/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673923026.jpg)
Petrol Lamp
ଗଂଜାମ ସୋରଡ଼ାରେ ପେଟ୍ରୋଲ ଦୀପ ଲଗାଇବା ବେଳେ ବଡ଼ ଧରଣର ଅଘଟଣ । ଦୀପ ଫାଟି ଯିବାରୁ ଗୋଟିଏ ପରିବାରର ୪ ଜଣ ଜଳି ଯାଇ ଗୁରୁତ ହୋଇଛନ୍ତି । ଗୁରୁତରମାନେ ହେଲେ ବାପା, ମାଆ, ଝିଅ ଓ ୪ ବର୍ଷର ନାତୁଣୀ । ହାତୀ ଚଳପ୍ରଚଳ ଯୋଗୁ ସ୍ଥାନୀୟ ଅଞ୍ଚଳ ବନ ବିଭାଗ ପକ୍ଷରୁ ବିଦ୍ୟୁତକାଟ କରାଯାଇଥିଲା ।
Advertisment
ତେବେ ରାତିରେ ଘରେ କିରାସିନ୍ ନଥିବାରୁ ପେଟ୍ରୋଲ ଦୀପ ବ୍ୟବହାର କରୁଥିଲେ ପରିବାର ଲୋକେ । ଏତିକି ବେଳେ ଦୀପଟି ଫାଟି ଯିବାରୁ ୪ ଜଣ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି । ପରିବାର ଲୋକଙ୍କ ଚିତ୍କାର ଶୁଣି ଗାଁ ଲୋକେ ଦୌଡ଼ି ଆସିଥିଲେ । ୪ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋରଡ଼ା ମେଡିକାଲ ଆଣିଥିଲେ । ସେଠାରେ ଚିକିତ୍ସା ପରେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)