostracised By Kangaroo Court Over Street Light

LED Light

ରାସ୍ତା ଉପରେ ଘଂଟ ପିଟିପିଟି ଯାଉଛନ୍ତି ଜଣେ ବ୍ୟକ୍ତି। କିଛି କହୁଥିବାର ବି ଶୁଣାଯାଉଥିଲା...ହେଲେ ଠିକ୍‌ରେ ବୁଝାପଡୁନଥିଲା ବ୍ୟକ୍ତି ଜଣକ କଣ କହୁଛନ୍ତି? ଏମିତି ଦୃଶ୍ୟ ସାମ୍ନାକୁ ଆସିଲେ ଆପଣ ନିଶ୍ଚୟ ଭାବୁଥିବେ ବୋଧହୁଏ ଗାଁରେ କୌଣସି ପୂଜା କି କୀର୍ତ୍ତନ ଚାଲିଛି ସେଇଥି ପାଇଁ ଘଂଟ ପିଟାଯାଉଥିବ । ହେଲେ ସତ ଜାଣିବା ପରେ ଉଡିଯିବ ହୋସ୍‌। କାରଣ ଗାଁରେ ମିଳିଥିବା ଦଣ୍ଡ ପରେ ଗାଁ ରାସ୍ତାରେ ଘଂଟଘଂଟ ପିଟିବାରେ ଲାଗିଛନ୍ତି ଜଣେ ବ୍ୟକ୍ତି।

Advertisment

ଘଣ୍ଟ ବଜାଇ ଗାଁ ଦାଣ୍ଡରେ ପଡୁଛି ହୁରି l ଗାଁର ଉମା ଓ ବୁଲୁଙ୍କ ପରିବାରକୁ ବାସନ୍ଦ କରାଯାଇଛି। ତାଙ୍କ ସହିତ କେହି କଥା ହୁଅନ୍ତୁ ନାହିଁ l ଯଦି କେହି କଥା ହୁଅନ୍ତି ତେବେ ପାଞ୍ଚ ହଜାର ଟଙ୍କା ଫାଇନ l ଏମିତି ଥରେ କି ଦୁଇଥର ନୁହେଁ ବାରମ୍ବାର ଗାଁ ଦାଣ୍ଡରେ ପଡୁଛି ହୁରି l ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସାର୍ଗୁଣାପଲ୍ଲୀ ଗାଁରୁ l ସ୍ଥାନୀୟ ଅଂଚଳର ପ୍ରଫୁଲ୍ଲ ନାହାକ ଓରଫ ବୁଲୁ ନାହାକ ଓ ତାଙ୍କ ଶଳା ଉମା ଦାସଙ୍କ ପରିବାରକୁ ସାମାଜିକ ବାସନ୍ଦ ନେଇ ଡେଙ୍ଗୁରା ଦିଆଯାଇଛି। ଡେଙ୍ଗୁରା ପରେ ଗାଁରେ ଏଇ ଦୁଇ ପରିବାର ସହ କେହି କଥା ବି ହେଉନାହାନ୍ତି । ଏମିତିକି ଗାଁ ଦୋକାନରେ ସେମାନଙ୍କୁ ରାସନ ବି ମିଳୁନି।

ଆପଣଜାଣି ଆଶ୍ଚର୍ଯ୍ୟ ହେବେ କି ଏଲଇଡି ଲାଇଟକୁ ନେଇ ଏମିତି ଘଟଣା ଉପୁଜିଛି। ଗତ ଅକ୍ଟୋବର ମାସରେ ଉମାଙ୍କ ଘର ପାଖରେ ଥିବା ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଅଚଳ ଷ୍ଟ୍ରିଟ ଲାଇଟ ସଜାଡି ବାକୁ ଆସିଥିବା ଲାଇନ ମ୍ୟାନ ଷ୍ଟ୍ରିଟ ଲାଇଟ ତାର ଖୋଲା ଛାଡ଼ିଦେଇ ଚାଲି ଯାଇଥିଲେ l ଏହାକୁ ଦେଖି ଉମାଙ୍କ ଭଣଜା ଯୁଧିଷ୍ଠିର ଲାଇନ ମ୍ୟାନଙ୍କୁ ଜଣାଇଥିଲେ l ହେଲେ ସେ ଲାଇଟ୍‌ ସଜାଡିବା ବଦଳରେ ପୂରା ଗାଁକୁ ଅନ୍ଧାର କରିଥିଲେ। ଯେଉଁଥି ଲାଗି ଗାଁ ଲୋକ ଚିଇଁକି ଉଠିବା ସହିତ ଯୁଧିଷ୍ଠିରଙ୍କୁ ଫାଇନ୍‌ କରିଥିଲେ ୨୫ ହଜାର ଟଙ୍କା।

Advertisment

ନିଷ୍ପତ୍ତି ଅନୁସାରେ ଯୁଧିଷ୍ଠିର କିଛି ଟଙ୍କା ଦେଲେ, କିନ୍ତୁ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିବାରୁ ସବୁ ଟଙ୍କା ଦେଇପାରିଲେ ନାହିଁ। ତେଣୁ ଗାଁରୁ ତାଙ୍କୁ ବାସନ୍ଦ କରାଗଲା। କଥା ଏତିକିରେ ସରିନି ବରଂ ତାଙ୍କ ପରିବାର ସହ ମାମୁଁ ଉମା ଦାସ କଥା ହେବାରୁ ତାଙ୍କୁ ବି ବାସନ୍ଦ କରିଯାଇଥିଲା ପୂରା ଗାଁରୁ। ବାସନ୍ଦ ପରେ ଉଭୟ ପରିବାର ଥାନାର ଦ୍ୱାରସ୍ଥ ବି ହୋଇଥିଲେ। ଗାଁରେ ପୋଲିସ ପହଞ୍ଚି ଉଭୟ ପକ୍ଷକୁ ଡାକି ପୂର୍ବପରି ମିଶିବାକୁ ପରାମର୍ଶ ଦେଇଥିଲେ। ପୂରା ଘଟଣାକୁ ନେଇ ଗାଁ ସଭାପତି କହିଛନ୍ତି ଆମେ କାହାକୁ ଦଣ୍ଡ ଦେଇନାହୁଁ l କାହା ବିରୋଧ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ l କରିଥିବା ଭୁଲକୁ ମାନିବା ସହିତ ସଂଶୋଧନ କରିବାକୁ ଗାଁ କମିଟି ଏହିଭଳି ନିଷ୍ପତି ନେଇଛି।

କିଛିମାସ ପୂର୍ବରୁ ଆସିକା ଅଞ୍ଚଳରେ ଘଟିଥିବା ବାସନ୍ଦ ଘଟଣା ମନରୁ ନଲିଭୁଣୁ ପୁଣି ସମାନ ଘଟଣା ପୁରୁଷୋତ୍ତମପୁର ସାର୍ଗୁଣାପଲ୍ଲୀ ଗାଁରେ ଦେଖାଯାଇଛି। ତେବେ ପ୍ରଶାସନ ଗାଁରେ ଚାଲିଥିବା ବାସନ୍ଦ ପ୍ରଥାକୁ କେମିତି ନିୟନ୍ତ୍ରଣ କରୁଛି ତାହା ଦେଖିବାକୁ ବାକି ରହିଲା।

(ଗଂଜାମ ପୁରୁଷୋତ୍ତମପୁରରୁ ପୀତବାସ ଦାଶ)

Kangaroo Court LED Light
Advertisment
Advertisment