• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଭିନେତା ପପୁ ପମପମଙ୍କ ଉପରକୁ ପଥର ମାଡ଼ ହୋଇଛି । ଗଞ୍ଜାମ ଚିକିଟି ବ୍ଲକର ସୋରଳ ଗାଁରେ ଗତକାଲି ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । କେବଳ ଏତିକି ନୁହେଁ ପପୁଙ୍କୁ ପାଣି ବୋତଲ ବି ମାଡ଼ ହୋଇଥିବା ଅଭିଯୋଗ ଆସିଛି ।

କେଉଁ କାରଣରୁ ପପୁଙ୍କୁ ପଥର ମାଡ଼ ହୋଇଛି ଜଣାପଡିନାହିଁ । ପଥରମାଡ଼ ପରେ ଷ୍ଟେଜ୍ ଛାଡି ପଳାଇଥିଲେ ପପୁ । ତେବେ ପଥର ଯଦିଓ ପପୁଙ୍କ ଉପରେ ସିଧାସଳଖ ବାଜି ନାହିଁ, ମାତ୍ର ମଞ୍ଚରେ ଲାଗିଥିବା ଏଲଇଡି ଭାଙ୍ଗିଯାଇଥିବା ସୂଚନା ମିଳିଛି ।

ସେହିପରି ପାଣିବୋତଲ କିଛି କ୍ରିଉ ମେମ୍ବରଙ୍କ ଉପରେ ବାଜିଥିବା ଜଣାପଡ଼ିଛି । ଏନେଇ ଥାନାରେ ଏତଲା ଦିଆଯାଛି କି ନାହିଁ ସୂଚନା ମିଳିନାହିଁ । କେଉଁ କାରଣରୁ ଏପରି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନା ମୁତାବକ ଗତକାଲି ଗଞ୍ଜାମ ଜିଲ୍ଳା ଚିକିଟି ବ୍ଲକର ସୋରଳ ଗାଁରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପପୁ ଯୋଗଦେଇଥିଲେ ।